ବଜେଟ ଓ ବିକାଶ

ଦେ କିମ୍ବା ରାଜ୍ୟର ବାର୍ଷିକ ବଜେଟ ରାଜ୍ୟରେ ଥିବା ବିଭିର୍ଣ୍ଣ ଆର୍ଥିକ ସେକ୍ଟରଗୁଡିକ ଉପରେ ସଂଗ୍ରହ କରାଯାଇଥିବା ତୃଣମୂଳ ତଥ୍ୟ ଉପରେ ଆଧାର କରି ତିଆରି କରାଯାଇଥାଏ  I  ରାଜ୍ୟବାସୀ ଦେଉଥିବା ଟିକସ,  ବିଭିର୍ଣ୍ଣ କ୍ଷେତ୍ରରୁ ଆସୁଥିବା ରାଜସ୍ବ, କେନ୍ଦ୍ର ସରକାର  ବିଭିର୍ଣ୍ଣ ଆର୍ଥିକ ସଂସ୍ଥାରୁ ମିଳୁଥିବା  ଋଣ ଇତ୍ୟାଦିକୁ  କିପରି ବିନିଯୋଗ କରି ରାଜ୍ୟବାସୀଙ୍କର ସାମୁହିକ ବିକାଶ କରିହେବ  ସେଥିପାଇଁ  ତୃଣମୂଳ ସ୍ଥରରେ ଜ୍ଞାନଥିବା ଅଭିଜ୍ଞ ଅଧିକାରୀ, ଅର୍ଥନୀତିଜ୍ଞ ବୁଦ୍ଧିଜୀବୀମାନେ ଗଭୀର ଭାବରେ ପରୀକ୍ଷା ନିରୀକ୍ଷା କରି ଦେଶ ରାଜ୍ୟର  ବଜେଟ ତିଆରି କରିଥାନ୍ତି  I  ବିଭିର୍ଣ୍ଣ ଆର୍ଥିକ ସେକ୍ଟରର ଚାହିଦା, ରାଜସ୍ବ ଉତ୍ପାଦନ ଶକ୍ତି   ରୋଜଗାର ସମ୍ଭାବନାକୁ ଆଖିଆଗରେ ରଖି ବଜେଟଟି ତିଆରି କରାଯାଏ I  ବଜେଟର ଗୁଣବତ୍ତା ଏହାର କାର୍ଯ୍ୟକାରିତା ଦେଶ ରାଜ୍ୟକୁ ସମୃଦ୍ଧ କରିଥାଏ  I  ଏବର୍ଷ ଓଡ଼ିଶାର ବିକାଶ ପାଇଁ  ନବୀନ ସରକାର  ୨୦୨୨-୨୩ ରେ ,୩୦,୦୦୦ କୋଟି ଟଙ୍କାର ଏକ ବିଶାଳ ବଜେଟର ଘୋଷଣା କରିଛନ୍ତି  I  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ଲୋକାଭିମୁଖୀ ବଜେଟ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରି ଶିଖରରେ ପହଂଚାଇବ   I  

ରାଜ୍ୟ ବଜେଟରେ ଶିକ୍ଷା, ଭିତ୍ତିଭୂମି ବିକାଶ ଯଥା ରେଳ ଲାଇନ, ବିମାନ ବନ୍ଦର, ଆଇଟି , ସ୍ୱାସ୍ଥ୍ୟ ସେବା, କୃଷି, ଖାଦ୍ୟ ସୁରକ୍ଷା, ନାରୀ ସଶକ୍ତିକରଣ ଖେଳ ସଂସ୍କୃତିର ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଛି  I  ବଜେଟର ୭୫୫୧ କୋଟି ଟଙ୍କା ନ୍ୟାୟ ବିତରଣ, ଅପରାଧ ନିରାକରଣ ବିପର୍ଯ୍ୟୟ ପରିଚାଳନା ପାଇଁ ଉଦ୍ଧିଷ୍ଟ କରାଯାଇଛି i  ଏକ ସ୍ଵଛ ନ୍ୟାୟ ବିତରଣ ପ୍ରକ୍ରିୟା, ସଚ୍ଚୋଟ ବିଚାରପତି,  ସାଧୁ  ଦକ୍ଷ ପୋଲିସ କର୍ମଚାରୀ, ଡାକ୍ତର ଶିକ୍ଷକ ରାଜ୍ୟର ସାମୁହିକ ବିକାଶକୁ ଶିଖରରେ ପହଞ୍ଚାଇଥାନ୍ତି   I   ବଜେଟରେ ଓଡିଶାବାସୀଙ୍କର ମୌଳିକ ଆବଶ୍ୟକତା ଯଥା ଶିକ୍ଷା, ସ୍ୱାସ୍ଥ୍ୟ ଖାଦ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥବାର ଲକ୍ଷ କରାଯାଏ  I

