ଓଡ଼ିଶାରେ କରୋନାର ତୃତୀୟ ଲହର ରୋକିବା ପାଇଁ କିଛି ପଦକ୍ଷେପ

This article was published by Odisha Reporter on 19.06.2021

ଭୂତାଣୁ ବିଶାରଦମାନେ କହନ୍ତି କରୋନାର ତୃତୀୟ ଲହର ଅତ୍ୟନ୍ତ ଭୟାନକ ହେବ। କରୋନାର ତୃତୀୟ ବାର ଆଗମନ ସେପ୍ଟେମ୍ବର ମାସରେ ହେବ ବୋଲି କେତେ ଜଣ ଭୂତାଣୁ ନିରୀକ୍ଷକ କହିଛନ୍ତି। ଏପର୍ଯ୍ୟନ୍ତ କରୋନା ଦେଶରେ ୩,୭୪,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୃତ୍ୟ ଦେଲାଣି। ଓଡ଼ିଶାରେ ମଧ୍ୟ କରୋନାରେ ୩୨୦୦ରୁ ଅଧିକ ଲୋକଙ୍କର ମୃତ୍ୟ ହେଲାଣି। ଭାକସିନ ଦେବାରେ ବିଳମ୍ବ, ଭାକସିନ ନେବା ପାଇଁ ଲୋକଙ୍କ ଭିତରେ ଡର, କରୋନାର ରାଜନୀତିକରଣ, ଉପଯୁକ୍ତ ହସ୍ପିଟାଲ ସୁବିଧାର ଅଭାବ, ରୋଗୀ ତୁଳନାରେ କମ ସଂଖ୍ୟକ ଡାକ୍ତର ଓ ନର୍ସ, କରୋନା ରୋଗୀର ଉପଚାର ପାଇଁ ପର୍ଯ୍ୟାପ୍ତ ହସ୍ପିଟାଲ ଉପକରଣର ଅଭାବ ଓ କେତେକ ଘରୋଇ ହସ୍ପିଟାଲର ଲାଭଖୋର ନୀତି ଇତ୍ୟାଦି କରୋନାର ଦ୍ଵିତୀୟ ଲହରକୁ ଅତ୍ୟନ୍ତ ଭୟାଭହ କରିଦେଇଥିଲା। ଅନେକ ଜାଗାରେ କରୋନା ଔଷଧ, ଇଞ୍ଜେକ୍ସନ, ଅକ୍ସିଜେନ ଓ ଭେଣ୍ଟିଲେଟର କଳାବଜାରରେ ଅତ୍ୟଧିକ ଦାମରେ ବିକ୍ରୀ ହୋଇଥିବାରୁ ଏହା ଅନେକ ମୃତ୍ୟୁର କାରଣ ହୋଇଥିଲା। କେତେ ଜାଗାରେ ଭେଜାଲ ଔଷଧ ବିକ୍ରୀ ହେଉଥିବାର ଖବର ମଧ୍ୟ ପ୍ରକାଶ ପାଇଛି। ତେଲେଙ୍ଗାନା ମୁଖ୍ୟ ବିଚାରାଳୟ ହାଇଦ୍ରାବାଦରେ ଥିବା ହସ୍ପିଟାଲଗୁଡିକ କରୋନା ରୋଗୀଙ୍କଠାରୁ ମନ ଇଛା ଚାର୍ଜ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାପାଇଁ  ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ସରକାର ରୋଗୀମାନଙ୍କଠାରୁ ୧୭୪ଟି ଅଭିଯୋଗ ପାଇଲାପରେ ୧୧୩ଟି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ଓ ୨୨ଟି ହସ୍ପିଟାଲକୁ କରୋନା ରୋଗୀଙ୍କୁ ଚିକତ୍ସା କରିବା ପାଇଁ ପ୍ରତିବନ୍ଧ ଲଗାଇଥିଲେ। ଦେଶର ମୁଖ୍ୟ ନ୍ୟାୟାଳୟ ମଧ୍ୟ ମୋଦି ସରକାରଙ୍କୁ ଏକ ୩୨ ପୃଷ୍ଠାର କୋର୍ଟ ନିର୍ଦେଶରେ ସରକାରଙ୍କ ଭାକ୍ସିନେସନ କାର୍ଯ୍ୟକ୍ରମ ଉପରେ ପ୍ରତିକୂଳ ଟିପ୍ପଣୀ ଦେଇଛନ୍ତି। ଓଡ଼ିଶାର ସ୍ଥିତି ପଡ଼ୋଶୀ ରାଜ୍ୟ ତୁଳନାରେ ଯଦିଓ ଭଲ ଥିବାର ଜଣାପଡ଼େ ତଥାପି ଓଡ଼ିଶା ସରକାର କୌଣସି ପ୍ରକାର ଶୀଥିଳତା ନଦେଖାଇ କରୋନାର ତୃତୀୟ ଲହରକୁ ସାମନା କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ।

ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କ ପାଇଁ  ପ୍ରକୃତରେ ସମସ୍ତ ସୁବିଧା ଉପଲବ୍ଧ ଅଛି କି ନାହିଁ ଏହାର ଅଡିଟ ହେବା ନିହାତି ଆବଶ୍ୟକ। ହସ୍ପିଟାଲଗୁଡ଼ିକ ରୋଗୀଙ୍କଠାରୁ ଯଦି ଅତ୍ୟଧିକ ଚାର୍ଜ କରୁଥିବେ ତେବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉଚିତ। ଅନେକ ସମୟରେ ଲାଭଖୋର ହସ୍ପିଟାଲ ମାଲିକମାନଙ୍କ କାର୍ଯ୍ୟକଳାପ ଦ୍ୱାରା ନିରୀହ ଡାକ୍ତର ଓ ନର୍ସମାନେ ବଦନାମ ହୋଇଥାନ୍ତି। ଘରୋଇ ହସ୍ପିଟାଲର ମାଲିକମାନେ ବ୍ୟବସାୟ ଅପେକ୍ଷା ସେବାକୁ ମହତ୍ୱ ଦେବା ଉଚିତ। ହସ୍ପିଟାଲ ମାଲିକମାନଙ୍କ ଭିତରେ ସେବା ମନୋଭାବ ଜାଗୃତ କରିବା ପାଇଁ ସେମାନଙ୍କୁ କୌଣସି ଆଧ୍ୟାତ୍ମିକ ସଂସ୍ଥା ଦ୍ୱାରା ତାଲିମ ଦେବା ଦରକାର। ଓଡ଼ିଶାରେ ଥିବା ମେଡିକାଲ କଲେଜରେ ପଢ଼ିବାପାଇଁ ପିଲାମାନଙ୍କୁ କେବଳ ମେରିଟ ଆଧାର ଉପରେ ସୁଯୋଗ ଦେବା ଉଚିତ। ଲକ୍ଷ ଲକ୍ଷ ଟଙ୍କା ଦାନଦେଇ ମେଡିକାଲ କଲେଜରେ ଆଡମିଶନ କରିଥିବା ଛାତ୍ର କେବେବି ଭଲ ଡାକ୍ତର ହୋଇପାରିବନାହିଁ।

ମହାମାରୀ ସମୟରେ ସ୍ଵଚ୍ଛ ଜଳର ବହୁତ ଆବଶ୍ୟକତା ଥାଏ। ହାତ ମୁହଁ ବାରମ୍ବାର ଧୋଇଲେ କରୋନା ଭୂତାଣୁ ଫୁସଫୁସ ଭିତରକୁ ଯାଇପାରେନାହିଁ। ପ୍ରଥମେ ସରକାର ଓଡ଼ିଶାରେ ଥିବା ସମସ୍ତ ନଦୀ, ହ୍ରଦ, ପୋଖରୀ ଓ କୂଅଗୁଡିକୁ ଜିଓ- ଟ୍ୟାଗ କରି ଏହାର ସୁରକ୍ଷା ଓ ନବୀକରଣ କରିବା ଦରକାର। ପର୍ଯ୍ୟାପ୍ତ ପରିମାଣରେ ଜଳଧନ ଥିବା ସତ୍ତ୍ୱେ ଓଡ଼ିଶାର ଅନେକ ଜିଲାରେ ଆଜି ଉତ୍କଟ ଜଳାଭାବ ଦେଖାଯାଉଛି। ଓଡ଼ିଶାର ଲୋକପ୍ରିୟ, ଉଚ୍ଚ ଶିକ୍ଷିତ ଓ ଲେଖକ ମୁଖ୍ୟମନ୍ତ୍ରୀ ଜଳଧନର ସୁରକ୍ଷା ପାଇଁ ଏକ ପ୍ରଭାବଶାଳୀ ଆଇନ ପ୍ରଣୟନ କରିବା ଦରକାର। ଜଳଧନର ସୁରକ୍ଷା ଲୋକମାନଙ୍କ ପାଇଁ ସ୍ଵଚ୍ଛଜଳ ଉପଲବ୍ଧି କରିପାରିବ।  ଏହା କରୋନାର ତୃତୀୟ ଲହରକୁ ରୋକିବାରେ ସହାୟକ ହେବ।

ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ, ପନିପରିବା ଓ ଶାଗ ଆଦି ଫସଲ ବହୁଳ ଭାବରେ ଚାଷ କରିବା ସଂଗେ ସଂଗେ ଦୁଗ୍ଧ ଉତ୍ପାଦନ ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଗୋ ସମ୍ପଦ ବୃଦ୍ଧି ପାଇଁ ଗୋଖାଦ୍ୟ ଓ ଜଳ ଛୋଟଚାଷୀମାନଙ୍କ ପାଇଁ କମ ଦାମରେ ଉପଲବ୍ଧି ହେବା ଦରକାର। ଗୋଖାଦ୍ୟର ଅତ୍ୟଧିକ ମୂଲ୍ୟବୃଦ୍ଧି, ଚାରା ଓ ଘାସର ଅଭାବରୁ ରାଜ୍ୟର ଗୋପାଳ ସମ୍ପ୍ରଦାୟ ଗୋରୁ ରଖିବା ପାଇଁ ସକ୍ଷମ ହେଉନାହାନ୍ତି। ଗୋପାଳନ କିଭଳି ସ୍ୱଳ୍ପ ବ୍ୟୟରେ ହୋଇପାରିବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ଆଜି ଓଡ଼ିଶାର ୯୦ ପ୍ରତିଶତ ଲୋକ ଦିନରେ ଗୋଟେ ଗ୍ଲାସ କ୍ଷୀର ପିଇବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧିକରି ଏହାର ମୂଲ୍ୟ କମ କଲେ ଅନେକ ଲୋକ କ୍ଷୀରକୁ ନିଜର ନୀତିଦିନର ପାନୀୟ ହିସାବରେ ଗ୍ରହଣ କରିପାରିବେ। ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦନରେ ବୃଦ୍ଧି ହେଲେ ଏହା ଓଡ଼ିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଓଡ଼ିଶାର ଅଧକାଂଶ ଲୋକ ବିଶେଷକରି ସହର ଅଂଚଳରେ ରହୁଥିବା ଲୋକମାନେ ବାହାରେ ପ୍ରତିଦିନ ଖାଇବାର ଏକ ବଦଭ୍ୟାସର ଶିକାର ହୋଇଛନ୍ତି। ଘରେ ପୁଷ୍ଟିକର ଖାଦ୍ୟ ଥିଲେ ମଧ୍ୟ ସେମାନେ ସକାଳ ହେଲେ ବରା, ପିଆଜି, ଇଡ଼ିଲି, ଦୋସା, ଦହିବରା ଆଳୁଦମ ଓ ସିଙ୍ଗଡ଼ା ଦୋକାନ ସାମନାରେ ଲାଇନ ଲଗାଉଛନ୍ତି। ଏହି ବଦଭ୍ୟାସକୁ ରୋକିବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ନିଜକୁ ରୋକିପାରୁ ନାହାନ୍ତି। ସନ୍ଧ୍ୟା ହେଲେ ଯୁବପିଢ଼ି ଘରେ ନଖାଇ ଫାଷ୍ଟଫୁଡ ଦୋକାନ ଆଗରେ ଭିଡ଼ ଲଗାଉଛନ୍ତି। ସରକାର ଓ ଗଣମାଧ୍ୟମ ଲୋକଙ୍କ ଭିତରେ ଘର ତିଆରି ପୁଷ୍ଟିକର ଖାଦ୍ୟ ବିଷୟରେ ଲୋକସଚେତନାତା ସୃଷ୍ଟି କରିବା ଉଚିତ। ରାସ୍ତାକଡ଼ ଉଠା ଦୋକାନରେ ଓ ବଡ଼ ବଡ଼ ହୋଟେଲରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଗୁଣାତ୍ମକମାନକୁ ପରୀକ୍ଷା କରି ଭେଜାଲ ଖାଦ୍ୟ କିମ୍ବା ବାସି ଖାଦ୍ୟ ବିକୁଥିବା ବ୍ୟକ୍ତିକୁ ଦଣ୍ଡିତ କରିବା ଦରକାର।

ଓଡ଼ିଶାରେ ଥିବା ଆବର୍ଜନା ପରିପୂର୍ଣ୍ଣ ଜଳାଶୟଗୁଡ଼ିକୁ ତୁରନ୍ତ ସଫା କରାଇବା ଦରକାର। କାରଣ କରୋନା ସଂକ୍ରମଣ ସମୟରେ ଯଦି ଲୋକଙ୍କୁ ମେଲେରିଆ କିମ୍ବା ଟାଇଫଏଡ ହୁଏ ତେବେ ଏହାକୁ ଚିହ୍ନଟ କରି ଉପଚାର କରିବା କଷ୍ଟକର ହେବ। ଜନବହୁଳ ସହର କଟକରେ ଏବେବି ଦଳ ଓ ଆବର୍ଜନାରେ ପୂର୍ଣ୍ଣ ଅନେକ ପୋଖରୀ ଅଛି। ବାରବାଟୀ ଦୁର୍ଗ ଚାରିପାଖରେ ଥିବା ଖାଇଟି ଆଜି ମଧ୍ୟ ଦଳରେ ପରିପୂର୍ଣ୍ଣ ରହିଛି। ନିଜକୁ ଦେଶପ୍ରେମୀ କହୁଥିବା ନେତାମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଁ ଗଣ୍ଡାରେ ଏହି ସଫାଈ କାମ ହାତକୁ ନେବା ଉଚିତ। ଏହି ସେବା ନେତାମାନଙ୍କୁ ଲୋକପ୍ରିୟ କରିବା ସଂଗେ ସଂଗେ ବାକ୍ୟ ବୀରରୁ କର୍ମବୀରର ପରିଣତ କରିବ।

