ଓଡିଶାରେ ମାନବ ବିକାଶର ଆବଶ୍ୟକତା ଅଛି

 ଓଡିଶାରେ ମାନବ ବିକାଶର ଆବଶ୍ୟକତା ଅଛି  

(Published in Odisha Bhaskar on 18.10.2022)

ଯେକୌଣସି ଦେଶ ଓ ରାଜ୍ୟର ସାମୁହିକ ବିକାଶ ମାନବ ବିକାଶ ଉପରେ ସମ୍ପୂର୍ଣ ନିର୍ଭର କରିଥାଏ  I ମାନବ ବିକାଶର ଅର୍ଥନୁହେଁ କୋର୍ଟ- ପ୍ୟାଣ୍ଟ -ଟାଇ ପିନ୍ଧା ଇଂରାଜୀ କହୁଥିବା ଯୁବପିଢ଼ି I  ମନୁଷ୍ୟର ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶହିଁ ରାଜ୍ୟର ପ୍ରକୃତ ବିକାଶ କରିଥାଏ  I   ଯଦି ଯୁବପିଢିଙ୍କ ଭିତରେ ଏହି ଗୁଣଗୁଡିକର  ବିକାଶ ହୋଇପାରିବ ତେବେ ଓଡ଼ିଶାର ରାଜନୈତିକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଦେଖାଦେବ   I  

ମାନସିକତାର ପରିବର୍ତ୍ତନ  ଉପର ସ୍ତରରୁ ହେଲେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଶୀଘ୍ର ପଡିଥାଏ   I  ନିଜ ପ୍ରଜାଙ୍କର ମାନସିକତାକୁ  ରକ୍ଷା କରିବା ପାଇଁ  ତ୍ରେତୟା  ଯୁଗରେ ଭଗବାନ ରାମ ବିନାଦୋଷରେ ଦେବୀ ସୀତାଙ୍କୁ ବନବାସ ଦେଇଥିଲେ   I  ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗୀୟ  ଲାଲ  ବହାଦୁର ଶାସ୍ତ୍ରୀ ମାତ୍ର ଦୁଇ ବର୍ଷ ଶାସନ କାଳରେ ଯେଉଁ ଆଦର୍ଶ ସୃଷ୍ଟି କରିଥିଲେ ତାହା ଭାରତବାସୀ ସବୁଦିନ ପାଇଁ ମନେରଖିବେ  I   ଲାଲ ବହାଦୁର ଶାସ୍ତ୍ରୀଙ୍କର ରାଷ୍ଟ୍ରଭକ୍ତି , ଦୃଢନିଶ୍ଚୟ, କାର୍ଯ୍ୟ କୁଶଳତା, ବୁଦ୍ଧି,  ସାହସ,   ତୃଣମୂଳ ସ୍ଥରର ଅଭିଜ୍ଞତା ଓ  ନୈତିକତା  ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ଯାଉଥିଲା   I  ଯଦି ଲାଲ ବହାଦୁର ଶାସ୍ତ୍ରୀ ଦଶ ବର୍ଷ ପ୍ରଧାନ ମନ୍ତ୍ରୀ ରହିଥାନ୍ତେ ତେବେ ଭାରତ କେବେଠାରୁ ଏକ ବିକଶିତ ରାଷ୍ଟ୍ର ହୋଇପାରିଥାନ୍ତା  I   ଓଡ଼ିଶାର ବିଭିର୍ଣ୍ଣ କ୍ଷେତ୍ର ଯଥା ଶିକ୍ଷା, ସଂସ୍କୃତି, ବ୍ୟାଙ୍କ, ସରକାରୀ ଦପ୍ତର, କୃଷି, ରାଜନୀତି, ଖେଳକୁଦ, ଗଣମାଧ୍ୟମ  ଓ ଧାର୍ମିକ ଅନୁଷ୍ଠାନ ଇତ୍ୟାଦିରେ କାର୍ଯ୍ୟରତ ଦୃଢ଼ମନା, ସଚୋଟ ଓ ସକାରାତ୍ମକ ବିଚାର ଥିବା ବ୍ୟକ୍ତିମାନେ ନିଜ ନିଜ କ୍ଷେତ୍ରର ନେତୃତ୍ୱ ନେଲେ ଏହା ରାଜ୍ୟରେ ମାନବ ବିକାଶ ପାଇଁ ପ୍ରେରଣା ଯୋଗାଇବ   I    

