Team India needs nerves of steel in tough situation

 The good news for the Indian team is Rahul Dravid is likely to replace Ravi Shastri as chief coach. Dravid is known for his commitment and hard work both on and off the field; he has proved his mantle as a dedicated coach of India’s under 19 team. He has won the title “Wall” for his strong defense which was difficult for any bowler to breach.  Now Team India has also engaged MS Dhoni as mentor. The team should draw inspiration from Dhoni’s ability to show nerves of steel and cool temperament at the time of crisis.  On many occasions, Dhoni had snatched victory from the jaws of defeat with his “never say die approach.” Dhoni is a living example before the Indian team which will help the team bounce back in future encounters.  


India lost to Pakistan because they did not show the character and nerve of steel against Pakistan’s pace attack and their not so good spin bowling. Indian players were obsessed with the thought of defeating Pakistan and were looking tense and out of focus during the match. The players should be fully focused and not self conscious of winning the game. India could not take a single wicket of Pakistan nor the bowlers could beat the batsmen in Pakistan’s 152 run chase. It was a cake walk for the Pakistan team. A big lesson for the Indian team  which needs to introspect.


India should necessarily bring in Ravichandran Ashwin in place of Hardik Pandya; there is no point in playing Pandya who has not been in bowling action for a long time. Ashwin has experience and is in good form; he can also bat well though he can’t be a game changer with his bat. Shardul Thakur is shaping up well into an all rounder who can replace Muhammed Shami. Shardul and Ashwin have positive body language which emits never say die spirit.   Body language, nerves of steel and full focus always contribute to winning tough matches. It is unjust for the social media to blame Shami for the defeat when all the bowlers failed to penetrate Pakistan defense.


The Pakistan Prime Minister, Imram Khan has always kept his one eye on cricket.  It has helped the Pakistan cricket team rebuild itself from complete ruin. It looked strong against India but it had shown their cracks against New Zealand which had narrowly lost the IPL match against Pakistan. One single win against India will not make Pakistan invincible because Team India can bounce back with its rich experience and explosive batting line up.


The team management should adopt a nation first approach and show zero tolerance to players who do not move their feet well against quality pace bowling and spin attack. Their old record should not be the criteria for entering into the playing eleven.  This should be applicable to anybody including Rohit Sharma and Virat Kohli also. No player should act as a stumbling block before the growth of young talents.   India desperately needs to groom young batsmen to become like Yuvraj Singh, Virendra Sehwag and MS Dhoni who were good finishers of the game. India should have picked up young Ruturaj Gaikwad who has sound batting techniques and was a good finisher. Team management should give water to a sapling when it really needs it.  Rohit Sharma, Virat Kohli and K L Rahul and Rishabh Pant should play the role of finishers to keep India’s hope alive in the T 20 world cup.

Like a spider, Sunil Narine spins his web around his ‘victims’… batsmen This article is published in the Counterview.org on 13.12.2021

 He hides the ball behind his back till the last moment of his delivery.  Sunil Narine is rightly called a mystery bowler for his line, length, guile and his extraordinary ability to read the flaw in batsman’s footwork. He not only reads the footwork, he reads the batsman’s mind before luring him into his trap. Any batsman with footwork flaws can fall prey to Sunil Narain’s gentle spin which he bowled like a doctor performing a surgery in an operation theatre.  The batsman has to keep guessing whether it is a spin, a straighter one, a carrom ball, a knuckle or a skidder.  He looks dangerous on any pitch with good fielders on the fence who can run extra pace and grab the catches. Like a spider Sunil Narine spins his web around his victim.

Narine combines his bowling recipes with amazing accuracy.  His mystery is his strength which helped West Indies win the World T20 title in 2012.  He was instrumental in winning two title victories for Knight Riders’ in 2012 and 2014. Narine has played 225 IPL innings to score 2739 runs with a strike rate of 144.46. He has played 373 IPL innings to take 419 wickets with a strike rate of 20.60.

Narine does not look like a rugged Caribbean cricketer.  He looks more like a chubby-faced Indian temple priest with a hair-cut resembling the tail of a squirrel popping up in every appeal for LBW.  Narine seldom smiles nor does he express his joy when he gets a prized wicket; he twists his jaw left or right without opening his lips.  His facial expression and body language remain the same when he receives the man of the match award also. 

Sunil Narine is an asset for KKR. A pinch hitter, he can open the innings and play as a middle order. The hardworking Narine always wants to prove his all round ability. In 2014, he was banned from playing for his suspect bowling action; later he was dropped from the West Indies’ team. He reworked on his bowling action and returned to International cricket after ICC cleared his bowling action just before the IPL 2021. He has come back with a match winning performance against Delhi Capitals with a two wicket haul and a swashbuckling 21 off 10 balls.  Narine proved again with his all round ability with 26 runs of 15 balls and 4 wickets for 21 runs against Royal Challengers, Bangalore in the Play-off.  Narine bowled Virat Kohli and AB de Villiers; he took the wicket of in-form Srikar Bharat and Glenn Maxwell to give KKR an easy target of 138.        

In the IPL 2021, Narine has so far taken 14 wickets; and 4 for 21 is his highest.  As the IPL progresses, Sunil Narine is fast gaining his old magic which will restore his game changer image.