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଦରକାର ଏକ ସୁପରିକଳ୍ପିତ ଯୋଜନା। ଯୋଜନାକୁ ଫଳବତୀ କରିବା ପାଇଁ ଦରକାର ରାଜନୈତିକ ଇଚ୍ଛା ଶକ୍ତି, ଦକ୍ଷ, ସଚ୍ଚୋଟ, କର୍ମଠ ଅଧିକାରୀ ଓ ଜନସାଧାରଣଙ୍କ ସହଯୋଗ। ଏହା ସହିତ ସବୁକ୍ଷେତ୍ରରେ ଏକ ବଳିଷ୍ଠ ନେତୃତ୍ୱ କରୋନା ସଂଗ୍ରାମରେ ଓଡ଼ିଶାକୁ ସହାୟତା କରିବ। ଗ୍ରାମର ମୁଖିଆ, ସାହୀ ମୁରବି, ଗଣମାଧ୍ୟମ ଓ ଯୁବପିଢ଼ି ମଧ୍ୟ ଏହି କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ନେବା ଦରକାର।



There is a need for Indian authorities to nip the third wave of the pandemic in the bud

 This article was published in the counterview.org on 16.06.2021

There is a need for Indian authorities to nip the third wave of the pandemic in the bud

The first two waves of the Corona pandemic has devastated the country’s economy, livelihood of millions of people and left behind thousands of helpless orphans and widows.  Many dedicated doctors, nursing staff, health workers and ward boys have lost their lives. The virus experts say the third wave will be far more dangerous than before. Supreme Court in its 32 page order has blamed Centre for its handling the pandemic in an irrational manner. Now there is very less time to ponder over the past and prepare for the third wave as the second wave continues to kill and impoverish people. The deaths and economic loss in India would have been less had the people used masks, maintained social distancing, got vaccinated a bit early, developed their immune system, avoided all kinds of religious gatherings and political rallies etc,.  The confusion over the application of COVID drugs, the trade war over vaccines, politics over the vaccination program, effort to maximize profit from a distress situation and above all the terrible fear psychosis created among people by vested interest has aggravated the situation.  Now, both the center and the states should converge on one objective of saving people’s life during the corona third wave. There are simple steps which can save the lives of thousands of people.

 Though India is a water rich country, it has failed to preserve its sweet water resources. Thousands of water bodies across the country have been converted in to concrete structures, which is the main reason of pure water scarcity in many regions.  People are asked to wash hands and face with water, sanitizer and soup.  Though soup is available easily, getting sufficient pure water at an affordable cost is too difficult for people in many places, particularly in metro cities. The government  should geo-tag all water bodies across the country and revive the water bodies on a war footing manner.  There is a need for a strong law to save the water bodies everywhere; as its disappearance will give hunger and deaths to thousands of people.

 A large number of people have not observed corona discipline and fell sick or spread infection.  The government should ensure quality masks, sanitizer and other safety tools at an affordable cost; for at least one year from now the GST on corona kits and on hospital equipments should be totally waived.  Simply talking and telling people to improve immune system won’t work unless the government takes strong step to provide people the means to enhance the immunes system. The majority of people should access pure water, food, clean air and play ground at an affordable cost so that they could enhance their immunity.  Playground in India should be de-monitized so that the majority of people could utilize the space for regular exercise. One public playground for every 1000 families should be provided in all urban centers. Unfortunately, pedestrian paths have almost disappeared in many cities.  All kinds of meetings, political rallies, religious congregation and public functions should be banned until the pandemic disappears from the country. 

 The reported incidents of private hospitals leeching corona patients have come to light in many states. High courts in many states have issued show cause notices to state governments regarding leeching of patients. Though various state governments have put a cap on hospital treatments, leeching of patients has not stopped. Maximizing profit from human distress by the vested interest is a crime against humanity. One UP private hospital owner switched off oxygen supply to experiment whether the patients were able to survive without oxygen; 22 corona patients died on the spot.    Regulation, audit and inspection of hospitals cannot stop these mishaps unless the hospital owners undergo spiritual training to quarantine their minds from greed and learn finer human emotions like love and compassion.  The government should have a mechanism like skill test to identify efficient doctors from the inefficient ones who entered through backdoor or by paying hefty donations.  The selection of candidates for medical colleges should be based on pure merit as the doctors have to save life and they are not to play with life.

The government should also reign in the pharma companies as many of them are indulged in unethical practices while marketing their products; they lure doctors to their trap which is always detrimental to the health sector.  There are reported incidents of marketing of spurious corona drugs in some places.  This is too dangerous for the corona patients; the government should crack down the black marketers, hoarders and spurious drug manufacturing companies before the third wave strikes.  

 The fear psychosis created during the pandemic has adversely affected people’s moral. Some people have reportedly committed suicides when they were diagnosed corona positive.   The government should create awareness about the true nature of the corona virus; the scare monger should be detected and punished.  Before the third wave arrives the country should create the right mental and physical infrastructure for developing immunity, hospital efficiency, ethics in health sector and awareness among people about the corona virus.