             ମଣିଷସାହୁ ଛକ, କଟକରେ  ଥିବା ଏକ ପ୍ରାଥମିକ ସ୍କୁଲର ଶୋଚନୀୟ ଅବସ୍ଥା

ଓଡ଼ିଶାରେ ବିଗତ ୨୦ ବର୍ଷ ଭିତରେ ରୋଡ଼, ପୋଲ, ଫ୍ଲାଇ ଓଭର, ରେଳ ଷ୍ଟେସନ ବିମାନ ବନ୍ଦରଗୁଡିକର ଗୁଣାତ୍ମକ ମାନରେ ପରିବର୍ତ୍ତନ ଦେଖାଦେଇଛି  i  ଓଡିଶା ବଜେଟ ୨୦୨୨-୨୩ ରେ ମଧ୍ୟ ରାଜ୍ୟରେ  ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦିଆଯିବ i  ଯଦିଓ ରାଜ୍ୟ ଉପଯୋଗୀ ଭିତ୍ତିଭୂମି ବିକାଶ ରାଜ୍ୟରେ ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିବ, ଭିତ୍ତି ଭୂମି ବିକାଶ ପାଇଁ ଉଦ୍ଧିଷ୍ଟ ଧନ ରାଶି ରାଜ୍ୟରେ ରହିଲେ ଏହା ଓଡ଼ିଶାର ଅର୍ଥନୀତିକୁ ସୃଦୁଢ କରିବ  I  ସେଥିପାଇଁ  ରାଜ୍ୟ ସରକାର ଓଡ଼ିଶାର ଉଦ୍ୟୋଗପତିମାନେ କିଭଳି ଭିତିଭୂମି ବିକାଶ ଉଦ୍ୟୋଗ ଗୁଡିକର ଗୁଣାତ୍ମକ ମାନ ବଢାଇପାରିବେ ସେଥିପାଇଁ ସମସ୍ତ ସୁବିଧା କରିବା ଦରକାର  I  ଫଳରେ ଏହି ବଡ ବଡ ଉଦ୍ୟୋଗ ଗୁଡିକର ଲାଭାଂଶ ଓଡ଼ିଶାରେ ରହି ରାଜ୍ୟକୁ ସମୃଦ୍ଧ କରିବ  I  ଓଡ଼ିଶାରେ ଥିବା ଉଦ୍ୟୋଗପତିମାନେ ମଧ୍ୟ ନିଜର ବିଶ୍ୱସନୀୟତା, ପ୍ରକଳ୍ପଗୁଡିକର ଗୁଣବତ୍ତା, ରାଜ୍ୟ ପାଇଁ ପ୍ରତିବଦ୍ଧତା ଆଧୁନିକ ଟେକ୍ନୋଲୋଜିର ଉପଯୋଗ ବଢାଇବା ଦରକାର  i  ଓଡ଼ିଶାର ସୁନାମଧୟ ଉଦ୍ୟୋଗପତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ବିଜୁ ପଟ୍ଟନାୟକ ରାଜ୍ୟ ଦେଶ ବାହାରେ ଶିଳ୍ପ ଉଦ୍ୟୋଗଗୁଡିକ କରି ଓଡ଼ିଶାର ଗୌରବ ବଢାଇଥିଲେ I  ଓଡ଼ିଆ ଯୁବପିଢ଼ି ବିଜୁ ବାବୁଙ୍କର ପଦାଙ୍କ ଅନୁସରଣ କରିବା ଉଚିତ I   ଓଡ଼ିଶାରେ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଗାଁ ଗହଳରେ ଅନେକ ସୁବିଧା କରିଥିବାର ଲକ୍ଷ କରଯାଏ  I  ଭୁବନେଶ୍ୱରରେ ହେଉଥିବା ଆଦିବାସୀ ମେଳାରେ  କୋରାପୁଟ, ମୟରୁଭଞ୍ଜ, କେଉଁଝର   ରାୟଗଡ଼ାରୁ ଆସିଥିବା ମହିଳାମାନେ କହନ୍ତି ମିଶନ ଶକ୍ତି  ପ୍ରୋଗ୍ରାମ ମାଧ୍ୟମରେ ସେମାନେ କୃଷି ଉତ୍ପାଦ, ମସଲା, ଜାଙ୍ଗଲ ଜାତ ଦ୍ରବ୍ୟ ବିକି ନିଜର ଆର୍ଥିକ ଉର୍ନ୍ନତି କରିପାରିଛନ୍ତି I  ମିଶନ ଶକ୍ତିକୁ ଆଗକୁ ବଢାଇବା ପାଇଁ ସରକାର ବଜେଟରେ ୨୦୦୦ କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି   I   ମିଶନ ଶକ୍ତି ମିଶନ ମୋଡ଼ରେ ଚାଲିଲେ ଏହା ଓଡ଼ିଶାର ସୁକ୍ଷ୍ମ ଆର୍ଥିକ ଗତିବିଧିର ବିକାଶ କରି ରାଜ୍ୟରେ ମହିଳାମାନଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ  I    


