କୃତ୍ରିମ ବନ୍ୟାରୁ ଓଡ଼ିଶାବାସୀଙ୍କୁ ରକ୍ଷା କରାଯାଉ

Odisha Reporter published this article on 23.09.2021 

ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ନଥିବାରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହେବା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ଧନ ଜୀବନ ବିପନ୍ନ ହେଉଛି। ଏବେ ନିକଟରେ ଏହି କାରଣରୁ ରାଜ୍ୟର ୨୦ଟି ଜିଲ୍ଲାର ୨୦.୪୬ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାର ଖବର ପ୍ରକାଶ ପାଇଛି। କଟକ, ଭୁବନେଶ୍ୱର ଓ ପୁରୀରେ ଅନେକ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶିବା ସଂଗେ ସଂଗେ ଓଡ଼ିଶାରେ ହଜାର ହଜାର ଏକର ଧାନଜମି ନଷ୍ଟ ହୋଇଛି ଓ ଗୋ ସମ୍ପଦର ମଧ୍ୟ ଅନେକ କ୍ଷତି ହୋଇଛି। କରୋନା ମହାମାରୀ ସମୟରେ ଏହି ମନୁଷ୍ୟକୃତ ବିପର୍ଯୟ ଏକ ଅକ୍ଷମଣୀୟ ଅପରାଧ ବୋଲି କୁହାଯିବ। ଓଡ଼ିଶାବାସୀ କୁହେଳିକାଘେରା ସ୍ମାର୍ଟ ସିଟିର ସ୍ୱପ୍ନ ନଦେଖି ସହରଗୁଡ଼ିକର ମୌଳିକ ସମସ୍ୟା କିଭଳି ଦୂର କରାଯାଇ ସହରଗୁଡ଼ିକୁ ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାର କେନ୍ଦ୍ରବିନ୍ଦୁ କରାଯାଇପାରିବ ସେଥିପାଇଁ ଚେଷ୍ଟା କରିବା ଉଚିତ।


        ଗାଁ ପୋଖରୀର ସୁରକ୍ଷା ଦରକାର 

ପ୍ରଥମେ ଓଡ଼ିଶା ସରକାର ଯେଉଁମାନେ ପୋଖରୀ, ନାଳ ଓ ନଈପଠା ପୋତି ଘର କରିବାକୁ ଲୋକଙ୍କୁ ଅନୁମତି ଦେଇଛନ୍ତି ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବା ଉଚିତ। ବର୍ଷ ବର୍ଷ ଧରି ବିକାଶ ଅଧିକାରୀମାନେ ସରକାରଙ୍କୁ ବିକାଶର କୁହେଳିକା ଦେଖାଇ ଟିକସଦାତାଙ୍କ କୋଟି କୋଟି ଟଙ୍କା ବିକାଶର ବିକୃତିକରଣରେ ଖର୍ଚ୍ଚ କରିଛନ୍ତି ଯାହା ଫଳରେ ଏହି ବିକଟ ସମସ୍ୟା ସୃଷ୍ଟି ହୋଇଛି। ସହରଗୁଡ଼ିକରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଇ ଶହ ଶହ  ଆବାସ ଯୋଜନାକୁ ଅନୁମତି ଦିଆଯାଇଥିବାରୁ ଆଜି ଲୋକେ ପାଣି ଘେରରେ ଅଛନ୍ତି। ରାଜନୈତିକ ଦଳମାନେ ପରସ୍ପରକୁ ଦୋଷାରୋପ ନକରି ନିଜ ଭିତରେ ଥିବା ଅଳିଆ ଆବର୍ଜନାକୁ ନିଷ୍କାସିତ କରିବା ଦରକାର ଓ ଆଗକୁ ଏଭଳି ସମସ୍ୟା ଆଉ ହେବନାହିଁ ଏଥିପାଇଁ ଦୃଢ଼ ନିଶ୍ଚିତ ହୋଇ କାମକରିବା ଦରକାର। ସର୍ବଦା ସଜାଗ, କର୍ମଠ, ସାହସୀ, ସ୍ୱାଧୀନ ଚିନ୍ତାଧାରା ଓ ଓଡ଼ିଆ ବୋଲି ସ୍ୱାଭିମାନ ଥିବା ନେତୃତ୍ୱ ରାଜ୍ୟରେ ଯେକୌଣସି ବିପତ୍ତିକୁ ଆସିବାକୁ ଦେବନାହିଁ।