ଉପକୂଳବର୍ତ୍ତୀ ଅଂଚଳ ସୁରକ୍ଷା ନୀତିର ଆବଶ୍ୟକତା

Odisha Post has published this article on 10.06.2021 

ନିଜ ମାମୁ ଘରକୁ ବୁଲିଗଲା ଭଳି ବାତ୍ୟା ଓଡ଼ିଶାକୁ ପ୍ରତିବର୍ଷ ଥରେ ଦୁଇ ଥର ଆସୁଛି। ବାତ୍ୟାର ଆଗମନ ଓଡ଼ିଶାର ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେବା ସଂଗେ ସଂଗେ ଅନେକ ନିରୀହ ଲୋକଙ୍କର ଜୀବନହାନି କରୁଛି। ବାତ୍ୟା ଯୋଗୁଁ ହଜାର ହଜାର ଓଡ଼ିଶାବାସୀ ନିଜର ଜୀବିକା ହରାଉଛନ୍ତି। ଫଳରେ ପ୍ରତିବର୍ଷ ଓଡ଼ିଶାର କୋଟି କୋଟି ଟଙ୍କା କ୍ଷତି ହେଉଛି। ବାତ୍ୟାର ପ୍ରକୃତ ସମାଧାନର ବାଟ ବାହାର ନକରି ସରକାର ପ୍ରତିବର୍ଷ ରିଲିଫ ଦେଇଚାଲିଛନ୍ତି। ପ୍ରତି ବର୍ଷର ରିଲିଫ ରାଶି ଓ ବାତ୍ୟାଜନିତ କ୍ଷତିକୁ ଯଦି ହିସାବ କରାଯାଏ ତେବେ ବିଗତ ଦଶ ବର୍ଷ ଭିତରେ ଏହା ରାଜ୍ୟର ବାର୍ଷିକ ବଜେଟ ରାଶିଠାରୁ ତିନିଗୁଣା ଅଧିକ ହେବ। ବାତ୍ୟାର ପ୍ରକୋପକୁ କମ କରିବା ପାଇଁ ସରକାର ଏକ ସୁପରିକଳ୍ପିତ ଉପକୂଳବର୍ତ୍ତୀ ସୁରକ୍ଷା ନୀତି ତିଆରି କରିବା ଉଚିତ।

ଓଡ଼ିଶାରେ ୧୯୭୧ ମସିହା ବାତ୍ୟା ପରେ ଏକ୍ସପର୍ଟ କମିଟି ଉପକୂଳବର୍ତ୍ତୀ ଜିଲାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ପାଇଁ ସୁପାରିଶ କରିଥିଲା। ଉପକୂଳବର୍ତ୍ତୀ ଅଂଚଳରେ ବୃକ୍ଷ ରୋପଣ ପରିବର୍ତ୍ତେ ବିଗତ ପଚାଶ ବର୍ଷ ଭିତରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରଯାଇଥିବାରୁ ଓଡ଼ିଶା ବାତ୍ୟାର ଏକ ଚରାଭୂମି  ପାଲଟି ଯାଇଛି। ଲୋକଙ୍କ ଧନଜୀବନ ନଷ୍ଟକରି ସେମାନଙ୍କୁ ରିଲିଫ ବାଣ୍ଟିବାରେ କୌଣସି ଫାଇଦା ନାହିଁ। ଲୋକଙ୍କ ପାଇଁ କୋଠାଘର ତିଆରି କରିଦେଲେ ଏହା ବାତ୍ୟା ପ୍ରକୋପରୁ ଲୋକଙ୍କୁ ରକ୍ଷା କରିବ ନାହିଁ। ପରିଵେଶ ବୈଜ୍ଞାନିକମାନଙ୍କ ମତରେ ବାତ୍ୟାର ପ୍ରକୋପ ବିଗତ କୋଡ଼ିଏ ବର୍ଷ ଭିତରେ ବହୁ ଅଧିକ ହୋଇଛି ଓ ଏହାର  ଭୀଷଣତା ଦିନକୁ ଦିନ ବୃଦ୍ଧି ପାଉଛି।

ବିକଶିତ ଦେଶମାନଙ୍କରେ ବିକୃତ ବିକାଶକୁ ବିକାଶଶୀଳ ଦେଶମାନେ ଅନୁକରଣ କରି ନିଜ ପରିବେଶର  ଅପୂରଣୀୟ କ୍ଷତି କରୁଛନ୍ତି। ବିଲେଇ ଯେମିତି ଓଧ  ସାଙ୍ଗରେ ବାଇ ହୋଇ ମାଛ ଖାଇବାକୁ ପୋଖରୀ ଭିତରକୁ ଲମ୍ଫ ଦେଇ କଲବଲ ହୁଏ ସେଭଳି ଗରିବ ଦେଶଗୁଡ଼ିକ  ଆଜି ଏକ ବିକାଶ ଭେଳିକିର ଶିକାର ହୋଇ ନିଜର ଅପୂରଣୀୟ କ୍ଷତି କରୁଛନ୍ତି। ଯେଉଁଠି ଦେଖିବ ନଦୀ, ହ୍ରଦ, ପାହାଡ଼ ଓ ଜଙ୍ଗଲକୁ ନଷ୍ଟକରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି। ମନୁଷ୍ୟ ବଂଚିବା ପାଇଁ ଦରକାର ସ୍ଵଛ ଜଳ, ପବନ ଓ ଉତ୍ତମ ଖାଦ୍ୟ। ବ୍ୟବସାୟ ଦେଶର ଆର୍ଥିକ ଅବସ୍ଥାକୁ ସୁଧାରି ଥାଏ। କିନ୍ତୁ ଯଦି ବ୍ୟବସାୟୀ ନେତାଙ୍କ ସାଙ୍ଗରେ ହାତ ମିଳାଇ ଅତ୍ୟଧିକ ଲାଭ କରିବାକୁ ଚେଷ୍ଟା କରେ ତେବେ ସେ ମନୁଷ୍ୟର ବାସସ୍ଥଳୀକୁ ନର୍କରେ ପରିଣତ କରିଦିଏ।