ଯୁବପିଢିଙ୍କ ଭିତରେ ଶିକ୍ଷାର ବିକାଶ ପାଇଁ ସରକାର ପ୍ରଥମେ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକର ଗୁଣାତ୍ମକ ମାନକୁ ବୃଦ୍ଧି କରିବା ଦରକାର  I  ରାଜ୍ୟ ଶିକ୍ଷା ରିପୋର୍ଟ ଇଣ୍ଡିଆ (State  of  the  Education  Report  for  India) ରେ ଦର୍ଶା ଯାଇଛି  ଓଡ଼ିଶାର ସ୍କୁଲ ଗୁଡିକରେ ୨୮୮୧୬ ଶିକ୍ଷକ ଚାକିରୀ ଖାଲି ପଡିଛି  I  ସରକାର ପ୍ରଥମେ ଯୋଗ୍ୟତା ଓ ସମ୍ପୂର୍ଣ୍ଣ ସ୍ୱଛତା ଭିତ୍ତିରେ ନୂତନ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ଉଚିତ  I  ଓଡ଼ିଶାର ସରକାରୀ ସ୍କୁଲ ଗୁଡିକରେ ପାଠପଢା ଉଚ୍ଚକୋଟିର ହେଉନଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରେ ପଢାଇବାକୁ ବାଧ୍ୟ ହେଉଛନ୍ତି  I   ସରକାରୀ ବିଦ୍ୟାଳୟଗୁଡିକର ଗୁଣାତ୍ମକ ମାନ ବୃଦ୍ଧି କରାଗଲେ ଅଭିଭାବକମାନେ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଉତ୍ସାହିତ ହେବେ  I   ଏହା ଓଡିଶାରେ ସାମୁହିକ ମାନବ ବିକାଶରେ ସହାୟକ ହେବ  I    ଯଦି କୌଣସି ପିଲା ଯୁକ୍ତ ୨ ଯାଏ ଭଲରେ ପଢ଼ିଥାଏ ତେବେ ସେ ଯେକୌଣସି କାମକରି ନିଜର ନିଵିକା ନିର୍ବାହ କରିପାରିବ ଓ ଏକ ଉତ୍ତମ ନାଗରିକ ହୋଇପାରିବ I  ଓଡ଼ିଶାର ସ୍କୁଲଗୁଡିକ ପାଠ ସାଙ୍ଗରେ କୃଷି, ହସ୍ତ ଶିଳ୍ପ, ଯୋଗ, ନୈତିକତା,  ନେତୃତ୍ୱ ବିକାଶ, ସମାଜ ସେବା, ପରିବେଶ ସୁରକ୍ଷା ଓ ଖେଳକୁଦ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ  I   ଉତ୍ତମ ସ୍କୁଲ ଶିକ୍ଷାର ଅଭାବରୁ ଆଜି ଓଡ଼ିଶାରେ ଅପରାଧ, ନିଶା ବେପାର, ଭ୍ରଷ୍ଟାଚାର,  ପାରିବାରିକ ହିଂସା, ଇର୍ଷା ଓ ପରଶ୍ରୀ କାତରତା ବଢି ଚାଲିଛି  I   ଉତ୍ତମ ସ୍କୁଲ ଶିକ୍ଷା ପାଇଥିବା ଯୁବପିଢ଼ି ସମାଜର ସବୁକ୍ଷେତ୍ରରେ ଭଲ କାମକରି ଲୋକମାନଙ୍କର ଜୀବନ ମାନରେ ଗୁଣାତ୍ମକ ପରିବର୍ତନ ଆଣିପାରନ୍ତି  I  
ବ୍ରିଟିଶ ଶାସନ  ସମୟରେ ଓଡ଼ିଶାର ଭାଷା, ସଂସ୍କୃତି ଓ ଓଡ଼ିଆର ଆତ୍ମଅଭିମାନ ବିଲୁପ୍ତ ହେବାକୁ ବସିଥିଲା  I  ଅଜିମଧ୍ୟ ଓଡ଼ିଶାର ଯୁବପିଢ଼ି ବାହାର ରାଜ୍ୟରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠା ବୋଧ କରୁଛନ୍ତି  I  ସାଧାରଣ ଇଂରାଜୀ ମିଡିୟମ ସ୍କୁଲରେ ପାଠପଢିବା ପରେ ଅନେକ ପିଲା ଖଣ୍ଡି ଓଡ଼ିଆ କହି ନିଜେ ଓଡ଼ିଆ ଶିଖିନାହାନ୍ତି ବୋଲି କହି ଗର୍ବ ଅନୁଭବ କରୁଥିବାର ଦେଖାଯାଉଛି   I   ନିଜ ରାଜ୍ୟପାଇଁ ମନରେ ଗର୍ବ ଓ ଆତ୍ମ ଅଭିମାନ ନଥିଲେ କୌଣସି ଜାତି ପ୍ରଗତି କରିପାରେନାହିଁ   I  ମରାଠୀ,  ତାମିଲ, ତେଲୁଗୁ, ଗୁଜରାଟୀ ଓ ବେଙ୍ଗଲୀ ଲୋକେ ନିଜର ଭାଷା ଓ ସଂସ୍କୁତିକୁ ବଞ୍ଚାଇ ରଖିଛନ୍ତି  I  ଓଡିଶା ସରକାର ପ୍ରଥମେ ଯୁବପିଢିଙ୍କୁ  ଓଡ଼ିଶାର ସଂସ୍କୃତି, ଫସଲ ବିଭିଧତା, ଓଡ଼ିଶାର ଗୌରବଜ୍ୱଲ୍ୟ ଇତିହାସ,  ହସ୍ତଶିଳ୍ପ ପରମ୍ପରା, ନୌବାଣିଜ୍ୟ ଓ  ପ୍ରାଚୀନ ଓଡ଼ିଶାର ଆର୍ଥିକ ପ୍ରଗତି ବିଷୟରେ ଅବଗତ କରିବା ଉଚିତ  I  ଏହା ଯୁବପିଢିଙ୍କ ଭିତରେ ଆତ୍ମଅଭିମାନ ସୃଷ୍ଟି କରିବ  I  ଓଡ଼ିଶାର ସୀମାନ୍ତ ର୍ଜିଲ୍ଲା ଗୁଡିକରେ ଆଜି ଓଡ଼ିଆ ଭାଷା ସଂସ୍କୁତି ଲୋପ ପାଇବାକୁ ବସିଲାଣି I    ପ୍ରତ୍ୟେକ ସୀମାନ୍ତ ଜିଲ୍ଲାଗୁଡିକରେ ଓଡ଼ିଆ ଭାଷା ବାଧ୍ୟତା ମୂଳକ କରିବା ସଂଗେ ସଂଗେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅଧିକ ଓଡ଼ିଆ ସ୍କୁଲ ଓ ଓଡ଼ିଆ ପାଠାଗାର ଖୋଲିବା ଦରକାର  I  ଓଡ଼ିଆ ସଂସ୍କୁତିର ପ୍ରସାର ପାଇଁ ଏହି ଜିଲାଗୁଡିକରେ ସରକାର ଅଧିକ ସଂଖ୍ୟାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା ଉଚିତ I  ସୀମାବର୍ତୀ ଜିଲ୍ଲାଗୁଡିକରେ ଓଡିଶୀ ନୃତ୍ୟ, ପାଲା, ଦାସକାଠିଆ ଓ ଛଉ ନୃତ୍ୟ ଇତ୍ୟାଦି ନିୟମିତ ଭାବରେ ପରିବେଷଣ ହେବା ଉଚିତ   I  