ସହରରେ ବର୍ଷାଯୋଗୁ ବନ୍ୟା ହେବାର ପ୍ରଧାନ କାରଣ ହେଲା ନାଳ ଓ ରାସ୍ତା କାମରେ ଖଇଚ୍ଚା ଓ ଆବର୍ଜନା। ପୋଖରୀ ଉପରେ ଅନେକ ଜାଗାରେ ଘର ନିର୍ମାଣ କରାଯାଇଥିବାରୁ ବର୍ଷାଜଳ ପୋଖରୀକୁ ଗଡ଼ି ନଯାଇ ରାସ୍ତା ଓ ନାଳ ବନ୍ୟା ସୃଷ୍ଟି କରିଥାଏ। କଟକର ଉପଗ୍ରହ ସହର ମହାନଦୀ ବିହାର ମହାନଦୀର ବଫର ଜୋନରେ ତିଆରି ହୋଇଥିବାରୁ ଏହା ପ୍ରବଳ ବର୍ଷା ହେଲେ ପାଣି ଭିତରେ ଉବୁଟୁବୁ ହୋଇଥାଏ। ମହାନଦୀ ବିହାରର ଛୋଟ ଛୋଟ ନାଳଗୁଡ଼ିକ ମାଷ୍ଟର ପ୍ଲାନ ଅନୁସାରେ ବଡ଼ନଳାରେ ପଡ଼ିବା ଜାଗାରେ ଏକ ପୋଖରୀରେ ପଡ଼ିଛି। ଯାହା ଫଳରେ ପୋଖରୀଟି ପ୍ରଦୂଷିତ ହେବା ସଂଗେ ସଂଗେ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶି ଲୋକଙ୍କୁ ହନ୍ତସନ୍ତ କରିଦେଉଛି। ନିକଟରେ ହୋଇଥିବା ଭୀଷଣ ବର୍ଷାରେ ମହାନଦୀ ବିହାରର ଅଧିକାଂଶ ଲୋକଙ୍କ ପ୍ରଥମ ମହଲା ଘରେ ବର୍ଷା ଓ ନର୍ଦ୍ଦମା ପାଣି ପଶି ବସ୍ତିବାସିନ୍ଦାଙ୍କୁ ଅସୁସ୍ଥ କରିଦେଇଥିଲା। କଟକର ଗମ୍ମାଣ୍ଡିଆ-ଫ୍ରେଣ୍ଡ୍ସ କଲୋନୀ ଦେଇ ଯାଇଥିବା ୪୦ ଫୁଟ ଚୌଡ଼ାର ଏକ ଖୋଲା ନାଳ ଭରିଯିବାରୁ ବର୍ଷା ପାଣି ଓ ନାଳପାଣି ଏକାକାର ହୋଇଯାଇଛି। ଲୋକେ ଆଣ୍ଠୁଏ ଉପରେ ପାଣିରେ ପଶି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ଯାଉଥିବାର ଦେଖିବାକୁ ମିଳିଥିଲା। ସେହିଭଳି ମର୍କତ ନଗର କାଠଯୋଡ଼ି ପଠା ଉପରେ ତିଆରି ହୋଇଥିବାରୁ ଏହା ସବୁବେଳେ ବନ୍ୟା ପ୍ରପୀଡ଼ିତ ହେବାର ସମ୍ଭାବନା ଥାଏ। ଓଡ଼ିଶାର ପୁରାତନ ରଘୁନାଥଜୀଉ ରାମ ମନ୍ଦିର ପାର୍ଶ୍ୱରେ ଥିବା ଖୋଲା ନାଳରୁ ନର୍ଦ୍ଦମା ପାଣି ରାସ୍ତା ଉପରକୁ ଆସିବାରୁ ଅନେକ ଶ୍ରଦ୍ଧାଳୁ ମନ୍ଦିର ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକରେ ଜାଇକା କାମ ବର୍ଷ ବର୍ଷ ଧରି ଚାଲୁଥିବାରୁ ବର୍ଷା ହେଲେ ଜାଇକା ପାଇଁ ଖୋଳା ହୋଇଥିବା ଗାତଗୁଡ଼ିକ ଅନେକ ଦୁର୍ଘଟଣାର କାରଣ ହୋଇଛି। ଭୁବନେଶ୍ୱରର ରସୁଲଗଡ଼ ମଧ୍ୟ କୁଆଖାଇ ନଈର ବଫର ଜୋନରେ ରହିଛି। ଭୁବନେଶ୍ୱରରେ ଅନେକ ନାଳ ଓ ପୋଖରୀ ଉପରେ ଘର କରିବାକୁ ଅନୁମତି ଦିଆଯାଇଛି। ଭୁବନେଶ୍ୱର, କଟକ ଓ ପୁରୀର ପରିପାର୍ଶ୍ୱରେ ହଜାର ହଜାର ଏକର ଉର୍ବର ଚାଷ ଜମି ଯେଉଁଗୁଡିକ ବର୍ଷାଦିନେ ଜଳ ନିଷ୍କାସନରେ ସହାୟକ ହୋଇଥାଏ ସେଗୁଡ଼ିକରେ ଶହ ଶହ ଆପାର୍ଟମେଣ୍ଟ ତିଆରି କରାଯାଇଥିବାରୁ ଏହା ପ୍ରବଳ ବର୍ଷା ହେଲେ ପାଣି ଘେରରେ ରହୁଛି। ଏଭଳି ବିକୃତ ବିକାଶ ଯେଭଳି ଆଗକୁ ନହୁଏ ସେଥିପାଇଁ ସରକାର ବୁଦ୍ଧିମତ୍ତା ଓ ରାଜନୈତିକ ଇଚ୍ଛା ଶକ୍ତି ଦେଖାଇବା ଦରକାର।