ସ୍କୁଲଗୁଡ଼ିକର ପରିବର୍ତ୍ତନ ଆବଶ୍ୟକ

Odisha Reporter has published this article on 13.10.2021 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବର ଉଦ୍ଘାଟନ ସମାରୋହରେ ଭାଷଣ ଦେଲାବେଳେ ଶିକ୍ଷାର ବିକାଶ ପାଇଁ ପାଞ୍ଚଟି ନୂତନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ସାଇନ୍‌ ବା ସାଙ୍କେତିକ ଭାଷା ଶବ୍ଦକୋଷର ପ୍ରଚଳନ, କଥା କହୁଥିବା ଡିଜିଟାଲ ପୁସ୍ତକ, ବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ, ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଶିକ୍ଷା ସ୍ୱେଚ୍ଛାସେବୀ ଗଠନ, ଦାନ ଗ୍ରହଣ ଓ ସିଏସଆର ଯୋଗଦାନ ଇତ୍ୟାଦିକୁ ପ୍ରାଥମିକତା ଦିଆଯିବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି। ପ୍ରକୃତ ଶିକ୍ଷାର ଅଭାବ ଯୋଗୁଁ ଭାରତରେ ଆର୍ଥିକ ବିକାଶର ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଏହା ଏକ ବିକଶିତ ଦେଶ ହୋଇପାରୁନାହିଁ। ଦେଶରେ ବେରୋଜଗାରୀ, ପ୍ରବଳ ମାତ୍ରାରେ ବ୍ୟାଙ୍କ ଠକେଇ, ସହରଗୁଡ଼ିକର ଅବନତି, ଅପରାଧ ସଂଖ୍ୟାରେ ବୃଦ୍ଧି, ଭେଜାଲ କାରବାରରେ ବୃଦ୍ଧି ଓ ଦରଦାମ ବୃଦ୍ଧି ଇତ୍ୟାଦିର ପ୍ରମୁଖ କାରଣ ହେଲା ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ତାର ନାଗରିକମାନଙ୍କୁ ଉତ୍ତମ ଶିକ୍ଷା ଦେଇପାରିନାହିଁ। ଉତ୍ତମ ଶିକ୍ଷାର ଅର୍ଥ ନୁହେଁ କାଗଜ ଡିଗ୍ରୀ ପାଇ କମ୍ପୁଟର ଚଳାଇ ଦୁଇ ଚାରିପଦ ଇଂରାଜିରେ ଭାଷଣ ଦେବା। ଉତ୍ତମ ଶିକ୍ଷାର ଉଦେଶ୍ୟ ହେଲା ଶିକ୍ଷିତ, ସଚ୍ଚୋଟ, ନିଷ୍ଠାପର, ଶାରୀରିକ ଓ ମାନସିକ ଶକ୍ତିରେ ପରିପୂର୍ଣ୍ଣ ସାହସୀ ନାଗରିକ ତିଆରି କରିବା। ବ୍ରିଟିଶ ସରକାର ଦେଶକୁ ଲୁଟିବା ପାଇଁ  ଶିକ୍ଷାନୁଷ୍ଠାନ ମାଧ୍ୟମରେ ମେରୁଦଣ୍ଡ ବିହୀନ, ତୋଷାମଦକାରୀ, ବିଚାରଶୂନ୍ୟ ଯୁବକମାନଙ୍କୁ ତିଆରି କରିଥିଲା ଯେଉଁମାନେ ଶାସନ କଳରେ ରହି ବ୍ରିଟିଶ ସରକାରଙ୍କ ହଁ’ରେ ହଁ ମିଳାଇ ଇମାନଦାର ଭୃତ୍ୟ ଭଳି କାମ କରୁଥିଲେ। ଏହି ତୋଷାମଦକାରୀଙ୍କ ବଂଶଜ  ଏବେ ବି ଶାସନକଳରେ ରହି ସାଧାରଣ ଜୀବନକୁ ଅତିଷ୍ଠ କରୁଛନ୍ତି। ଏହି ଶିକ୍ଷିତ ଚାଟୁକାର ଗୋଷ୍ଠୀ ଏବେ ବି ନିଜର ସ୍ୱାର୍ଥ ପାଇଁ ରାଜ୍ୟର, ଦେଶର, ନିଜ ରାଜନେତାଙ୍କର ଓ ନିଜ ସଂସ୍ଥାର କବର ଖୋଳିବାରେ ଲାଗିଛନ୍ତି। ଦେଶ ଓ ସମାଜ ପାଇଁ ଏମାନେ ହେଲେ ସବୁଠାରୁ ବଡ଼ ବିପଦ। ଏହି ମହା ବିପଦକୁ ଏଡ଼ାଇବା ପାଇଁ ସ୍କୁଲ ଶିକ୍ଷାରେ ପରିବର୍ତ୍ତନ କରାଯାଇ ପିଲାମାନଙ୍କ ଭିତରେ ବୌଦ୍ଧିକ ବିକାଶ କରିବା ସଂଗେ ସଂଗେ ସେମାନଙ୍କୁ ବିନମ୍ର, ସ୍ୱାଧୀନଚେତା  ଓ ସାହସୀ ନାଗରିକରେ ପରିବର୍ତ୍ତନ କରିବା ଦରକାର। ପାଠ ସାଙ୍ଗରେ ପିଲା ଯଦି ଅନୁଶାସନ ନଶିଖେ ତେବେ ସେ ସମାଜ ଉପରେ ଏକ ଭାର  ହୋଇଯାଏ।