ଏକଦା ଶସ୍ୟଶ୍ୟାମଳା   ଓଡ଼ିଶା ଆଜି ତାହାର ହଜାର ହଜାର ଏକର ଚାଷ ଜମିକୁ ହରାଇ ବସିଛି  I   ଚାଷ ଉପଯୋଗୀ ବାତାବରଣ ନଥିବାରୁ ଲୋକେ ଉର୍ବର ଚାଷଜମି ଗୃହ ନିର୍ମାଣ କମ୍ପାନୀମାନଙ୍କୁ ବିକିଦେଉଛନ୍ତି  କିମ୍ବା ଛୋଟ ଚାଷୀମାନଙ୍କୁ ଭାଗରେ ଦେଉଛନ୍ତି   I     ଏକଦା ପୁରୀ- ବାଲେଶ୍ୱର ଜାତୀୟ ରାଜପଥ 5 ର ଦୁଇ ପାର୍ଶ୍ୱରେ ଫସଲ ବିଭିଧତାର  ଏକ ସବୁଜ ବଳୟ ଥିଲା  I ଆଜି ଏହା ଅନେକ ଜାଗାରେ ପଡିଆ ପଡିଛି  କିମ୍ବା କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି   I  ଏକଦା ସାହସୀ, କର୍ମଠ, କୌଶଳୀ ଓ ଅନୁଶାସିତ ଓଡ଼ିଆ ଜାତି ଆଜି ଏକ ଦୁର୍ବଳ ଓ କର୍ମଭୀରୁ ଜାତିରେ ପରିଣତ ହୋଇଛି  I  ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ଯେକୌଣସି ଶାରୀରିକ ଶ୍ରମକରିବା  ଲଜ୍ୟାଜନକ ନଥିଲା I  ଏହି ମାନସିକତାକୁ ଉଦ୍ଜାବିତ କରିବା ପାଇଁ ପ୍ରତି ବର୍ଷ ପୁରୀର ଗଜପତି ମହାରାଜ ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଉପରେ ଛେରାପହଁରା କରିଥାନ୍ତି  I   ଆଜି ଓଡ଼ିଶାର ପରିଶ୍ରମକାତର ଯୁବପିଢିଙ୍କୁ ଉପଯୁକ୍ତ ମାର୍ଗରେ ଆଣିବା ପାଇଁ ସରକାର ପ୍ରଥମେ   ଚାଷପାଇଁ  ଉଚ୍ଚ କୋଟିର ବିହନ, କୀଟନାଶକ, ସାର ଓ ଜଳ ଇତ୍ୟାଦି ଉପଲବ୍ଧ କରାଇବା ଉଚିତ  I   ସ୍ଵଛ ବଜାର ବାତାବରଣ, ଫସଲ ବିଭିଧତା,  ଫସଲ ବୀମା ଓ କମ ସୁଧର କୃଷି ଋଣର ଉପଯୁକ୍ତ ବିନିଯୋଗ ଚାଷୀଙ୍କୁ ଚାଷକରିବା ପାଇଁ ଉତ୍ସାହିତ କରିବ  I  

ଯୁବପିଢିଙ୍କ ଶାରୀରିକ ବିକାଶ ହେଲେ ମାନସିକ ବିକାଶ  ସହଜରେ ହୋଇପାରିବ   I  ସରକାର ପ୍ରତ୍ୟେକ ୨୦୦୦ ଲୋକଙ୍କ ପାଇଁ ଏକ ସାର୍ବଜନିକ ଖେଳ ପଡିଆର ପ୍ରାବଧାନ କରିବା ଉଚିତ  I   ଓଡ଼ିଶାର ସାଂସ୍କୃତିକ ନଗର କଟକର ଅଧିକାଂଶ ସାହିରେ ଫୁଟବଲ, କୁସ୍ତି, କବାଡି, କ୍ରିକେଟ ଓ ଭଲିବଲ ଇତ୍ୟାଦି ଖେଳ ଦେଖିବାକୁ ମିଳୁଥିଲା  I  ପ୍ରତି ବର୍ଷ  ବାରବାଟୀ ଷ୍ଟାଡିଅମରେ ଫୁଟବଲ  ଟୁର୍ଣ୍ଣାମେଣ୍ଟ  କଟକ ଲିଗ ହେଉଥିଲା   I  ଚୌଧୁରୀ ବଜାରର  କଳିଙ୍ଗ  ଜିମ୍ନାସିଅମରେ  ପ୍ରତିବର୍ଷ  କୁସ୍ତି ପ୍ରତିଯୋଗିତା ଆୟୋଜିତ ହେଉଥିଲା I
କଳିଙ୍ଗ  ଜିମ୍ନାସିଅମରୁ ପ୍ରଶିକ୍ଷଣ ନେଇ ବିରଜା ପ୍ରସାଦ ଦାସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ଶ୍ରୀ ଉପାଧି  ଅର୍ଜନ କରିଥିଲେ I   କଟକର ବନା ପହିଲମାନ ଭାରତ ଓ ଭାରତ ବାହାରେ କୁସ୍ତି ପ୍ରତିଯୋଗିତାରେ ସୁନାମ ଅର୍ଜନ କରିଥିଲେ I ପୁରୀର ପ୍ରତ୍ୟେକ ସାହିରେ ଜାଗାଘର ଥିଲା  I    ସାହିର ଯୁବପିଢ଼ି  ଜାଗାଘରେ କୁସ୍ତି ଓ ଭାର ଉତ୍ତାଳନର ପ୍ରଶିକ୍ଷଣ ନେଉଥିଲେ I  ଆଜି ଏହି ଦୁଇଟି ସହରର ଯୁବପିଢ଼ିଙ୍କ ଭିତରେ ଶାରୀରିକ ବିକାଶ ପାଇଁ କୌଣସି ଉତ୍ସାହ ନାହିଁ   I  ମାର୍ଗ ଦର୍ଶନର ଅଭାବରୁ  ଅନେକ ଯୁବକ  ନିଶାସକ୍ତ ହୋଇ ଆଳସ୍ୟ ଜୀବନ ଜାପାନ କରୁଛନ୍ତି   I     ସାର୍ବଜନିକ ଖେଳ ପଡିଆର ଅଭାବରୁ ଅନେକ ଯୁବକ ଘରେ ବସି କମ୍ପୁଟର ଓ ମୋବାଇଲରେ ଗେମ ଖେଳିବାକୁ ବାଧ୍ୟ ହେଉଛନ୍ତି  I  ଏକଦା କଟକ, ପୁରୀ, ଭୁବନେଶ୍ୱର ଓ  ବ୍ରହ୍ମପୁର ଆଦି ସହରରେ ଅନେକ ସାର୍ବଜନିକ ପଡିଆ ଥିଲା ଓ ଏହା ଯୁବପିଢିଙ୍କର ମାନସିକ ଓ ଶାରୀରିକ ବିକାଶରେ ସହାୟକ ହେଉଥିଲା  I  ଆଜି ସମସ୍ତ ସହରରେ ଖାଲି କଂକ୍ରିଟ ଜଙ୍ଗଲ ଦେଖିବାକୁ ମିଳୁଛି  I    ଖେଳ କୁଦର ଅଭାବରୁ ଅନେକ ଯୁବକ ନିଜର ମାନସିକ ସଂତୋଲନ ହରାଇ ହିଂସ୍ର ଆଚରଣ ଦେଖାଉଛନ୍ତି  I  ସରକାର ଯୁଦ୍ଧକାଳୀନ ଭିତ୍ତିରେ ଯୁବପିଢିଙ୍କ ପାଇଁ ସାର୍ବଜନିକ ଖେଳପଡିଆର  ପ୍ରାବଧାନ କରିବା ଉଚିତ  I   ରାଜ୍ୟବାସୀଙ୍କର ମାନସିକ ଓ ଶାରୀରିକ ବିକାଶ ନକରି ରାଜସ୍ବ ସୃଷ୍ଟି କରିବାରେ କିଛି ଫାଇଦା ନଥାଏ  I  

ଓଡିଶାବାସୀଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ   ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଉପଚାର ପାଇଁ  ଅନୁଭବୀ ଡାକ୍ତର , ନର୍ସିଙ୍ଗ ସୁବିଧା ଓ ଜୀବନ ରକ୍ଷାକାରୀ ଔଷଧ ଓ ଅନ୍ୟାନ୍ୟ ସରଞ୍ଜାମ ଉପଲବ୍ଧ ହେବା ନିହାତି ଜରୁରୀ  I  ସମାଜରେ ରୋଗ ବ୍ୟାଧି କମ କରିବା ପାଇଁ ସରକାର ଭେଜାଲ ଔଷଧ ଓ ଭେଜାଲ ଖାଦ୍ୟ ବନାଉଥିବା କମ୍ପାନୀ ମାନଙ୍କ ଉପରେ ନିରନ୍ତର ଚଢ଼ାଉ କରି ଏହାର ଜଡକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଉଚିତ  I   ଏସବୁ ସମ୍ଭବ ହେବ ଯଦି ସରକାର, ବୁଦ୍ଧିଜୀବୀ, ଗଣମାଧ୍ୟମ, ସକାରାତ୍ମକ ଚିନ୍ତା ଥିବା ସାହି ମୁରବୀ,  ଗ୍ରାମର ମୁଖିଆ ଓ ଯୁବପିଢ଼ି ନିଜ ନିଜ ଇଲାକାରେ ମାନବ ବିକାଶ ପାଇଁ ନିଜକୁ ସମ୍ପୂର୍ଣ ନିୟୋଜିତ କରିବେ  I  

କଟକର କଳାତ୍ମକ ମୃତ୍ତିକାଶିଳ୍ପ ବଂଚିରହିବା ଦରକାର

 କଟକର କଳାତ୍ମକ ମୃତ୍ତିକାଶିଳ୍ପ ବଂଚିରହିବା ଦରକାର

(Published in the Odisha Bhaskar on 10.10.2022)

ସମଗ୍ର ବିଶ୍ୱ ଆଜି ପ୍ରକୃତି ସାଙ୍ଗରେ ସାମଞ୍ଜସ୍ୟ ନରଖି ବିକାଶ ପାଇଁ ପ୍ରୟାସ କରିବା ଦ୍ୱାରା ଜଳବାୟୁ ପରିବର୍ତ୍ତନରୁ ଉତ୍ପର୍ଣ୍ଣ ହୋଇଥିବା ଏକ ଭୀଷଣ ବିଭୀଷିକାର  ଶିକାର ହୋଇଛି I  ବିଗତ ଦୁଇ ଦଶନ୍ଧିରେ ପ୍ରାକୃତିକ ଵିପର୍ୟୟର ସଂଖ୍ୟା ବଢିବା ସଂଗେ ସଂଗେ ଏହାର ଭୀଷଣତା  ଅଧିକ  ହୋଇଛି ବୋଲି ଅନେକ ଆନ୍ତର୍ଜାତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି   I ସମଗ୍ର ବିଶ୍ୱରେ ଆଜି ଲକ୍ଷ ଲକ୍ଷ ଲୋକଙ୍କର ଧନ ଜୀବନ ହାନି ହୋଇଛି I ବନ୍ୟା , ବାତ୍ୟା , ଜଙ୍ଗଲପୋଡି, ଭୂମିକମ୍ପ , ବାଦଲଫଟା ବର୍ଷା ଓ ଭୁ-ସ୍ଫଳନ  ଇତ୍ୟାଦିକୁ ଦେଖିଲେ ଲାଗେ ସତେ ଯେପରି ପ୍ରକୃତି ମଣିଷ ସମାଜକୁ ଭୟଙ୍କର ପ୍ରଳୟ ଆସିବା ପୂର୍ବରୁ ଚେତାବନୀ ଦେଉଛି  I ପ୍ରାଚୀନ ଭାରତୀୟ ସଂସ୍କୃତିରେ ପ୍ରକୃତି ସହିତ ସନ୍ତୁଳନ ରକ୍ଷାକରି କିଭଳି ଆର୍ଥିକ, ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ କରିହେବ ଏହାର ଅନେକ ଉଦାହରଣ ଅଛି  I   ଓଡିଶାର ୩୩ ଲକ୍ଷ କୁମ୍ଭକାର ଅନେକ କିସମର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ତିଆରି କରିବା ସଂଗେ ସଂଗେ ବିଭିର୍ଣ ପ୍ରକାରର ଘରସଜାଇବା ବସ୍ତୁ ମଧ୍ୟ ତିଆରି କରିଥାନ୍ତି I  ବିଶ୍ୱ ବଜାରରେ ଏହି ପରିବେଶ ଅନୁକୂଳ ପଦାର୍ଥ ଗୁଡିକର ଚାହିଦା ବଢି ଚାଲିଛି I  ମୃତ୍ତିକା ଶିଳ୍ପୀ ଅନେକ ପିଢ଼ିଧରି ମୃତିକା ଶିଳ୍ପ କରିବା ଦ୍ୱାରା ଏହି ହସ୍ତଶିଳ୍ପ ପଦାର୍ଥଗୁଡିକୁ  କଳାତ୍ମକ ରୂପ ଦେଇପାରୁଛି I   ଓଡ଼ିଶାର ମୃତ୍ତିକା ଶିଳ୍ପୀମାନେ ମାଠିଆ , ସୁରେଇ , ହାଣ୍ଡି , ଧୂପଦାନୀ , ଫୁଲଦାନୀ , ମାଟିରେ ତିଆରି ଡାଇନିଂ ଟେବୁଲ , ମାଟିରେ ତିଆରି ଆଧୁନିକ ଘର ସିଲିଂ ,  ଘର ସଜାଇବା ଦ୍ରବ୍ୟ , ମୂର୍ତ୍ତି ଓ ମାଟିର  ଚା ଗିଲାସ ଆଦି ଅନେକ  ପ୍ରକାରର ଜିନିଷ ତିଆରି କରିଥାନ୍ତି  I  ଗ୍ଲୋବାଲ ୱାର୍ମିଙ୍ଗ  ପର୍ଯାବରଣକୁ ଏକ ନିର୍ଯାତନା ପ୍ରକୋଷ୍ଠରେ ପରିଣତ କରିଥିବାରୁ ସାରା ବିଶ୍ୱରେ ଆଜି ଲୋକେ ପରିବେଶ ଉପଯୋଗୀ ଜିନିଷଗୁଡିକୁ ବ୍ୟବହାର କରିବାକୁ ଲାଗିଲେଣି  ଓ ଏହି ପଦାର୍ଥଗୁଡିକର ଚାହିଦା ବିଶ୍ୱ ହସ୍ତଶିଳ୍ପ ବଜାରରେ ବହୁତ ବଢ଼ିଯାଇ ଥିବାର ରିପୋର୍ଟ ପ୍ରକାଶ ପାଉଛି    I  ଭାରତ ପାଇଁ ଏହା ଏକ ସୁବର୍ଣ୍ଣ  ସୁଯୋଗ  I    ଓଡିଶାରେ ମୃତ୍ତିକା ଶିଳ୍ପ ପରମ୍ପରାକୁ ଯଦି ସୁରକ୍ଷିତ ରଖାଯାଇପାରନ୍ତା ତେବେ ଓଡିଶା ଏହି ପଦାର୍ଥଗୁଡିକ ବିଶ୍ୱ ହସ୍ତଶିଳ୍ପ ବଜାରରେ ବିକି ଅନେକ ବିଦେଶୀ ମୁଦ୍ରା ଅର୍ଜନ କରିବା ସଂଗେ ସଂଗେ ରାଜ୍ୟରେ ରୋଜଗାରର ସମ୍ଭାବନ ସୃଷ୍ଟି କରିପାରନ୍ତା   I   ସରକାର ଯୁବପିଢିଙ୍କୁ ଅସହାୟ ଭାବି ସରକାରୀ ସାହାଯ୍ୟ  ଦେବା ପରିବର୍ତେ ସେମାନଙ୍କ ଦ୍ୱାରା ତିଆରିହେଉଥିବା ଉତ୍ପାଦଗୁଡିକୁ ବଜାରରେ ବିକ୍ରି କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ  I  ସରକାରୀ ଓ ବେସରକାରୀ ଅଫିସ ଓ ଘରେ ଲୋକେ କିଭଳି ହସ୍ତଶିଳ୍ପ ସାମଗ୍ରୀଗୁଡିକ ବହୁଳ ଭାବରେ ବ୍ୟବହାର କରିବେ ସେଥିପାଇଁ  ମୁଖ୍ୟ ମନ୍ତ୍ରୀ ନିଜେ  ଲୋକଙ୍କୁ ଉତ୍ସାହିତ କରିବା ଉଚିତ  I        