ମୁମ୍ବାଇ ସହରରେ ବର୍ଷାଜଳ ନିଷ୍କାସନ ନହେବାରୁ ୨୦୦୫ ବର୍ଷାରେ ପ୍ରାୟ ୫୦୦ ଲୋକ ମୃତ୍ୟୁ ବରଣ କରିଥିଲେ। ୨୦୧୫ରେ ଚେନ୍ନାଇରେ ହୋଇଥିବା ଭୀଷଣ ବନ୍ୟାର ପ୍ରଧାନ କାରଣ ଥିଲା ଏହି ନଗରରେ ଥିବା ହ୍ରଦ, ପୋଖରୀ ଓ କୂଅଗୁଡିକର ବିଲୁପ୍ତିକରଣ। ଏହି ଭୀଷଣ ବନ୍ୟା ୫୦୦ରୁ ଅଧିକ ଲୋକଙ୍କର ପ୍ରାଣହାନି କରିଥିଲା। ୨୦୧୭ର ବନ୍ୟା ମଧ୍ୟ ଚେନ୍ନାଇ ସହରରେ ପ୍ରାୟ ୨୫ରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦେଇଥିଲା। ଏତେ ଧନଜୀବନ ନଷ୍ଟ ହେଲାପରେ ମଧ୍ୟ ମନୁଷ୍ୟର ଲୋଭ  ଅପବିକାଶକୁ ବଢ଼ିବାରେ ସାହାଯ୍ୟ କରୁଛି। ପରିବେଶ ଜନିତ କ୍ଷତିର ମୂଲ୍ୟକୁ ଯଦି ଆମେ ଜିଡିପିରୁ ବିୟୋଗ କରିଦେବା ତେବେ ଅଧିକାଂଶ ରାଜ୍ୟର ଜିଡିପି ମାଇନସକୁ ଆସିଯିବ।

ଆନ୍ଧ୍ର, ମହାରାଷ୍ଟ୍ର ଓ ତାମିଲନାଡୁ ତୁଳନାରେ ଓଡ଼ିଶାର ପ୍ରାକୃତିକ ପରିବେଶରେ ଏତେ ଅବନତି ହୋଇନାହିଁ। ଏକ ସୁପରିକଳ୍ପିତ ଉପକୂଳବର୍ତ୍ତୀ ଅଂଚଳ ସୁରକ୍ଷା ନୀତି ତିଆରି କଲେ ଏହା ଓଡ଼ିଶାର ଧନଜୀବନ ଓ ଜୀବିକାକୁ ରକ୍ଷା କରିପାରିବ। ପଚାଶ ବର୍ଷ ପୂର୍ବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଯେମିତି ଘଞ୍ଚ ଜଙ୍ଗଲ ଥିଲା ସେଭଳି ଜଙ୍ଗଲ ଆଜି ସୃଷ୍ଟି କରିହେବ ନାହିଁ। କିନ୍ତୁ ଅତି କମରେ ସମୁଦ୍ର କୂଳରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଓଡ଼ିଶାର ୪୮୫ କିଲୋମିଟର ଦୀର୍ଘ ଉପକୂଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ଏହା ବାତ୍ୟାର ପ୍ରକୋପକୁ କମ କରିପାରିବ। ଏହି ଦୀର୍ଘସୂତ୍ରୀ ଯୋଜନାକୁ କାର୍ଯ୍ୟକାରୀ କଲେ ଏହା ଓଡ଼ିଶାରେ ଅନେକ ନିରୀହ ଜୀବନ, ଜୀବିକା ଓ ଆର୍ଥିକ ଗତିବିଧିକୁ ରକ୍ଷା କରିବ। ଉପକୂଳବର୍ତ୍ତୀ ଅଂଚଳରେ କେବଳ ସ୍ଥାନୀୟ ଜଳବାୟୁରେ ବଢୁଥିବା ଗଛ ଲଗାଇବା ଦରକାର। ଘଞ୍ଚ ଜଙ୍ଗଲର ଏକ ବଳୟ ସୃଷ୍ଟିହେଲେ ଏହା ଲୋକଙ୍କ ଜୀବନ ରକ୍ଷା କରିବା ସଂଗେ ସଂଗେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିବ।

ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ୩୦ କିଲୋମିଟର ବେଳାଭୂମି ବିଶ୍ୱର ସବୁଠାରୁ ସୁନ୍ଦର ବେଳାଭୂମି ଭିତରେ ଗଣାଯାଉଥିଲା। ଏହି ବେଳାଭୁମିର କଡ଼େ କଡ଼େ ବାଲୁଖଣ୍ଡ ଅଭୟାରଣ୍ୟ ଏକଦା ବାଲିହରିଣ ଓ ମନିଟର ଲିଜାର୍ଡ଼ ଆଦି ଅନେକ ବଣ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା। ଏହି ବେଳାଭୂମି ଏକଦା  କାଜୁ, ନଡ଼ିଆ, ତାଳ ଓ ଅନ୍ୟାନ୍ୟ ଫଳ ଗଛରେ ପରିପୂର୍ଣ୍ଣ ଥିଲା। ବିଗତ ତିରିଶ ବର୍ଷରେ ବାଲୁଖଣ୍ତ ଅଭୟାରଣ୍ୟ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ସାରିଛି। ଏହାର ଅନେକ ଆର୍ଥିକ ଗତିବିଧି ଆଜି ନଷ୍ଟ ହୋଇଯାଇଛି।

ପୁରୀ, କୋଣାର୍କ  ଓ ନିମାପଡ଼ାରେ ଥିବା ଗାଁଗୁଡିକ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲା ଓ ଏହି ଅଂଚଳରୁ ପୁରୀ ସହର ଓ ଜଗନ୍ନାଥ ମନ୍ଦିରକୁ ଦୁଗ୍ଧ ପଠାଯାଉଥିଲା। ନିକଟରେ ଆସିଥିବା ଫନି ବାତ୍ୟା ଏହି ଗାଁଗୁଡିକର ପଶୁ ସମ୍ପଦ ଓ ଜଙ୍ଗଲଗୁଡ଼ିକର ଅନେକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ ଅଂଚଳରେ ଥିବା ଏହି ଦୁଗ୍ଧ ବଳୟକୁ ସରକାର ତୁରନ୍ତ ପୂନର୍ଗଠନ କରିବା ଦରକାର। ରାଜ୍ୟରେ ଥିବା ପଶୁସଂପଦର ବିକାଶ ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ।

ଉପକୂଳବର୍ତ୍ତୀ ଅଂଚଳରେ ଥିବା ବେଳାଭୂମିଗୁଡିକର  ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସରକାର ଓ ଜନସାଧାରଣ ରକ୍ଷା କରିପାରିଲେ ଏହା ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିବ। ପୁରୀ କୋଣାର୍କ ବେଳାଭୂମି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ଅନେକ ଆର୍ଥିକ ଗତିବିଧିକୁ ଜନ୍ମ ଦେଇଥାଏ। ସରକାର ପ୍ରଥମେ ପୁରୀ କୋଣାର୍କ ବେଳାଭୂମିକୁ କଂକ୍ରିଟ ମୁକ୍ତ କରିବା ସଂଗେ ସଂଗେ ଏହି ବେଳାଭୂମିର କଡ଼େ କଡ଼େ ଯେଭଳି ଝାଉଁ, କାଜୁ, ନଡ଼ିଆ, ତାଳ ଓ କରମଙ୍ଗା ଗଛର ଜଙ୍ଗଲ ଥିଲା ଏହାକୁ ଆଉଥରେ ସୃଷ୍ଟି କରିବା ଦରକାର। ଏହି ବେଳାଭୂମିକୁ ଠିକ ଭାବରେ ରକ୍ଷଣାବେକ୍ଷଣ କଲେ ସରକାର ହୋଟେଲ ଓ ଆବାସ ଯୋଜନା ଅପେକ୍ଷା ବହୁ ଅଧିକ ରାଜସ୍ୱ ପାଇପାରିବେ।

ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଥିବା ଗଛଗୁଡ଼ିକର ଗଣନା କରିବାର ନିହାତି ଆବଶ୍ୟକତା ଅଛି। ଯଦି କୌଣସି ଗଛ ବାତ୍ୟାରେ ଉପୁଡ଼ି ଯାଏ ତେବେ ତାକୁ ଆଉ ଥରେ ରୋପଣ କରିବା ଦରକାର। ବୃକ୍ଷ ପୁନଃରୋପଣ ପାଇଁ ଆଜିକାଲି ଅନେକ ଉପକରଣ ଉପଲବ୍ଧ ହୋଇପାରୁଛି। ସରକାର ଲୋକଙ୍କ ଟିକସରାଶି ଖର୍ଚ ନକରି ଲୋକଙ୍କ ସହଯୋଗରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୋର ସୋରରେ ଆରମ୍ଭ କରିବା ଦରକାର। ବିଶ୍ୱ ପରିବେଶ ଦିବସରେ ଗୋଟେ ଗଛ ଚାରା ଲଗାଇ ଦେଇ ବର୍ଷ ସାରା ନାହିରେ ତେଲ ପକାଇ ଶୋଇବା ଓଡ଼ିଶାବାସୀଙ୍କୁ ବିଦ୍ରୁପ କଲାଭଳି ଲାଗେ।