ଭାରତର ଅନ୍ୟ ପ୍ରାନ୍ତ ଭଳି ଓଡ଼ିଶାରେ ମଧ୍ୟ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଓଡ଼ିଶା ପ୍ରଥମେ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକର ଗୁଣାତ୍ମକ ମାନ ବଢ଼ାଇବା ଦରକାର। ପ୍ରଥମେ ସରକାର ଶିକ୍ଷା ବିଭାଗରେ ଉପଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତ କରି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକର ତୃଣମୂଳ ତଥ୍ୟ ସଂଗ୍ରହ କରିବା ଉଚିତ। ନିକଟରେ ପ୍ରକାଶିତ ୟୁନେସ୍କୋ ରିପୋର୍ଟ ଅନୁସାରେ ଭାରତରେ ୧.୧ ଲକ୍ଷ  ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ସମଗ୍ର ଦେଶରେ ୧୧.୧୬ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି। କଣ୍ଟ୍ରୋଲର ଓ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁସାରେ ଭାରତର ୭୫% ସ୍କୁଲ ଶୌଚାଳୟର ଠିକ ଭାବରେ ରକ୍ଷଣାବେକ୍ଷଣ ହେଉନାହିଁ। ସମୁଦାୟ ଶୌଚାଳୟର ୭୨%ରେ ପାଣିର ସୁବିଧା ନାହିଁ ଓ ୩୦% ଶୌଚାଳୟ ଭଗ୍ନ ଅବସ୍ଥାରେ ଥିବାରୁ ବ୍ୟବହାର କରାଯାଏ ନାହିଁ।

ଓଡ଼ିଶାରେ ଏଭଳି  କେତୋଟି ସ୍କୁଲ  ଅଛି  ଓ କେତୋଟି ଶିକ୍ଷକ ପଦବୀ ଖାଲି ଅଛି ଏହାର ସମ୍ପୂର୍ଣ ପଞ୍ଜିକରଣ ହେବା ଦରକାର। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଯୋଗ୍ୟତାର ଆଧାର ଉପରେ ହେବା ଉଚିତ ଓ ଶିକ୍ଷକମାନଙ୍କ ବେତନ ସମସ୍ତ ଘରୋଇ ବେସରକାରୀ ସ୍କୁଲ ଗୁଡ଼ିକରେ ନ୍ୟୁନତମ ମାସିକ ୩୦,୦୦୦ ଟଙ୍କା ରଖିଲେ ଏହା ଓଡ଼ିଶାର ମେଧାବୀ ଯୁବପିଢ଼ିଙ୍କୁ ଶିକ୍ଷକ ଚାକିରୀ କରିବା ପାଇଁ ଉତ୍ସାହିତ କରିବ। କାରଣ ଉତ୍ତମ ଶିକ୍ଷକ ହିଁ  ସ୍କୁଲଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇ ପାରିବେ ଓ ଏହା ପରୋକ୍ଷରେ ସମାଜରେ ପଛୁଆ ଜାତିର ଲୋକଙ୍କୁ ଆତ୍ମନିର୍ଭର ହେବାରେ ସହାୟକ ହେବ। ସମସ୍ତ ସରକାରୀ ସ୍କୁଲଗୁଡ଼ିକରେ ଯେଭଳି ଶିକ୍ଷାର ଗୁଣାତ୍ମକମାନ ରଖାଯାଇ ପାରିବ ସେଥିପାଇଁ ସରକାରଙ୍କ ଶିକ୍ଷା ବିଭାଗ ଉତ୍ତରଦାୟୀ ହେବା ଦରକାର। ସରକାରୀ ସ୍କୁଲରେ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ବାଧ୍ୟ ହୋଇ ପିଲାଙ୍କୁ ଘରୋଇ ସ୍କୁଲରେ ଦେଇଥାନ୍ତି। ଅଳ୍ପ କେତେକ ଘରୋଇ ସ୍କୁଲକୁ ଛାଡ଼ି ପ୍ରାୟ ସବୁ ଘରୋଇ ସ୍କୁଲ ଆଜି ବ୍ୟବସାୟ ସଂସ୍ଥାରେ ପରିଣତ ହୋଇଗଲାଣି। ଶିକ୍ଷା ବିଭାଗରେ ଯେଭଳି ଟିକସ ଦାତାଙ୍କ ପଇସାର ଅପବ୍ୟୟ କିମ୍ବା ଆତ୍ମସାତ ନହୁଏ ସେଥିପାଇଁ  ସରକାର କଡ଼ା ଅଡିଟର ବ୍ୟବସ୍ଥା କରିବା ଉଚିତ। ଅଡିଟ ରିପୋର୍ଟର ପୁନଃ ଯାଞ୍ଚ ହେବା ଦରକାର। ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାଥୀ ହେବା ପାଇଁ  ନିର୍ଵାଚନ ମଣ୍ଡଳୀରେ ଉତ୍ତମ ସ୍କୁଲ ଏକ  ମାନଦଣ୍ଡ ହେବା ଉଚିତ। ସ୍କୁଲଗୁଡ଼ିକର ବିଦ୍ୟା କକ୍ଷ, ଲାଟ୍ରିନ ଓ ପରିସ୍ରାଗାର ଯେଭଳି ପରିସ୍କାର ରହେ ସେଥିପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ଉଚିତ। ଛାତ୍ରମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ସମସ୍ତ ସ୍କୁଲରେ ଖେଳ ପଡ଼ିଆ ଓ ଧ୍ୟାନ କିମ୍ବା ଯୋଗ ଶିକ୍ଷା ଗୃହ ରହିବା ନିହାତି ଆବଶ୍ୟକ। ସରକାରୀ କଳରେ ଖର୍ଚ୍ଚ ହେଉଥିବା ଅଦରକାରୀ ଖର୍ଚ୍ଚ ଯଥା ଗାଡ଼ି ଭଡ଼ା, ଅଦରକାରୀ ଭ୍ରମଣ ଓ ଅନାବଶ୍ୟକ ସଭା ସମିତି ଖର୍ଚ୍ଚ ବନ୍ଦକରି ସେ ପଇସାକୁ ବିଦ୍ୟାଳୟ ବିକାଶରେ ଲଗାଇବା ଦରକାର। ଅଦରକାରୀ ପ୍ରକଳ୍ପରେ ଅର୍ଥ ବିନିଯୋଗ ନକରି ସରକାର ଉତ୍ତମ ସ୍କୁଲ ତିଆରି କରିବା ଉଚିତ। ଛାତ୍ରମାନେ ଯେଭଳି ଘୋଷାବଳଦ ନହୋଇ ବିଷୟ ବସ୍ତୁଗୁଡ଼ିକ ଭଲ ଭାବରେ ବୁଝି ପଢ଼ିବେ ସେଥିପାଇଁ ଶିକ୍ଷକମାନେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ଓଡ଼ିଶାରେ ଥିବା ସମସ୍ତ ସ୍କୁଲ ଶିକ୍ଷକଙ୍କୁ କୋଡ଼ିଏ ବର୍ଷ ଚାକିରୀ ପରେ ନ୍ୟୁନତମ ୨୦,୦୦୦ ଟଙ୍କା ପେନ୍ସନର ବ୍ୟବସ୍ଥା କରିବା ଉଚିତ। ସ୍କୁଲଶିକ୍ଷାର ବିକାଶ ପାଇଁ ସମସ୍ତ ଗଣମାଧ୍ୟମ ସାକାରାତ୍ମକ ରିପୋର୍ଟ ପ୍ରସ୍ତୁତକରି ଲୋକସଚେତନତା ସୃଷ୍ଟିକରିବା ନିହାତି ଆବଶ୍ୟକ।