କଟକର ମୃତ୍ତିକା ଶିଳ୍ପୀମାନେ ନିଜର ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା କଟକର ବିଖ୍ୟାତ ମୂର୍ତିକଳା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି I  କଟକର କୁମ୍ଭାର ସାହିରେ ଏବେମଧ୍ୟ କେତେକ କାରିଗର ନିଜର କଳ୍ପନା ଓ ସୃଜନଶୀଳତା ଦ୍ୱାରା  ମାଟିରେ ପ୍ରାଣ ସଂଚାର କରିପାରୁଛନ୍ତି   I   ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ଦୁର୍ଗାପୂଜା, କାର୍ତ୍ତିକେଶ୍ଵର ପୂଜା, ଲକ୍ଷ୍ମୀ ପୂଜା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା , ସରସ୍ବତୀ ପୂଜା ଓ କାଳୀ ପୂଜା ଆଦି ଉତ୍ସବରେ ଦେବ ଦେବୀଙ୍କର ମୂର୍ତ୍ତି ତିଆରି କରି ସେମାନେ ସୁରୁଖୁରୁରେ ନିଜର ପରିବାର ପୋଷଣ କରୁଥିଲେ  I  ବିଗତ ତିନି ଦଶନ୍ଧିରେ କଟକର ସାହିବାସିନ୍ଦା ମାନେ ମୃତ୍ତିକା ଶିଳ୍ପୀମାନଙ୍କର କଳାତ୍ମକ ରଚନାକୁ ଅଣଦେଖାକରି   ବାହାର ରାଜ୍ୟର କାରିଗର ମାନଙ୍କୁ ଡାକି ଅଳ୍ପ  ବ୍ୟୟରେ ନିମ୍ନମାନର ମୂର୍ତି ନିର୍ମାଣ କରିବାକୁ ଲାଗିଲେ  I  