ଜନସଂଖ୍ୟା ବୃଦ୍ଧି ସହର ଗୁଡିକର ଇନ୍ଫ୍ରାଷ୍ଟ୍ରକଚର ନଷ୍ଟ କରିଦେଇଥାଏ। ସହରରେ ଥିବା ନଈ, ପୋଖରୀ, ଜଳାଶୟ, ଜଙ୍ଗଲ ଓ ଖୋଲା ଜାଗାଗୁଡ଼ିକ ଯେପରି ଆଗାମୀ ଦିନରେ ଜବର ଦଖଲ ନହୁଏ ସେଥିପାଇଁ ସରକାର ଧ୍ୟାନ ଦେବା ଉଚିତ। ସହର ଜନସଂଖ୍ୟା ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ତୁରନ୍ତ ଯୋଜନା ପ୍ରଣୟନ କରିବା ଉଚିତ। ସହରଗୁଡ଼ିକରେ ଅତ୍ୟଧିକ ଲୋକସଂଖ୍ୟା ହେବାରୁ ଘରର ଚାହିଦା ବଢ଼ି ବଢ଼ି ଚାଲିଛି। ଭାରତର ସମସ୍ତ ସହରରେ ଥିବା ଖୋଲା ଜାଗା, ଜଳାଶୟ, ଖେଳ ପଡ଼ିଆ ଓ ସବୁଜ ବଳୟ ଉପରେ ଘର କରି ଏହାକୁ ନଷ୍ଟ କରାଯାଇଛି। ଫଳରେ ସହର ଗୁଡ଼ିକ ମନୁଷ୍ୟ ରହିବା ଉପଯୋଗୀ ହେଉନାହିଁ। ଆଜି ଭାରତର ସମସ୍ତ ମେଟ୍ରୋ ନଗର ମନୁଷ୍ୟ ରହିଲା ଭଳି ନାହିଁ। ଦୁଇଦିନ ଲଗାଣ ବର୍ଷାହେଲେ ମୁମ୍ବାଇ, ଚେନ୍ନାଇ, ପୁନେ, ହାଇଦ୍ରାବାଦ ଓ ବାଙ୍ଗାଲୁରୁରେ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇଯାଏ। ଓଡ଼ିଶାର ପ୍ରମୁଖ ସହରଗୁଡ଼ିକୁ ଯଦି ସରକାର ବଞ୍ଚାଇବାକୁ ଚାହାନ୍ତି ତେବେ ଓଡ଼ିଶାର ଗାଁଗୁଡିକୁ ପ୍ରଥମେ ବିକଶିତ କରିବା ଉଚିତ।

ରୋଜଗାର,  ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ଅନେକ ଗ୍ରାମବାସୀ ନିଜ ଭିଟା ମାଟି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଓଡ଼ିଶାର ପ୍ରତ୍ୟେକ ଗାଁରେ ଥିବା ଜଳଧନର ସୁରକ୍ଷା କରାଯାଇ ମାଛ ଚାଷ, ଫଳ ଚାଷ, ପନି ପରିବା ଚାଷ, ଔଷଧୀୟ ବୃକ୍ଷ ରୋପଣ ଓ ବିଭିନ୍ନ ପ୍ରକାର ଫସଲ ଇତ୍ୟାଦି କରାଯାଇ ପାରିଲେ ରୋଜଗାରର ସମ୍ଭାବନା ସୃଷ୍ଟି ହେବ। ଗ୍ରାମୀଣ ଉତ୍ପାଦକୁ ବିକି ଗାଁ ଲୋକେ କିଭଳି ଲାଭବାନ ହେବେ ସେଥିପାଇଁ ସରକାର ଓ ବୁଦ୍ଧିଜୀବୀ ଧ୍ୟାନ ଦେବା ଉଚିତ। ସରକାରଙ୍କ ସବସିଡି, ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସୁବିଧା ଯେପରି ବାଟମାରଣା ନହୁଏ ସେଥିପାଇଁ ସରକାର ଦୃଢ ପଦକ୍ଷେପ ନେବା ଉଚିତ। ଏହା ପୂର୍ବରୁ ଓଡ଼ିଶାରେ ଟଙ୍କିକିଆ ଚାଉଳ ଦ୍ୱାରା ତିଆରି ହୋଇଥିବା ଆଳସ୍ୟ ପାହାଡ଼କୁ ନଷ୍ଟ କରିବା ନିହାତି ଦରକାର। ଗ୍ରାମାଞ୍ଚଳରେ ଯଦି ରୋଜଗାର ସୃଷ୍ଟିହୁଏ ତେବେ ଲୋକେ ନିଜର ଜମି ଓ ଘର ଛାଡ଼ି ସହରମୁହାଁ ହେବେନାହିଁ। ଓଡ଼ିଶାର ଗାଁଗୁଡ଼ିକ ମନୁଷ୍ୟ ଉପଯୋଗୀ ହେଲେ ସହରଗୁଡ଼ିକ ମଧ୍ୟ ମନୁଷ୍ୟର ରହିବା ଉପଯୋଗୀ ହୋଇପାରିବ।