ଆଜିକାଲି ଅଭିଭାବକମାନେ ପିଲାଙ୍କୁ ଓଡ଼ିଆ ଭାଷାରେ ନପଢ଼ାଇ ଇଂରାଜୀ ସ୍କୁଲରେ ପଢ଼ାଇବା ଦ୍ୱାରା ପିଲାଙ୍କର ସମ୍ପୂର୍ଣ ବିକାଶ ହେଉନାହିଁ। ମାତୃଭାଷାରେ ନପଢ଼ିବାରୁ ପିଲାଙ୍କର କଳ୍ପନା ଶକ୍ତି ଓ ସୃଜନଶୀଳତା ହ୍ରାସ ପାଉଥିବାର ଦେଖାଯାଉଛି। ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ମାତୃଭାଷାରେ ପଢ଼ିଥିବା ପିଲାମାନେ ଭାରତୀୟ ବ୍ୟାଙ୍କ ଓ ସରକାରୀ ଦପ୍ତରରେ ଥିବା ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାକିରୀ ପାଇପାରୁଥିଲେ। ଓଡ଼ିଶାର ସ୍କୁଲଶିକ୍ଷାର ଗୁଣବତ୍ତା ଆଜି ମଧ୍ୟ ଭାରତର ଅନେକ ରାଜ୍ୟ ତୁଳନାରେ ଅଧିକ ବୋଲି କୁହାଯାଏ। ଓଡ଼ିଶା ସରକାର ମାତୃଭାଷାର ବିକାଶ ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଉତ୍ତମ ସ୍କୁଲ ଓ ପାଠାଗାରର ବ୍ୟବସ୍ଥା କରିବା ଉଚିତ। ମାତୃଭାଷାରେ ପଢ଼ିବା ସଂଗେ ସଂଗେ ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭାଷା ମଧ୍ୟ ଭଲ ଭାବରେ ଶିଖିବା ଉଚିତ। ଓଡ଼ିଶାରେ ଥିବା ସ୍କୁଲଗୁଡିକର ଗୁଣବତ୍ତା ଉପରେ ଓଡ଼ିଶାର ସାମୂହିକ ବିକାଶ ଅନେକାଂଶରେ ନିର୍ଭର କରେ।