କଟକରେ ହେଉଥିବା ପୂଜାର  ପ୍ରଧାନ ଆକର୍ଷଣ ହେଲା ମୂର୍ତିକାମ   I  ଏହି ମୂର୍ତିକାମ ଦେଖିବାକୁ  ଲୋକେ ଓଡିଶା ଓ ଭାରତର ବିଭିର୍ନ ପ୍ରାନ୍ତରୁ ଆସୁଥିଲେ  I   ଆଜି ଡିଜେ ବାଦ୍ୟ, ସାଜସଜ୍ଜା   ଓ ମଉଜ ମଜଲିସ ଭିତରେ ଭାରତ ପ୍ରସିଦ୍ଧ ମୂର୍ତ୍ତକାମ ନିଜର ଗୁଣବତ୍ତାକୁ ହରାଇ ବସିଛି   I    ସାହିମୁରବିମାନେ ଜାଣିବା ଦରକାର କଟକ ମୂର୍ତିକାମର  ଗୁଣବତ୍ତା ଯଦି କମିଯାଏ ତେବେ କଟକ ଦଶହରାର ଆକର୍ଷଣ କମିଯିବ  I   ପର୍ଯ୍ୟଟକମାନେ ଶସ୍ତା କନାକାମ କିମ୍ବା ଲାଇଟକାମ ଦେଖିବାକୁ ଆସିନଥାନ୍ତି  I   ଦୁଃଖର କଥା କଟକର ମୂର୍ତ୍ତିକାଶିଳ୍ପୀ ମାନେ ଓଡିଶା  ବାହାରେ ସମ୍ମାନିତ ହେଉଛନ୍ତି କିନ୍ତୁ ନିଜ ରାଜ୍ୟରେ ଲୋକେ ତାଙ୍କୁ  ଗାଁ କନିଆଁ ସିଂଘାଣି ନାକି  ଭଳି ଭାବୁଛନ୍ତି  I  
କଟକର ମୃତ୍ତିକା ଶିଳ୍ପୀ ଫକୀର ପରିଡା ବିଭିର୍ଣ୍ଣ ଦେଶରେ କାରୁକାର୍ଯ୍ୟ ପୂର୍ଣ୍ଣ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି I  ସେ ହରିଦ୍ୱାରରେ ଭାରତ ମାତା ମନ୍ଦିର, ସମୁଦ୍ର ମନ୍ଥନ ଓ ଅନେକ ଦେବ ଦେବୀଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି  I   କଟକର ମୃତିକା ଶିଳ୍ପୀ ମାୟାଧର ବେହେରାଙ୍କ କଳାତ୍ମକ ରଚନାରେ ଅକୃଷ୍ଟ ହୋଇ ବଲିଉଡର ପ୍ରଖ୍ୟାତ  ଚଳଚ୍ଚିତ୍ର ତାରକା ପୃଥ୍ୱୀରାଜ କାପୁର ବମ୍ବେରେ ଥିବା ତାଙ୍କ ସ୍ଟୁଡ଼ିଓରେ ଶିଳ୍ପୀ ମାୟାଧର ବେହେରାଙ୍କୁ କାମକରିବାକୁ ସୁଯୋଗ ଦେଇଥିଲେ  I ମାୟାଧର ବେହେରା ଭୁବନେଶ୍ୱରରେ ଥିବା ଆଦିବାସୀ କଳାକେନ୍ଦ୍ରରେ ଓଡ଼ିଶାର ଆଦିବାସୀ ମାନଙ୍କର ଜୀବନଶୈଳୀକୁ ନିଖୁଣ ଭାବରେ ତିଆରିକରିଛନ୍ତି  I  ଦଶହରା ସମୟରେ ମାୟାଧର ବେହେରା ବନାଇଥିବା  ଶିବ ପାର୍ବତୀଙ୍କ  ବିବାହ ଶୋଭାଯାତ୍ରାର  ଦୃଶ୍ୟ ଓ ଶିବ ପୁରାଣରେ ବର୍ଣ୍ଣିତ ଅନେକ  ବିଷୟବସ୍ତୁ ଆଜି ମଧ୍ୟ କଟକବାସୀ ମନେ ରଖିଛନ୍ତି  I  ଝାଞ୍ଜିରୀ ମଙ୍ଗଳା ଓ ଜେଲ ରୋଡ଼ରେ ହେଉଥିବା ପୌରାଣିକ ବିଷୟବସ୍ତୁଗୁଡିକ  ଶ୍ରଦ୍ଧାଳୁଙ୍କୁ ଏକଦା ମନ୍ତ୍ରମୁଗ୍ଧ କରିଦେଉଥିଲା    I  

କଟକ ମୂର୍ତ୍ତିକାମରେ  ରଙ୍ଗର ସମ୍ମିଶ୍ରଣ, ମୁଦ୍ରା , ଭଂଗି ,  ଭାବ ଓ ସୁକ୍ମ କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା ଓ ଏହା ଭାରତର ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳୁନଥିଲା   I    କଟକ ମୃତ୍ତିକା କାମରେ କଳାର  ଉତ୍କୃଷ୍ଟତା ଆଉ ଦେଖିବାକୁ ମିଳୁନାହିଁ   I   ମୂର୍ତ୍ତିକାକାମ କରି ଶିଳ୍ପୀମାନେ  ଉପଯୁକ୍ତ ପାରିଶ୍ରମିକ ଓ ସମ୍ମାନ ପାଉନଥିବାରୁ ସେମାନେ   ମାଟିକାମ ଛାଡି ଗ୍ଲାସ, ଫାଇବର ଓ  ସିମେଣ୍ଟରେ ମୂର୍ତି କରୁଛନ୍ତି   I  ବରିଷ୍ଟ ମୂର୍ତ୍ତିକା ଶିଳ୍ପୀ କେଦାର ବେହେରା କଟକର ମାଣିକଘୋଷ ବଜାରରେ ମହାଦେବ ପାର୍ବତୀ, କାର୍ତ୍ତିକେଶ୍ଵର ଓ ଗଣେଶଙ୍କ  ମୂର୍ତିକରି ଦର୍ଶକଙ୍କୁ ଆଚମ୍ବିତ କରିପାରୁଥିଲେ  I  କେଦାର ବେହେରା କହନ୍ତି "ମୂର୍ତ୍ତିକା ଶିଳ୍ପୀଙ୍କ ଭିତରେ ଆଉ ପୂର୍ବ ଉତ୍ସାହ ନାହିଁ I "  କଟକର ସାହିମୁରବିମାନେ , ଶିକ୍ଷିତ ସମାଜ, ଯୁବପିଢ଼ି ଓ ଗଣମାଧ୍ୟମ କଟକ ମୂର୍ତିକାମକୁ ପୁନର୍ଜୀବିତ କରିବାପାଇଁ ଦୃଢ ସଂକଳ୍ପ ନେବା ଉଚିତ  I 

କଟକର ମାଟି ମୂର୍ତିକାମ ଲୋପ ପାଇବାକୁ ବସିଛି

କଟକର ମାଟି ମୂର୍ତିକାମ ଲୋପ ପାଇବାକୁ ବସିଛି

(Published in Dinalipi on 14.10.2022)