ଆଜି ଯେତେ ସଂଖ୍ୟାରେ ଲୋକେ ଗାଁ ଛାଡ଼ି ସହରକୁ ଆସୁଛନ୍ତି ସେମାନଙ୍କ ପାଇଁ ରହିବା ସୁବିଧା କରିବା ଅସମ୍ଭବ ହୋଇ ପଡ଼ିଛି। ସରକାର ଗାଁଗୁଡ଼ିକର ଉନ୍ନତି ନକରି ସହରରେ ଯେତେ ଇନ୍ଫ୍ରାଷ୍ଟ୍ରକଚର ତିଆରିକଲେ ଏହା ଗୋଦର ଗୋଡ଼ରେ ମାଂସ ଲାଗିଲା ଭଳି ହେବ। ଭବିଷ୍ୟତରେ ତିଆରି ହେବାକୁ ଯାଉଥବା ବ୍ୟୟବହୁଳ ଇନ୍ଫ୍ରାଷ୍ଟ୍ରକଚର ଗୁଡିକୁ ସରକାର ଯାଞ୍ଚ କରି ଏହା ଯଦି ଲୋକ ଉପଯୋଗୀ ନୁହେଁ ତେବେ ଏହାକୁ ତୁରନ୍ତ ରଦ୍ଦ କରିଦେବା ଉଚିତ। ଆଜି ଯଦି ଓଡ଼ିଶାର ନେତୃବୃନ୍ଦ ତାଙ୍କର ଜୀବନ ଶୈଳୀକୁ ବଦଳାଇ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶରେ ମନଦେବେ ତେବେ ସେମାନେ ଏକ ସମୃଦ୍ଧ ଓଡ଼ିଶା ତିଆରି କରିପାରିବେ। ଏହାଦ୍ୱାରା ରାଜ୍ୟର ଶିକ୍ଷିତ ଓ କୁଶଳୀ ଯୁବପିଢ଼ି ଆଉ ବାହାର ରାଜ୍ୟ କିମ୍ବା ବିଦେଶକୁ ରୋଜଗାର ପାଇଁ ଯିବେ ନାହିଁ। ଓଡ଼ିଶାର ଜନସାଧାରଣଙ୍କୁ  ଆଉ ବାର୍ଦ୍ଧକ୍ୟରେ ଏକ କୃତ୍ରିମ, ଅବହେଳିତ, ନିରାଶାଜନକ ଓ ପରିବାରଠାରୁ ବିଛିନ୍ନ ଓ  ଅସହାୟ ଜୀବନ ବିତାଇବାକୁ ପଡ଼ିବ ନାହିଁ। ଜଗନ୍ନାଥ ଦେଶ ଓଡ଼ିଶାକୁ ନବକଳେବର ଦେବା ପାଇଁ ସମସ୍ତ ଓଡ଼ିଶାବାସୀ ଏକଜୁଟ ହୋଇ କାମ କରିବା ଦରକାର।

ଗୋ ଅର୍ଥନୀତି ଓଡ଼ିଶାର ସାମୂହିକ ଆର୍ଥିକ ବିକାଶରେ ସହାୟକ ହେବ

 This article is published in the Odisha Reporter on 16.09.2021

ଆହ୍ଲାବାଦ ମୁଖ୍ୟ ବିଚାରାଳୟ ଏକ ୧୨ ପୃଷ୍ଠା ଆଦେଶରେ ଗୋମାତାଙ୍କୁ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଇବା ସଂଗେ ସଂଗେ ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ଦେବା ପାଇଁ କହିଛନ୍ତି। ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ପାଇଁ ସଂସଦରେ ବିଲ୍‌ ମଧ୍ୟ ପାସ କରିବା ଦରକାର ବୋଲି ମୁଖ୍ୟ ବିଚାରାଳୟ ଉଲ୍ଲେଖ କରିଛନ୍ତି। ବିଚାରାଳୟ ବାବର, ହୁମାୟୁନ ଓ ମହୀଶୂରର ଶାସକ ହାଇଦର ଅଲ୍ଲୀ ଗୋହତ୍ୟା ନିଷେଧ କରିଥିଲେ ବୋଲି ଉଦାହରଣ ଦେଇଛନ୍ତି। ଗୋମାତାର ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟର ମୌଳିକ ଅଧିକାର ହେବା ଉଚିତ ବୋଲି ମଧ୍ୟ ମୁଖ୍ୟ ବିଚାରାଳୟ କହିଛନ୍ତି। ବିଚାରପତି ଶେଖର କୁମାର ଯାଦବ ଉଲ୍ଲେଖ କରିଛନ୍ତି ଗୋମାଂସ ଭକ୍ଷଣ କରିବା କୌଣସି ବ୍ୟକ୍ତିର ଜନ୍ମଗତ ଅଧିକାର ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଗୋମାତାକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରି ଏହାର ସୁରକ୍ଷା ପାଇଁ ଆଇନ ପ୍ରଣୟନ କଲେ କ’ଣ ଗୋମାତା ପ୍ରକୃତରେ ସୁରକ୍ଷିତ ରହିପାରିବ? ଗୋମାତାର ସୁରକ୍ଷା ସମ୍ଭବ ହେବ ଯଦି ପ୍ରତ୍ୟେକ ଭାରତୀୟ ସମାଜ ପ୍ରତି ଗୋମାତାର ଅବଦାନ ବିଷୟରେ ଅବଗତ ହେବେ ଓ ପ୍ରକୃତ ଭକ୍ତି ଓ ଶ୍ରଦ୍ଧାର ସହିତ ଗୋମାତାର ସୁରକ୍ଷା କରିବେ।

ପୂର୍ବେ ମୁନିଋଷିମାନେ ଗାଈର ମନୁଷ୍ୟ ସମାଜ ପ୍ରତି ଅତୁଳନୀୟ ଅବଦାନକୁ ହୃଦୟଙ୍ଗମ କରି ଗାଈକୁ ଗୋମାତା କହୁଥିଲେ। ଗାଈ ନିଃଶ୍ୱାସ ନେଲା ବେଳେ ଅମ୍ଳଜାନ ନିଏ ଓ ପ୍ରଶ୍ୱାସରେ ମଧ୍ୟ ଅମ୍ଳଜାନ ଛାଡ଼ିଥାଏ। ଗାଈର ପ୍ରତ୍ୟେକ ବସ୍ତୁ ମନୁଷ୍ୟ ଉପଯୋଗୀ ହୋଇଥାଏ। ଗାଈ ଗୋବରରୁ ଉତ୍କୃଷ୍ଟ ଧରଣର ଖତ ଓ ଇନ୍ଧନ ଗ୍ୟାସ ମିଳିଥାଏ। ଯୁଗ ଯୁଗ ଧରି ଗାଈର ଗୋବର ଓ ମୂତ୍ର କୀଟନାଶକ ଭାବରେ ବ୍ୟବହାର କରାଯାଉଛି। ପାତଞ୍ଜଳି ଓ ବଡ଼ ବଡ଼ ଆୟୁର୍ବେଦ କମ୍ପାନୀମାନେ ଗାଈଠାରୁ ଉପଲବ୍ଧ ହେଉଥିବା ଅନେକ ଉତ୍ପାଦଗୁଡ଼ିକୁ ବଜାରରେ ବିକି ଲାଭବାନ ହୋଇଥାନ୍ତି।

ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ କେନ୍ଦ୍ର (ସିଏସଆଇଆର), ଲକ୍ଷ୍ନୌ ଗୋମୂତ୍ରରେ କ୍ୟାନ୍ସର ଓ ଅନ୍ୟାନ୍ୟ ରୋଗର ଚିକତ୍ସା କରିହେବ ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀପଦ ୟେଷୁ ନାୟକ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଆୟୁଷ ଏକ ରାଜ୍ୟସଭା ପ୍ରଶ୍ନର ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି, ଗୋମୂତ୍ରରେ କ୍ୟାନ୍ସର ଉପଚାର ପାଇଁ ଟାକ୍ସଲ ଉପାଦାନ ମିଳିଥାଏ। ଦୁଃଖର କଥା ଭାରତରେ ଗୋଉତ୍ପାଦ ଉପରେ ଗବେଷଣା ପାଇଁ ତତ୍ପରତା ଦେଖାଯାଉନାହିଁ। ଗୋମାତାକୁ ରାଜନୀତିକରଣ ନକରି ଗୋ ଉତ୍ପାଦ ଉପରେ  ଗବେଷଣା କରି ଏହାକୁ ପାଟେଣ୍ଟ କରିବାର ଆବଶ୍ୟକତା ଅଛି।

ସାମୂହିକ ଆର୍ଥିକ ବିକାଶରେ ଗୋ ଅର୍ଥନୀତିର ଭୂମିକା ଅତ୍ୟନ୍ତ ମହତ୍ଵପୁର୍ଣ। କେବଳ କଳ କାରଖାନା ହେଲେ ହିଁ ବିକାଶ ହେବ ବୋଲି କୁହେଳିକା ସୃଷ୍ଟି କରୁଥିବା ଅର୍ଥନୀତିଜ୍ଞ ଓ ନେତାମାନେ ଦେଶର ସାମୂହିକ ଆର୍ଥିକ ବିକାଶରେ ଅପୂରଣୀୟ କ୍ଷତି ଘଟାଇଥାନ୍ତି। ଭାରତର ଅନେକ ଆର୍ଥିକ ସେକ୍ଟର ଉପରେ ଅନଭିଜ୍ଞ ଏହି ବିଲାତି ନେତା ଓ ଅର୍ଥନୀତିଜ୍ଞମାନେ ଗାଁ କନିଆଁ ସିଂଘାଣି ନାକି କହି ଅନେକ ପ୍ରାକୃତିକ ସେକ୍ଟରକୁ  ଅବହେଳା କରିବାର ଦେଖାଯାଏ। ଅନଭିଜ୍ଞ ଓ ବିଲାତି ଆର୍ଥିକ ଚିନ୍ତାଧାରା ଦ୍ୱାରା ଆମ ଦେଶରେ ଆଜି ବେରୋଜଗାରର ଏକ ଭୟାବହ ସମସ୍ୟା ଦେଖା ଦେଇଛି। ଓଡ଼ିଶା ମଧ୍ୟ ଏହି ବେରୋଜଗାରର ଶିକାର ହୋଇଛି। ଓଡ଼ିଶାରେ ଯଦି ଗୋସମ୍ପଦର ବିକାଶ ହୁଏ ଏହା ଅନେକ ଗ୍ରାମବାସୀଙ୍କୁ ରୋଜଗାର ଦେବା ସଂଗେ ସଂଗେ ଲୋକଙ୍କ ଭିତରେ ବଢୁଥିବା ପୁଷ୍ଟିହୀନତାକୁ ଲାଘବ କରିବ।