ହିନ୍ଦୁତ୍ୱ ଜୀବନଶୈଳୀରେ ପରିଣତ ହେଉ

Odisha Reporter has published this article on 04.10.2021 

ହିନ୍ଦୁମାନଙ୍କର ସବୁଠାରୁ ବଡ଼ ସମସ୍ୟା ହେଲା ସେମାନେ ବୌଦ୍ଧିକ ବିକାଶର ଅଭାବରୁ ସନାତନ ଧର୍ମ ଉପରେ ଆଧାରିତ ହିନ୍ଦୁତ୍ୱକୁ ଏକ ଜୀବନଶୈଳୀରେ ପରିଣତ କରିପାରୁନାହାନ୍ତି। ହିନ୍ଦୁତ୍ୱ ଜୀବନଶୈଳୀର ବିକୃତିକରଣ, ପ୍ରକୃତ ହିନ୍ଦୁ ପଣ୍ଡିତମାନଙ୍କର ଅଭାବ, ସଂସ୍କୃତ ଭାଷାର ବିଲୁପ୍ତିକରଣ, ମାର୍ଗଦର୍ଶନର ଅଭାବ, ସନାତନ ଧର୍ମ ଉପରେ ଗବେଷଣାର ଅଭାବରୁ  ହିନ୍ଦୁମାନଙ୍କ ମନରେ ଦ୍ଵନ୍ଦ୍ୱ ଉତ୍ପନ୍ନ ହେବା, ହିନ୍ଦୁ ସମାଜରେ ଜାତିଆଣ ଭାବ, ଭାଷାଗତ ପାର୍ଥକ୍ୟ, ଛୋଟ ଜାତି ଓ ବଡ଼ ଜାତିର ତୁଷ୍ଟିକରଣ ରାଜନୀତି, ଧର୍ମ ସଂସ୍କାରକମାନଙ୍କର ନିଷ୍କ୍ରିୟତା, ଅଧିକାଂଶ ଧର୍ମ ଗୁରୁମାନଙ୍କର ସାଧାରଣ ଲୋକଙ୍କର ଆଧ୍ୟାତ୍ମିକ  ବିକାଶ କରିବା ପାଇଁ ଉଦାସୀନ ଭାବ ଓ ଲୋଭ ବିକାରର ବୃଦ୍ଧି ଇତ୍ୟାଦି ଜନହିତକାରୀ ହିନ୍ଦୁତ୍ୱ ଜୀବନଶୈଳୀର ବିକାଶରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳେ। ଅଳ୍ପ କେତେ ଜଣ ଧର୍ମଗୁରୁଙ୍କୁ ଛାଡ଼ିଦେଲେ ଆଜି ସନାତନ ଧର୍ମକୁ ସୁନ୍ଦର ଓ ସରଳ ଭାବରେ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ହିନ୍ଦୁଧର୍ମ ଗୁରୁମାନଙ୍କ ପାଖରେ ଯଥେଷ୍ଟ ବୌଦ୍ଧିକ ସମ୍ବଳ ନଥିଲା ଭଳି ଲାଗେ।


Rama Navami procession in Hyderabad

ପୂର୍ବେ ଚିତ୍ରକାରମାନେ ରାମାୟଣ, ମହାଭାରତ ଓ ପୁରାଣର ବିଷୟବସ୍ତୁକୁ ମନ୍ଦିର କାନ୍ଥରେ ସୁନ୍ଦର ଭାବରେ ଅଙ୍କନ କରୁଥିଲେ। ଯାହାକୁ ଦେଖି ସାଧାରଣ ଲୋକେ ନିଜର ଧର୍ମ ସଂସ୍କୃତି ବିଷୟରେ ଜାଣିପାରୁଥିଲେ। ଏହି ଓଡ଼ିଶୀ ଚିତ୍ରଗୁଡିକ ଭିଜୁଆଲ ମିଡ଼ିଆ ଭଳି କାମ କରୁଥିଲା। ଆଜି ହିନ୍ଦୁ ମନ୍ଦିରଗୁଡ଼ିକରେ ଏହି ଅମୁଲ୍ୟ ଚିତ୍ରଗୁଡିକୁ ସରଂକ୍ଷଣ କରିବା ପରିବର୍ତ୍ତେ ସେଗୁଡ଼ିକ ଲିଭାଯାଇ ନିମ୍ନ ମାନର ଚିତ୍ର କରାଯାଉଛି।

ସତୁରି ବର୍ଷ ତଳେ ଓଡ଼ିଶାର ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ଥିଲା ଯେଉଁଠି ଗ୍ରାମବାସୀମାନେ ସନ୍ଧ୍ୟା ପରେ ଏକାଠି ହୋଇ ଧର୍ମ ଆଲୋଚନା କରୁଥିଲେ ଓ ସାଧୁ ସନ୍ଥଙ୍କର ପ୍ରବଚନ ଶୁଣୁଥିଲେ। ଏହା ଦ୍ୱାରା ଗାଁଗୁଡ଼ିକରେ ଏକ ଉନ୍ନତ କର୍ମସଂସ୍କୃତି ତିଆରି ହୋଇଥିଲା। ଆଜି ଭାଗବତ ଟୁଙ୍ଗି ଜାଗାରେ କ୍ଲବ ଘର ତିଆରି କରାଯାଇ ମଦ, ମାଂସ ଓ ଅଶ୍ଳୀଳ ସିନେମାର ଆସର ଜମିଛି। ଫଳରେ ଗାଁରେ  ଅପରାଧର ସଂଖ୍ୟା ବଢ଼ିବା ସଂଗେ ସଂଗେ କର୍ମସଂସ୍କୃତି ଲୋପ ପାଇଗଲାଣି। ହିନ୍ଦୁ ଧର୍ମର ରକ୍ଷକ କହୁଥିବା ସଂଘ ପରିବାର ଓଡ଼ିଶାର ଗ୍ରାମବାସୀଙ୍କର ବୌଦ୍ଧିକ ବିକାଶରେ ଧ୍ୟାନକେନ୍ଦ୍ରିତ କରିବା ଦରକାର। ଓଡ଼ିଶାର ଶିକ୍ଷିତ ଗ୍ରାମବାସୀ, ଲୋକ ପ୍ରତିନିଧି, ପୋଲିସ, ସ୍ୱେଚ୍ଛାସେବୀ ସଂସ୍ଥା ଓ ଶିକ୍ଷିତ ଯୁବପିଢ଼ି ଏହି ଗ୍ରାମୀଣ ଦୁର୍ଦ୍ଦଶାର ଖୁବ ଶୀଘ୍ର ଅବସାନ କରିବା ଉଚିତ।