ପ୍ରାଚୀନ ଭାରତୀୟ ସଂସ୍କୃତି ମଣିଷ ସମାଜକୁ ପ୍ରକୃତି ସହିତ ସନ୍ତୁଳନ ରକ୍ଷାକରି ଆର୍ଥିକ, ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ କରିବା ପାଇଁ  ସର୍ବଦା ପ୍ରେରିତ କରିଥାଏ    I   ଓଡିଶାର ୩୩ ଲକ୍ଷ କୁମ୍ଭକାର ଅନେକ କିସମର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ତିଆରି କରିବା ସଂଗେ ସଂଗେ ବିଭିର୍ଣ ପ୍ରକାରର ଘରସଜାଇବା ବସ୍ତୁ ମଧ୍ୟ ତିଆରି କରିଥାନ୍ତି I     ଓଡ଼ିଶାର ମୃତିକା ଶିଳ୍ପୀମାନେ ମାଠିଆ , ସୁରେଇ , ହାଣ୍ଡି , ଧୂପଦାନୀ , ଫୁଲଦାନୀ , ମାଟିରେ ତିଆରି ଡାଇନିଂ ଟେବୁଲ , ମାଟିରେ ତିଆରି ଆଧୁନିକ ଘର ସିଲିଂ ,  ଘର ସଜାଇବା ଦ୍ରବ୍ୟ , ମୂର୍ତ୍ତି ଓ ମାଟିର  ଚା ଗିଲାସ ଆଦି ଅନେକ  ପ୍ରକାରର ଜିନିଷ ତିଆରି କରିଥାନ୍ତି  I  ଗ୍ଲୋବାଲ ୱାର୍ମିଙ୍ଗ  ପର୍ଯାବରଣକୁ ଏକ ନିର୍ଯାତନା ପ୍ରକୋଷ୍ଠରେ ପରିଣତ କରିଥିବାରୁ ସାରା ବିଶ୍ୱରେ ଆଜି ଲୋକେ ପରିବେଶ ଉପଯୋଗୀ ଜିନିଷଗୁଡିକୁ ବ୍ୟବହାର କରିବାକୁ ଲାଗିଲେଣି  ଓ ଏହି ପଦାର୍ଥ ଗୁଡିକର ଚାହିଦା ବିଶ୍ୱ ହସ୍ତଶିଳ୍ପ ବଜାରରେ ବହୁତ ବଢ଼ିଯାଇ ଥିବାର ରିପୋର୍ଟ ପ୍ରକାଶ ପାଉଛି    I  ଭାରତ ପାଇଁ ଏହା ଏକ ସୁବର୍ନ ସୁଯୋଗ  I    ଓଡିଶାରେ ମୃତ୍ତିକା ଶିଳ୍ପ ପରମ୍ପରାକୁ ଯଦି ସୁରକ୍ଷିତ ରଖାଯାଇପାରନ୍ତା ତେବେ ଓଡିଶା ଏହି ପଦାର୍ଥଗୁଡିକ ବିଶ୍ୱ ହସ୍ତଶିଳ୍ପ ବଜାରରେ ବିକି ଅନେକ ବିଦେଶୀ ମୁଦ୍ରା ଅର୍ଜନ କରିବା ସଂଗେ ସଂଗେ ରାଜ୍ୟରେ ଅନେକ ରୋଜଗାରର ସମ୍ଭାବନ ସୃଷ୍ଟି କରିପାରନ୍ତା   I  


କଟକର ମୃତ୍ତିକା ଶିଳ୍ପୀମାନେ ନିଜର ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା କଟକର ବିଖ୍ୟାତ ମୂର୍ତିକଳା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି I  କଟକର କୁମ୍ଭାର ସାହିରେ ଏବେମଧ୍ୟ କେତେକ କାରିଗର ନିଜର କଳ୍ପନା ଓ ସୃଜନଶୀଳତା ଦ୍ୱାରା  ମାଟିରେ ପ୍ରାଣ ସଂଚାର କରିପାରୁଛନ୍ତି   I   ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ଦୁର୍ଗାପୂଜା, କାର୍ତିକେସ୍ୱର ପୂଜା, ଲକ୍ଷ୍ମୀ ପୂଜା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା , ସରସ୍ବତୀ ପୂଜା ଓ କାଳୀ ପୂଜା ଆଦି ଉତ୍ସବରେ ମୃତିକା ଶିଳ୍ପୀମାନେ ଦେବ ଦେବୀଙ୍କର ମୂର୍ତି ତିଆରି କରି ସୁରୁଖୁରୁରେ ନିଜର ପରିବାର ପୋଷଣ କରୁଥିଲେ  I  ବିଗତ ତିନି ଦଶନ୍ଧିରେ କଟକର ସାହିବାସିନ୍ଦା ମାନେ ମୂର୍ତ୍ତିକା   ଶିଳ୍ପୀମାନଙ୍କର କଳାତ୍ମକ ରଚନାକୁ ଅଣଦେଖାକରି ବାହାରୁ କାରିଗର ମାନଙ୍କୁ ଡାକି ଅଳ୍ପ  ଖର୍ଚରେ ନିମ୍ନମାନର ମୂର୍ତି ନିର୍ମାଣ କରିବାକୁ ଲାଗିଲେ  I   କଟକରେ ହେଉଥିବା ପୂଜାର  ପ୍ରଧାନ ଆକର୍ଷଣ ହେଲା କଟକର ମୂର୍ତିକାମ   I  ଏହି ମୂର୍ତିକାମ ଦେଖିବାକୁ  ଲୋକେ ଓଡିଶା ଓ ଭାରତର ବିଭିର୍ନ ପ୍ରାନ୍ତରୁ ଆସୁଥିଲେ  I   ଆଜି ଡିଜେ ବାଦ୍ୟ, ସାଜସଜ୍ଜା ଓ ମଉଜ ମଜଲିସ ଭିତରେ ଭାରତ ପ୍ରସିଦ୍ଧ ମୂର୍ତି କାମ ନିଜର ଗୁଣବତ୍ତାକୁ ହରାଇ ବସିଛି   I    ସାହି ମୁରବୀମାନେ ଜାଣିବା ଦରକାର କଟକ ମୂର୍ତି କାମର  ଗୁଣବତ୍ତା ଯଦି କମିଯାଏ ତେବେ କଟକ ଦଶହରାର ଆକର୍ଷଣ ଆଉ ରହିବ ନାହିଁ I   ପର୍ଯ୍ୟଟକ ମାନେ କନାକାମ କିମ୍ବା ଲାଇଟକାମ ଦେଖିବାକୁ ଆସିନଥାନ୍ତି  I   ଆଜି କଟକ ଅପେକ୍ଷା ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାରେ ଉଚ୍ଚକୋଟିର ମୂର୍ତିକାମ ଦେଖିବାକୁ ମିଳୁଛି  I     ୨୦୨୨ ଗଜ ଲକ୍ଷ୍ମୀ ପୂଜାରେ ଢେଙ୍କାନାଳରେ ସାଜସଜ୍ଜା ମଧ୍ୟ କଟକ ଠାରୁ ଅଧିକ ଆକର୍ଷଣୀୟ ଜଣାପଡୁଛି   I  ବାଉଁଶରେ ତିଆରି କୁଲା - ବାଉଁଶିଆର  ତୋରଣ ଓ ଗେଟ ୨୦୨୨ ଗଜ ଲକ୍ଷ୍ମୀ ପୂଜାର ବିଶେଷ ଆକର୍ଷଣ ଥିଲା   I                  