              କୋରାପୁଟର ଆଦିବାସୀ ମହିଳା ଆଦିବାସୀ ମେଳାରେ କୃଷି ଉତ୍ପାଦ ବିକ୍ରି କରୁଛନ୍ତି 

ଖେଳକୁଦର ବିକାଶ ପାଇଁ ବଜେଟ ରେ ୯୧୧ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ଅଛି  I ଏହି ରାଶି ଖେଳ କୁଦର ବିକାଶ ପାଇଁ ଭିତ୍ତି ଭୂମି ତିଆରି କରିବାରେ ଖେଳାଳିମାନଙ୍କୁ ତାଲିମ ଦେବାରେ  ଖର୍ଚ୍ଚ ହେବ I  ଖେଳ କୁଦର ବିକାଶ ସଂଗେ ସଂଗେ ଖେଳାଳିମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ  ସରକାର ସରକାରୀ ବେସରକାରୀ ସଂସ୍ଥାମାନଙ୍କୁ ନିର୍ଦେଶ ଦେବା ଉଚିତଯଦିଓ ୨୦୨୨-୨୩ ବଜେଟ ତୀର୍ଥ ପର୍ଯ୍ୟଟନ,  ହସ୍ତଶିଳ୍ପ ହସ୍ତତନ୍ତ  ଇତ୍ୟାଦି ଆର୍ଥିକ ଗତିବିଧିକୁ ପ୍ରାଧାନ୍ୟ ଦେଇନାହିଁ,  ଏହା ଓଡ଼ିଶାର ପ୍ରାୟ ଅଧିକାଂଶ ଆର୍ଥିକ ସେକ୍ଟରର ବିକାଶ ପାଇଁ  ଧନରାଶିର ବ୍ୟବସ୍ଥା କରିଛି  I   ବଜେଟଟି ଲୋକାଭିମୁଖୀ ହେବ କି ନାହିଁ ଏହା ଲୋକମାନଙ୍କର ସଚ୍ଚୋଟତା, କାର୍ଯ୍ୟ ଦକ୍ଷତା, ଓଡିଶା ପ୍ରତି ପ୍ରତିବଦ୍ଧତା ମାନସିକତା ଉପରେ ନିର୍ଭର କରିବ  I 


ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...