ଅନେକ ହିନ୍ଦୁ ଧର୍ମଗୁରୁ ନିଜ ନିଜର କର୍ପୋରେଟ ଆଶ୍ରମ ନିର୍ମାଣ କରି ହିନ୍ଦୁତ୍ୱକୁ ବିଭିନ୍ନ ରୂପରେ ଭକ୍ତମାନଙ୍କ ସାମନାରେ ଉପସ୍ଥାପନା କରୁଛନ୍ତି। ଅନେକ ଧର୍ମଗୁରୁ ପାଶ୍ଚାତ୍ୟ ଦେଶରେ ବିରାଟ ବିରାଟ ଆଶ୍ରମ ବନାଇ ହଜାର ହଜାର ବିଦେଶୀ ଭକ୍ତଙ୍କ ମେଳରେ ମହା ଆନନ୍ଦରେ ଜୀବନ ବିତାଉଛନ୍ତି। ନିଜର ଜ୍ଞାନ, ଉପଲବ୍ଧି ଓ ଆଧ୍ୟାତ୍ମିକ ଶକ୍ତିକୁ ସମଗ୍ର ହିନ୍ଦୁ ସମାଜର ଆଧ୍ୟାତ୍ମିକ ବିକାଶରେ ନଲଗାଇ ହିନ୍ଦୁତ୍ୱକୁ ନିଜର ପ୍ରତିପତ୍ତି ବିସ୍ତାର କରିବାରେ ବ୍ୟବହାର କରୁଛନ୍ତି।

ସନାତନ ଧର୍ମ ଉପରେ ଆଧାରିତ ହିନ୍ଦୁତ୍ୱ ଜୀବନ ଶୈଳୀ ସର୍ବଦା ବିଶ୍ୱ କଲ୍ୟାଣ ପାଇଁ ଉଦ୍ଦିଷ୍ଟ  ହୋଇଥାଏ। ବସୁଧୈବ କୁଟୁମ୍ବକମ – ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ମାନୁଥିବା ହିନ୍ଦୁ ସମାଜ ଯଦି ତାର ପ୍ରକୃତ ଆଧ୍ୟାତ୍ମିକ ଓ ଶାରୀରିକ ବିକାଶ କରିପାରନ୍ତା ତେବେ ଭାରତ ସମଗ୍ର ବିଶ୍ୱକୁ ଅପବିକାଶ, ହିଂସା, ଭୂତାଣୁ ଆକ୍ରମଣ, ଅତ୍ୟଧିକ ଲୋଭ ବିକାରରୁ ଜନ୍ମିତ ଆର୍ଥିକ ଚିନ୍ତାଧାରା ଓ ବିଶ୍ୱ ବଜାରର ବିକୃତିକରଣରୁ ରକ୍ଷା କରିପାରନ୍ତା। ଏହି ଜନହିତକାରୀ ହିନ୍ଦୁତ୍ୱ ଜୀବନ ଶୈଳୀକୁ ରକ୍ଷା କରିବା ପାଇଁ ସମସ୍ତ ହିନ୍ଦୁ ନେତାମାନେ ପ୍ରଥମେ ଏହି ଜୀବନ ଶୈଳୀକୁ ନିଜର ଦୈନଦିନ ଜୀବନରେ ଆବୋରି ନେବା ଦରକାର। ମହାତ୍ମା ଗାନ୍ଧୀ ହିନ୍ଦୁତ୍ୱକୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିଥିଲେ। ଯୋଗ, ପ୍ରାଣାୟମ, ଧ୍ୟାନ, ଗୀତା ପାଠ, ସମାଜ ସେବା, ରୋଗୀ ସେବା ଓ ପରିବେଶକୁ ପରିସ୍କାର ରଖିବା ଇତ୍ୟାଦି ତାଙ୍କର ନିତିଦିନିଆ କାମରେ ପରିଣତ ହୋଇଥିଲା।