ଦେଶୀ ଗାଈ ବିଦେଶୀ ଗାଈ ଅପେକ୍ଷା ଗ୍ରାମବାସୀଙ୍କ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ପ୍ରଥମେ ଓଡ଼ିଶା ସରକାର ଗୋସମ୍ପଦ ଉପରେ ତୃଣମୂଳ ଜ୍ଞାନ ଥିବା ଅଧିକାରୀଙ୍କୁ ଠାବକରି  ଦାୟିତ୍ୱ ଦେବା ଉଚିତ। ଓଡ଼ିଶାରେ ଗୋ ସମ୍ପଦର ଗଣନା କରଯାଇ ଓଡ଼ିଶାରେ କେତୋଟି ଦେଶୀ ଗାଈ ଓ କେତେ ପ୍ରକାରର ଦେଶୀ ଗାଈ ଅଛନ୍ତି ଏହାର ଗଣନା କରିବା ଦରକାର। କାରଣ ବିଦେଶୀ ଗାଈର ରକ୍ଷଣାବେକ୍ଷଣ ବ୍ୟୟସାପେକ୍ଷ ହୋଇଥାଏ। ଦେଶୀ ଗାଈ ଉପରେ ଗବେଷଣା କରିଥିବା କେତେକ ବିଶେଷଜ୍ଞଙ୍କ ମତରେ କୁଜଵାଲା ଦେଶୀ ଗାଈର କ୍ଷୀର ବିଦେଶୀ ଗାଈ ତୁଳନାରେ ଅଧିକ ଉତ୍କୃଷ୍ଟ ଓ ସ୍ୱାଦିଷ୍ଟ ହୋଇଥାଏ। ଯଦିଓ ଦେଶୀ ଗାଈ ବିଦେଶୀ ଗାଈ ତୁଳନାରେ ଅଧିକ କ୍ଷୀର ଦିଏନାହିଁ, ଉପଯୁକ୍ତ ପରିବେଶ ଓ ଗୋଖାଦ୍ୟ ଦେଲେ ଦେଶୀ ଗାଈ ମଧ୍ୟ ଅଧିକ କ୍ଷୀର ଦେଇପାରିବ ବୋଲି ବିଶେଷଜ୍ଞମାନେ କହନ୍ତି। ଓଡ଼ିଶାର ଦେଶୀ ଗାଈର ବିଲୁପ୍ତିକରଣ ନହେବା ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ରାଜ୍ୟର ସାମୂହିକ ଆର୍ଥିକ ବିକାଶରେ ଦେଶୀ ଗାଈ ବିଦେଶୀ ଗାଈ ଅପେକ୍ଷା ବେଶୀ ଲାଭକାରୀ ହେବ। ଆନ୍ଧ୍ର ପ୍ରଦେଶର ଚି଼ତ୍ତୁର ଜିଲାରେ ପୁଂଗୁଣୁର ଗାଈ ଦେଖିବାକୁ ମିଳେ। ଏହି ସୁନ୍ଦର ଗାଈଟି ଆକାରରେ ବାଛୁରୀଠାରୁ ଟିକେ ବଡ଼ କିନ୍ତୁ ଏହି ପୁଂଗୁଣୁର ଗାଈ ଦୁଇରୁ ତିନି ଲିଟର ଅତି ଉତ୍କୃଷ୍ଟ ମାନର କ୍ଷୀର ଦେଇଥାଏ। ଏହି ଗାଈକୁ ଅତି ସହଜରେ ଓ କମ ଖର୍ଚ୍ଚରେ ରଖାଯାଇପାରେ। ଓଡ଼ିଶାରେ ଏହି ପୁଂଗୁଣୁର ଗାଈ ପରୀକ୍ଷାମୂଳକ ଭାବରେ ପ୍ରଥମେ ରଖାଗଲେ ଏହା ଅନେକ ଗ୍ରାମୀଣ ପରିବାର ପାଇଁ ସହାୟକ ହୋଇପାରନ୍ତା।

ଓଡ଼ିଶାରେ ଗୋ ସମ୍ପଦର ବିକାଶ ପାଇଁ ପ୍ରଥମେ ଗୋମାତା ପାଇଁ ଚରାଭୂଇଁ, ପ୍ରଚୁର ପରିମାଣରେ ସବୁଜ ଘାସ, ଜଳ ଓ ପଶୁ ଡାକ୍ତର ସେବାର ବ୍ୟବସ୍ଥା କରିବା ଉଚିତ। ଗୋ ସମ୍ପଦର ବିକାଶ ପାଇଁ ଜଳର ସୁବିଧା ଥିବା ଅତ୍ୟନ୍ତ ଆବଶ୍ୟକ।

ଗାଁ ଗଣ୍ଡାରେ  ସମସ୍ତ ହ୍ରଦ ଓ ପୋଖରୀକୁ ଜିଓ ଟ୍ୟାଗ କରି ସେଗୁଡିକର ସଂରକ୍ଷଣ  କରିବା ନିହାତି ଦରକାର। ଗ୍ରାମବାସୀମାନଙ୍କ ଭିତରେ ଜଳଧନର ବିକାଶ ଓ ସରଂକ୍ଷଣ ପାଇଁ ଲୋକ ସଚେତନତା ବଢ଼ାଇବା ଦରକାର। ଗାଁର ଚାରିପାର୍ଶ୍ୱରେ ଥିବା ଚାରଣଭୂମି ଯେପରି ଜବର ଦଖଲ ନହୁଏ ସେଥିପାଇଁ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ। ଓଡ଼ିଶାରେ ଥିବା ଗୋପାଳ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନେ କିଭଳି ଗୋପାଳନରୁ ଲାଭବାନ ହେବେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଦୁଗ୍ଧ ଉତ୍ପାଦନ କରୁଥିବା ସମସ୍ତ ଗାଁକୁ ଦୁଗ୍ଧ ସଂଗ୍ରହକାରୀ ଗାଡ଼ି ସହିତ ସଂଯୋଗ କଲେ ଗ୍ରାମବାସୀମାନେ ଏହାର ଲାଭ ଉଠାଇପାରିବେ। ଓମ୍‌ଫେଡ କିମ୍ବା ଅନ୍ୟ ଯେକୌଣସି ଦୁଗ୍ଧ ସଂସ୍ଥା କିଭଳି ପ୍ୟାକେଟ କ୍ଷୀରର ଗୁଣାତ୍ମକ ମାନ ରଖିପାରିବେ ଏହାର ଦାୟିତ୍ୱ ସରକାର ନେବା ଉଚିତ। ଗାଈ କ୍ଷୀରରେ ଯେପରି କୌଣସି ପ୍ରକାର ଭେଜାଲ ନହୁଏ ଏହାର ପରୀକ୍ଷା ପାଇଁ ପ୍ରତ୍ୟେକ ସହର ଓ ବ୍ଲକରେ ବ୍ୟବସ୍ଥା ହେବା ଦରକାର।  କ୍ଷୀରର ଗୁଣାତ୍ମକ ମାନ କ୍ଷୀରର ଚାହିଦା ବହୁତ ବଢ଼ାଇ ଦେଇଥାଏ। ସରକାର ଭେଜାଲ କ୍ଷୀର ବିକୁଥିବା ଯେକୌଣସି ସଂସ୍ଥା ପ୍ରତି ଜିରୋ ଟଲେରାନ୍ସ ଭାବ ରଖିଲେ ଏହା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।