କଟକର ବୁଦ୍ଧିଜୀବୀ , ଯୁବପିଢ଼ି , ସ୍ଥାନୀୟ ନେତା , ସାହିମୁରବି ଓ ଗଣମାଧ୍ୟମ କଟକର ମୂର୍ତି କାମକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ  I   କଟକର ମାଣିକଘୋଷ ବଜାର ଓ ନୟାସଡ଼କ ରେ ଅତି ଉଚା କୋଟିର ମୂର୍ତି କାମ ହେଉଥିଲା  I  ଆଜି ଏହି ମୂର୍ତିକାମକୁ ଦର୍ଶକ ଥରେ ଦେଖିଲେ ଆଉଥରେ ଆସିବେ ନାହିଁ   I   ମୂର୍ତିଗୁଡିକ ଆଉ ଆଗଭଳି ଜୀବନ୍ତ ଲାଗୁନାହିଁ   I     ଅଣକୁଶଳୀ କାରିଗରମାନେ  ମୂର୍ତିଗୁଡିକୁ  ଅନେକ ଜାଗାରେ ବିକୃତି କାରଣ କରିଦେଇଥିବାର ଦେଖିବାକୁ ମିଳିଲା   I   ଅନେକ ଜାଗାରେ ମୂର୍ତି ଗୁଡିକ ଅଣ ଓଡ଼ିଆ ଶୈଳୀରେ ବନିଥିବାର ଜଣାପଡିଲା  I  କଟକର ମୃତିକା ଶିଳ୍ପୀ ମାନେ ରାମାୟଣ ଓ ପୁରାଣର ବିଷୟ ବସ୍ତୁଗୁଡ଼ିକୁ ନିଖୁଣ ଭାବରେ ରୂପରେଖ ଦେଇପାରୁଥିଲେ   I   ସେପ୍ରକାର ମୂର୍ତିକଳା ଆଉ କଟକରେ ଦେଖିବାକୁ ମିଳୁନାହିଁ    I  ମୃତିକା ଶିଳ୍ପର ଆଦର କମିଯାଇଥିବାରୁ ଅନେକ ମୃତିକା  ଶିଳ୍ପୀ ଜୀବିକାପାଇଁ ରାଜ୍ୟ ବାହାରକୁ ଚାଲି ଗଲେଣି   I        

କଟକର ମୂତ୍ରୀକା ଶିଳ୍ପୀ ଫକୀର ପରିଡା ବିଭିର୍ଣ୍ଣ ଦେଶରେ କାରୁକାର୍ଯ୍ୟ ପୂର୍ଣ୍ଣ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି I  ସେ ହରିଦ୍ୱାରରେ ଭାରତ ମାତା ମନ୍ଦିର, ସମୁଦ୍ର ମନ୍ଥନ ଓ ଅନେକ ଦେବ ଦେବୀଙ୍କ ମୂର୍ତି ନିର୍ମାଣ କରିଛନ୍ତି  I   କଟକର ମୃତିକା ଶିଳ୍ପୀ ମାୟାଧର ବେହେରାଙ୍କ କଳାତ୍ମକ ରଚନାରେ ଅକୃଷ୍ଟ ହୋଇ ପ୍ରଖ୍ୟାତ  ଚଳଚ୍ଚିତ୍ର ତାରକା ପୃଥ୍ୱୀରାଜ କପୁର ବମ୍ବେରେ ଥିବା ତାଙ୍କ ସ୍ଟୁଡ଼ିଓରେ ଶିଳ୍ପୀ ମାୟାଧର ବେହେରାଙ୍କୁ କାମକରିବାକୁ ସୁଯୋଗ ଦେଇଥିଲେ  I ମାୟାଧର ବେହେରା ଭୁବନେଶ୍ୱରରେ ଥିବା ଆଦିବାସୀ କଳାକେନ୍ଦ୍ରରେ ଓଡ଼ିଶାର ଆଦିବାସୀ ମାନଙ୍କର ଜୀବନଶୈଳୀକୁ ନିଖୁଣ ଭାବରେ ତିଆରିକରିଛନ୍ତି  I  ଦଶହରା ସମୟରେ ମାୟାଧର ବେହେରା ବନାଇଥିବା  ଶିବ ପାର୍ବତୀଙ୍କ  ବିବାହ ଶୋଭାଯାତ୍ରାର  ଦୃଶ୍ୟ ଓ ଶିବ ପୁରାଣରେ ବର୍ଣ୍ଣିତ ଅନେକ  ବିଷୟବସ୍ତୁ ଆଜି ମଧ୍ୟ କଟକବାସୀ ମନେ ରଖିଛନ୍ତି  I  ଝାଞ୍ଜିରୀ ମଙ୍ଗଳା ଓ ଜେଲ ରୋଡ଼ ରେ ହେଉଥିବା ପୌରାଣିକ ବିଷୟବସ୍ତୁଗୁଡିକ  ଶ୍ରଦ୍ଧାଳୁଙ୍କୁ ଏକଦା ମନ୍ତ୍ରମୁଗ୍ଧ କରିଦେଉଥିଲା    I   କଟକ ମୂର୍ତ୍ତି କାମର ରଙ୍ଗର ସମ୍ମିଶ୍ରଣ, ମୁଦ୍ରା , ଭଂଗି ,  ଭାବ ଓ ସୁକ୍ମ କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା ଓ ଏହା ଭାରତର ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳୁନଥିଲା   I    କଟକ ମୂତ୍ରୀକ କାମରେ କଳାର  ଉତ୍କୃଷ୍ଟତା ଆଉ ଦେଖିବାକୁ ମିଳୁନାହିଁ   I
ମୂର୍ତିକାମ କରି ଉପଯୁକ୍ତ ପାରିଶ୍ରମିକ ଓ ସମ୍ମାନ ପାଉନଥିବାରୁ ଅନେକ ମୂତ୍ରୀକା ଶିଳ୍ପୀମାନେ  ମାଟି କାମ ଛାଡି ଗ୍ଲାସ, ଫାଇବର ଓ  ସିମେଣ୍ଟରେ ମୂର୍ତି କରୁଛନ୍ତି   I  ବରିଷ୍ଟ ମୂର୍ତ୍ତିକ ଶିଳ୍ପୀ କେଦାର ବେହେରା କଟକର ମାଣିକଘୋଷ ବଜାରରେ ମହାଦେବ ପାର୍ବତୀ, କାର୍ତିକସ୍ୱର ଓ ଗଣେଶଙ୍କ  ମୂର୍ତିକରି ଦର୍ଶକଙ୍କୁ ଆଚମ୍ବିତ କରିପାରୁଥିଲେ  I  କେଦାର ବେହେରା କହନ୍ତି "ମୂର୍ତ୍ତିକା ଶିଳ୍ପୀଙ୍କ ଭିତରେ ଆଉ ପୂର୍ବ ଉତ୍ସାହ ନାହିଁ I "      କଟକର ସାହିମୁରବିମାନେ , ଶିକ୍ଷିତ ସମାଜ, ଯୁବପିଢ଼ି ଓ ଗଣମାଧ୍ୟମ କଟକ ମୂର୍ତିକାମକୁ ପୁନର୍ଜୀବିତ କରିବାପାଇଁ ଦୃଢ ସଂକଳ୍ପ ନେବା ଉଚିତ  I 

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...