Sankaracharya inaugurating the Ram Navami Procession in Hyderabad

ହିନ୍ଦୁ ହେଲେ ବିଶ୍ୱର ଗୋଟିଏ ସମ୍ପ୍ରଦାୟ ଯେଉଁମାନଙ୍କ ଭିତରୁ ଅଧିକାଂଶ ନିଜ ଘର ପାଖରେ ଥିବା ମନ୍ଦିରକୁ ମାସରେ ଥରେ ମଧ୍ୟ ଦର୍ଶନ ପାଇଁ ଆସନ୍ତି ନାହିଁ। ସଭା ସମିତିରେ ବସି ଓ ଇଣ୍ଟରନେଟ ମାଧ୍ୟମରେ ବଡ଼ ବଡ଼ ଭାଷଣ ଦେଇଥାନ୍ତି। ଶିକ୍ଷିତ ଲୋକଙ୍କର “କାଦୁଅକୁ ଆସିବାର ନାହିଁ କି ଗୋଡ଼ ଧୋଇବାର ନାହିଁ” ଭାବ ଧର୍ମସଂସ୍କୃତିକୁ ନଷ୍ଟ କରିଦେଇଥାଏ। ହିନ୍ଦୁ ଯୁବପିଢ଼ି ଆମୋଦ ପ୍ରମୋଦରେ ବ୍ୟସ୍ତ ରହିବେ କିନ୍ତୁ ମନ୍ଦିରରେ ଶିଖମାନଙ୍କ ଭଳି କରସେବା କରିବାକୁ ଯିବେନି। ଶିକ୍ଷିତ ଯୁବପିଢ଼ି ଯଦି ନିଜ ସାହିରେ ଥିବା ମନ୍ଦିରର ପରିବେଶ ନିଜେ ଶ୍ରମଦାନ କରି ସ୍ଵଚ୍ଛ ଓ ସବୁଜ ରଖନ୍ତେ ତେବେ ଅନେକ ଶ୍ରଦ୍ଧାଳୁ ମନ୍ଦିରକୁ ଆସନ୍ତେ। ହିନ୍ଦୁ ସମାଜ ଶିଖମାନଙ୍କଠାରୁ କରସେବାର ଉଦ୍ଦେଶ୍ୟ ଓ ମହତ୍ୱ ଶିଖିବା ଉଚିତ।

ଶିଖ, ବୌଦ୍ଧ, ଜୈନ, ପାର୍ସି, ମୁସଲମାନ ଓ କ୍ରିଷ୍ଟିଆନ ସମ୍ପ୍ରଦାୟ ସେମାନଙ୍କ ଧର୍ମସ୍ଥାନକୁ ଅତି ସୁନ୍ଦର ଓ ସ୍ଵଚ୍ଛ ରଖିଥାନ୍ତି। ହିନ୍ଦୁ ସମାଜର ନିଜ ଧର୍ମ ପ୍ରତି ଅନାଦର ଭାବ ଯୋଗୁଁ ଭାରତର ଅନେକ ପୁରାତନ ମନ୍ଦିର ଆଜି ଅବହେଳିତ ଅବସ୍ଥାରେ ଅଛି। ଅନେକ ମନ୍ଦିରରୁ ହଜାର ହଜାର ପ୍ରତିମା ଚୋରି ହୋଇ ବିଦେଶରେ ବିକ୍ରି ହେଉଛି। ହଜାର ହଜାର ଏକର ମନ୍ଦିର ଜମି ରେଭିନିଉ ରେକର୍ଡରୁ ଗାଏବ ହୋଇଗଲାଣି। ଯେଉଁମାନେ ମନ୍ଦିର ଜମି ବୁଝୁଥିଲେ ସେମାନେ ମନ୍ଦିର ଜମିକୁ ନିଜ ନାଁରେ କରି ବିକି ଦେଲେଣି। ମନ୍ଦିର ସମ୍ପତ୍ତିଗୁଡ଼ିକ ସୁରକ୍ଷାକରି ମନ୍ଦିରର ଆୟ ବଢ଼ାଇଲେ ଏହା ମନ୍ଦିର ପରିବେଶର ଉନ୍ନତିରେ ସହାୟକ ହେବ।