ଓଡ଼ିଶାରେ ଗୋପାଳନ କରୁଥିବା ଅନେକ ଚାଷୀ ବୁଢ଼ୀଗାଈକୁ  ଭରଣ ପୋଷଣ କରି ନପାରିବାରୁ ବିକିଦେଇଥାନ୍ତି। ଅନେକ ଗାଈ ମଧ୍ୟ ରାସ୍ତା ଘାଟରେ ବୁଲୁଥିବାର ଦେଖିବାକୁ ମିଳେ। ସରକାର ଓ ଜନସାଧାରଣଙ୍କ ସହଯୋଗରେ ଗୋ ଅଭୟାରଣ୍ୟ ତିଆରି କରି ଗୋମାତାର ସୁରକ୍ଷା କରିବା ନିହାତି ଦରକାର। ଗୋପାଳକମାନଙ୍କୁ କିଭଳି ଗୋଖାଦ୍ୟ,  ଔଷଧ, ଜଳ ଓ ସବୁଜ ଘାସ କମଦାମରେ ଓ ସହଜରେ ଉପଲବ୍ଧ ହେବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ବନ୍ୟା ଓ ବାତ୍ୟା ଦ୍ୱାରା ଓଡ଼ିଶାରେ ହଜାର ହଜାର ଗାଈ ମାରିଥାନ୍ତି। ସରକାର, ସମାଜସେବୀ ସଂସ୍ଥା ଓ ଶ୍ରଦ୍ଧାଳୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଗୋମାତାର ସୁରକ୍ଷା ପାଇଁ ଗୋ ଆଶ୍ରୟ ବନାଇବା ଦରକାର।

ଓଡ଼ିଶାର ଗୁଡ଼ିଆ ଓ ଅନ୍ୟ ବର୍ଗର ଲୋକମାନେ ୧୦୦ରୁ ଅଧିକ ସୁସ୍ୱାଦୁ ଦୁଗ୍ଧଜାତ ଖାଦ୍ୟଦ୍ରବ୍ୟ ତିଆରି କରିଥାନ୍ତି। ଓଡ଼ିଶାରେ ତିଆରି ହେଉଥିବା ଅନେକ ଦୁଗ୍ଧଜାତ ଖାଦ୍ୟଦ୍ରବ୍ୟ ଯଥା ଛେନାଗଜା, ରସଗୋଲା, ଛେନାପୋଡ଼, ରସାବଳି, ଛେନା ତାଡ଼ିଆ ଓ ଛେନା ଝିଲ୍ଲୀ ଇତ୍ୟାଦି ଯଦି  ପ୍ୟାକେଟ କରାଯାଇ ଅନ୍ୟାନ୍ୟ ରାଜ୍ୟ ଓ ବିଦେଶକୁ ପଠାଇ ହୁଅନ୍ତା ତେବେ ଓଡ଼ିଶାରେ ରୋଜଗାର ସୃଷ୍ଟି ହେବା ସଂଗେ ସଂଗେ ଓଡ଼ିଶା ବିଦେଶୀ ମୁଦ୍ରା ମଧ୍ୟ ଅର୍ଜନ କରିପାରନ୍ତା। ଏଥିପାଇଁ ସରକାର ଯୁବପିଢିଙ୍କୁ ତାଲିମ ଦେବା ଦରକାର ଓ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ତିଆରି କରିବା ଉଚିତ। ଗାଈ କ୍ଷୀରରୁ ତିଆରି ବିଭିନ୍ନ ପ୍ରକାର ମିଷ୍ଟାନ୍ନର ଗୁଣାତ୍ମକ ମାନ କିଭଳି ରକ୍ଷା କରାଯିବ ଏଥିପାଇଁ ଏକ ଓଡ଼ିଶା ପ୍ରେମୀ ଯୋଗ୍ୟ ଅଧିକାରୀକୁ ନିୟୋଜିତ କରିବା ଉଚିତ। ଓଡ଼ିଶାରେ ହଜାର ହଜାର ବର୍ଷ ଧରି ବନୁ ଥିବା ଦୁଗ୍ଧଜାତ ଦ୍ରବ୍ୟ ଗୁଡ଼ିକର ପାଟେଣ୍ଟ ହେବା ନିହାତି ଦରକାର।

ଇଣ୍ଟରନେଟ ମାର୍କେଟିଙ୍ଗ ଦକ୍ଷତାର ଅଭାବ, ପୁଞ୍ଜିନିଵେଶରେ ବିଳମ୍ବ ଓ ଯୁବପିଢ଼ିର ଉଦାସୀନତା, ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନର ଅଭାବରୁ ଓଡ଼ିଶା ଆଜି ତାର ଗୋସମ୍ପଦରୁ ଲାଭବାନ ହୋଇପାରୁନାହିଁ। ସରକାର ଓ ଜନସାଧାରଣ ମିଳିତ ଭାବରେ ଯଦି ଗୋ ଅର୍ଥନୀତିର ସୁରକ୍ଷା ଓ ବିକାଶ କରିପାରନ୍ତେ ତେବେ ଓଡ଼ିଶାର ଗ୍ରାମୀଣ ଇଲାକାରେ ରୋଜଗାରର  ଅନେକ ସଂଭାବନା ସୃଷ୍ଟି ହୋଇପାରନ୍ତା।