Daily five lakhs Deepaks are lighted in the Kartik Purnima festival in Hyderabad 

ଓଡ଼ିଶା ତାହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚିନ୍ତାଧାରା ପାଇଁ ଏକଦା ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା। ଆଜି ଓଡ଼ିଶାରେ କର୍ପୁର ଉଡ଼ିଯାଇ କନା ରହିଲା ଭଳି ଲାଗୁଚି। ଓଡ଼ିଶାର ପ୍ରମୁଖ ମନ୍ଦିରଗୁଡ଼ିକୁ ଛାଡ଼ି ଦେଲେ ପ୍ରାୟ ଅନ୍ୟ ସମସ୍ତ ମନ୍ଦିରରେ ପୂଜାପାଠ ବିଧି ଅନୁସାରେ ହୁଏନାହିଁ। ମନ୍ଦିର ପରିବେଶର ଉନ୍ନତି ହେଲେ ଶ୍ରଦ୍ଧାଳୁମାନେ ଆସିଥାନ୍ତି ଓ ଏଥିରେ ମନ୍ଦିରର ଆୟ ବଢିଥାଏ। ମନ୍ଦିର ପୂଜକକୁ କର୍ତ୍ତୃପକ୍ଷ ମାସକୁ ନ୍ୟୁନତମ ୧୦୦୦୦ ଟଙ୍କା ଦେବା ଉଚିତ। ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ଓଡ଼ିଶାର ମନ୍ଦିରଗୁଡିକୁ ସଂସ୍କୃତ ଶିକ୍ଷାର ବିକାଶ ପାଇଁ  ମଧ୍ୟ ବ୍ୟବହାର  କରିବା ଦରକାର। ମନୁଷ୍ୟ ଜୀବନରେ ଭାରସାମ୍ୟ ରକ୍ଷା କରିବା ପାଇଁ ମନ୍ଦିରଗୁଡିକର ଉପଯୋଗିତା ଅଛି। ସାଇବାସିନ୍ଦାମାନେ ମନ୍ଦିରଗୁଡ଼ିକରେ ସକାଳ ଓ ସନ୍ଧ୍ୟା ଆରତୀ ସମୟରେ ବହୁତ କମ ସଂଖ୍ୟାରେ ଉପସ୍ଥିତ ହୁଅନ୍ତି। ମନ୍ଦିର ପରିପାର୍ଶ୍ୱର ଅସୁସ୍ଥ ବାତାବରଣ, ସ୍ୱଛତାର ଅଭାବ ଓ ଆଧ୍ୟାତ୍ମିକ ପରିବେଶ ନଥିବାରୁ ଅନେକ ଶ୍ରଦ୍ଧାଳୁ ମନ୍ଦିର ଯିବାକୁ କୁଣ୍ଠାବୋଧ କରନ୍ତି। ଆଳସ୍ୟ, ନିଜ ଦେବାଦେବୀଙ୍କୁ ନେଇ ମନ ଭିତରେ ଦ୍ଵନ୍ଦ, ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବ, ଗବେଷଣାର ଅଭାବ, ଲୋକ ଦେଖାଣିଆ ଧର୍ମ, କପଟୀ ଭାବ ଓ ନିଷ୍ଠାର ଅଭାବରୁ ହିନ୍ଦୁ ସମାଜ ଆଜି ବିଶ୍ୱରେ ଏକ ଅବହେଳିତ ସମାଜ ଭାବରେ ଗଣା ହେଉଛି।

ଭାରତରେ ସନାତନ ଧର୍ମର ସୁରକ୍ଷା ପାଇଁ ଅନେକ ମହାପୁରୁଷ ଜନ୍ମ ହୋଇ ଏହି ଧର୍ମର ମହତ୍ୱକୁ ବିଶ୍ୱରେ ପ୍ରତିଷ୍ଟିତ କରିଛନ୍ତି। ଭାରତରେ ଧର୍ମ ସଂସ୍କାରକ ଓ ଧର୍ମ ପ୍ରଚାରକମାନଙ୍କ ସଂଖ୍ୟା କମିଯିବାରୁ ହିନ୍ଦୁ ବିଚାରଧାରା ସଭା ସମିତି, ପ୍ରବଚନ ଓ ସ୍ଲୋଗାନ ଭିତରେ ସୀମିତ ରହୁଛି। ଯଦିଓ ବିଶ୍ୱର ଅନେକ ସମସ୍ୟାର ସମାଧାନର ବାଟ ସନାତନ ଧର୍ମରେ ଲୁକ୍କାୟିତ ଭାବରେ ଅଛି ଏହି ଧାର୍ମିକ ଚିନ୍ତାଧାରାକୁ ବିକଶିତ କରିବାପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିନାହିଁ।



The 8th Century Boitala temple of Bhubaneswar 

ହିନ୍ଦୁତ୍ୱ ବିଚାରଧାରା ରଖିଥିବା ସଂସ୍ଥାମାନେ ପ୍ରଥମେ ନିଜ ନିଜ ଇଲାକାରେ ଥିବା ସମସ୍ତ ମନ୍ଦିର ଓ ଏହାର ସମ୍ପତ୍ତିର ପଞ୍ଜିକରଣ କରିବା ଦରକାର। ପଞ୍ଜିକରଣ କଲା ପରେ ମନ୍ଦିରରେ କିଭଳି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ସେଥିପାଇଁ ଦୃଷ୍ଟି ଦେବା ଉଚିତ। ମନ୍ଦିର ପରିପାର୍ଶ୍ୱରୁ କିଭଳି ମଦ ଓ ଆମିଷ ଦ୍ରବ୍ୟ ବିକ୍ରି ନହେବ ସେଥିପାଇଁ ସେମାନେ ସଚେତନତା ସୃଷ୍ଟି କରିବା ଉଚିତ। ମନ୍ଦିରର ସ୍ୱଛତା ଓ ଆଧ୍ୟାତ୍ମିକ ପରିବେଶ ଅନେକ ସୂକ୍ଷ୍ମ  ଆର୍ଥିକ ଗତିବିଧି ଯଥା ଫୁଲ, ଫଳ, ମିଷ୍ଟାନ୍ନ, ଅନେକ ପ୍ରକାରର ପୂଜା ଉପକରଣ ଓ ହସ୍ତଶିଳ୍ପ ପଦାର୍ଥ ବିକ୍ରିପାଇଁ ସମ୍ଭାବନା ସୃଷ୍ଟି କରିଥାଏ। ସମାଜରେ ଅନ୍ୟ ଧର୍ମଭଳି ହିନ୍ଦୁ ଜୀବନଶୈଳୀ ପ୍ରତି ଲୋକପ୍ରିୟତା ବଢ଼ିଲେ ଏହା ଭାରତର ସାଂସ୍କୃତିକ, ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ।

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...