Depleted groundwater, polluted water bodies, environs affecting 'Gomata' survival

 This article is published in the Counterview.org on 8.09.2021

The Allahabad High Court while hearing a bail plea of a man who was charged for offences under the Prevention of Cow Slaughter Act in the UP has said in a 12 page order that cows are an "integral part of culture of India" and should be declared the national animal. A single judge bench of Shekhar Kumar Yadav has reportedly said that a bill should be introduced in Parliament to declare cows the national animal and cow's protection should be included in the fundamental rights of the Hindu community.

The point is whether by declaring cows as national animal and including cow protection in the fundamental rights of the Hindus will protect the bovine community? Whether people are ready to protect cows and tap its economic potential for inclusive growth?

Our saints and seers spoke of  multiple benefits of cows and named it as mother. It is not only Hindus seers who recognized the value of a cow but many Muslim rulers also understood it well. The judge of the Allahabad High Court said, “It is not that only Hindus have understood the importance of cows, Muslim rulers have also considered the cow an important part of India’s culture during their reign. Babur, Humayun and Akbar had banned cow slaughter in their religious festivals. Mysore’s ruler, Hyder Ali had made cow slaughter a cognizable offence.”

Researchers at Lucknow-based Council of Scientific and Industrial Research (CSIR) are said to have “found” that cow urine distillate commonly known as Kamdhenu Ark can help in the treatment of cancer and various other infections. Minister of State for AYUSH, Shripad Yesso Naik believes, "Cow urine distillate was found to possess the property of bio-enhancement of an anti-cancer natural agent 'Taxol' (paclitaxel) which is produced in microscopic amounts by the Yew tree (Taxus spp.).”


Yet, the fact is, India has not made much headway in doing research on cow products and largely depends on the research inputs from the western countries.
Cow milk produces the widest range of delicacies in the world. Many of the delicacies have immense export potential. The famous Rasgolas of eastern India which is popular in domestic and international food bazaars is made from cow milk. Dairy farmers from Puri and Nimapada districts of Orissa supply milk to the pilgrim centre Puri where eatable makers make exotic items like Rasabali, Malpua, Chena tadia, Kheera and Rabidi etc. Every day, 56 types of delicacies including the famous Rasgola are offered to gods and goddesses in Lord Jagannath temple. Most of these delicacies are made from milk only.

Transparent marketing facility, quality check and political will can create huge employment opportunities in the dairy sector. Every Indian region has developed a unique skill to make mouth-watering delicacies from milk. Though a few milk products etc. are marketed by big food processors, many of the local delicacies are not even marketed in the domestic market.

The cow lovers should make available green fodder, water and timely veterinary care for the cows so that the Hindus would not abandon their old cows or sell the cows to the agents of the slaughter houses. There are reported incidents of Goshalas minting money from donations and selling cows to slaughter houses. Many people buy milch animals with a Government subsidy and sell it after consuming the subsidy. The court said, the laws should come for those also who talk about cow protection by making cowsheds, etc., but have nothing to do with cow protection. Their only aim is to earn money in the name of cow protection.

A cow eats minimum fodder worth Rs 120 to Rs 160 per day. If natural green fodder is not available in the village it becomes difficult for the villagers to maintain cows. Veterinary services are available in 30 per cent of the villages; more than 90 per cent of veterinary graduates want to work for insurance companies, banks, corporate and other public sector offices.

Efforts should be made to attract veterinary doctors to work in villages. The Government should consult veterinary experts, farmers, senior bankers and consumers while planning for dairy development. Ten years back, Sonai Rajan, 47, from Boshi village of Adilabad district had 30 cows. He had sold the cows due to non-availability of green fodder in the village. “I managed for two years by taking my animals 30 km away to a place where fodder was available,” said Rajan.

When groundwater is depleted and the water bodies are either encroached or polluted, Gomata has little hope for survival. Subsidy and loan waivers have made villagers idle, according to Rajan. Hindus organizations should create the right environment in villages so that villagers could earn income from dairy farms. The cow activists should protect village water bodies, greenery, crop diversity, ground water and natural grazing places so that the villages will happily maintain their cows. Milk route should connect villages with small dairy farmers.

Green fodder grows when the water table, lakes, ponds and wells in the villages remain healthy. The soil should have moisture holding capacity. In the last three decades there was wanton destruction of water bodies across the country. Over exploitation of ground water in Punjab has depleted the water table to an alarming level. Now, the Punjab Government spends public money to increase the ground water. Such a kind of a destroy and build approach should be curbed.

Many industries also over exploit and pollute ground and surface water which adversely affects the vibrant animal husbandry sector. In order to address the Gomata problem, the Hindutva brigade should stop the unsustainable use of groundwater. Awareness among people should be created about the biodiversity, water conservation and about the native cow breeds which are drought resistant and need low maintenance cost.

Researchers have found the milk quality of native breeds is better than the imported breeds. The Ongole breed of East Godavari district of Andhra Pradesh has boosted the animal husbandry sector in Brazil and the US. We have lost many of our native breeds due to sheer neglect and ignorance. This is high time to protect and preserve the natural infrastructure for the survival of the Gomaata.


ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...