ସରକାର ପ୍ରତ୍ୟେକ ବିଧାୟକ ଓ ମନ୍ତ୍ରୀ ଉପକୂଳବର୍ତ୍ତୀ ଅଂଚଳରେ ୧ ଲକ୍ଷ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଏକ ନୀତି ଘୋଷଣା କରିବା ଦରକାର। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କଂପ୍ୟୁଟର ସଂଗେ ଲିଙ୍କ କରି ଏହାର ମନିଟରିଂ କରିବା ନିହାତି ଆବଶ୍ୟକ।  ବୃକ୍ଷରୋପଣ କାର୍ଯ୍ୟକ୍ରମର ସଫଳତାକୁ ମୂଲ୍ୟାୟନ ଭିତ୍ତିରେ ଆଗାମୀ ନିର୍ବାଚନର ଟିକେଟ ଦିଆଯିବା ଉଚିତ। ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳକୁ ସାଟେଲାଇଟ ମାଧ୍ୟମରେ ନିରୀକ୍ଷଣ କରିବାର ନିହାତି ଆବଶ୍ୟକତା ଅଛି। ସରକାରୀ ଓ ବେସରକାରୀ ଗଣମାଧ୍ୟମ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଯେକୌଣସି ଅପବିକାଶ କିମ୍ବା ପରିବେଶ ନଷ୍ଟ ହେବାର ପ୍ରକ୍ରିୟାକୁ ଲୋକ ଲୋଚନକୁ ଆଣିବା ଦରକାର। ସରକାର, ରାଜନେତା ଓ ଜନସାଧାରଣ ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା କଲେ ଓଡ଼ିଶା ରାଜସ୍ବ ପାଇବା ସଂଗେ ସଂଗେ  ବାତ୍ୟା ଜନିତ କ୍ଷତିରୁ ରକ୍ଷା ପାଇପାରନ୍ତା। ଏହା ଭାରତର ସମସ୍ତ ରାଜ୍ୟ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହନ୍ତା।


ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟବସାୟ ସଂସ୍କୃତିରେ ପରିବର୍ତ୍ତନ ଜରୁରୀ

The article is published in the Odisha Reporter on 01.06.2021

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇଲା ସତ କିନ୍ତୁ ଦେଶର ବ୍ୟବସାୟ ସଂସ୍କୃତିରେ  କୌଣସି ଗୁଣାତ୍ମକ ପରିବର୍ତ୍ତନ ହେଲାଭଳି ଲାଗେନାହିଁ। ଦେଶର ଏହି ବ୍ୟବସାୟ ସଂସ୍କୃତିର ଅବନତିର ଦୃଷ୍ଟାନ୍ତ କରୋନା ସମୟରେ ଅଧିକ ସ୍ପଷ୍ଟ ହେଲା। ଦେଶର ଲକ୍ଷଲକ୍ଷ ଲୋଖ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ କିଛି ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରର କଳାବଜାର କଲେ। ରାମଦେଶିବିର ଇଞ୍ଜେକ୍ସନ ଓ ଭେଣ୍ଟିଲେଟର ଇତ୍ୟାଦି ଦଶ ପନ୍ଦର ଗୁଣା ଅଧିକ ଦାମରେ କଳାବଜାରରେ ବିକ୍ରି ହେବା ମୃତ୍ୟୁର ବିଭିଷୀକାକୁ ଅଧିକ ଭୟାନକ କରିଦଇଥିଲା। ଅନେକ ଜାଗାରେ ଆମ୍ବୁଲାନ୍ସରେ ରୋଗୀକୁ ପାଞ୍ଚ କିଲୋମିଟର ନେବାପାଇଁ ଲୋକଙ୍କୁ ୩୦୦୦୦ ଟଙ୍କା ଦେବାକୁ ପଡିଲା। ହସ୍ପିଟାଲ ବେଡ଼ର ଘୋର ଅଭାବ, ରୋଗୀ ମରିଗଲା ପରେ ରୋଗୀର ଅଭିଭାବକମାନଙ୍କୁ ନପଚାରି ମୃତ ଶରୀରକୁ ଦାହ କରିଦେବା, ପୋତିଦେବା କିମ୍ବା ଗଙ୍ଗା ନଦୀରେ ପକାଇଦେବା ଓ ଶେଷକୁ ଦାହକାର୍ଯ୍ୟ କଲାବେଳକୁ ଶବ ପିଛା ୩୦,୦୦୦ ରୁ ୫୦,୦୦୦ ଟଙ୍କା ଯାଏ ଆଦାୟ କରିବା ଇତ୍ୟାଦି ଭାରତୀୟ ଉନ୍ନତ ସାଂସ୍କୃତିକ ପରମ୍ପରାର ଏକ ଅବକ୍ଷୟ ବ୍ୟତିତ ଅନ୍ୟ କିଛି ନୁହେଁ। ଜୀବନ ବଞ୍ଚାଇବା ପରିବର୍ତ୍ତେ ଲୋକଙ୍କ ଅସହାୟ ଅବସ୍ଥାରୁ ବ୍ୟବସାୟିକ ଫାଇଦା ଉଠାଇବା ଏକ କ୍ରୁର ମାନସିକତାର ପରିଚୟ ଦେଇଥାଏ।

ଯେତେବେଳେ କରୋନା ମହାମାରୀ ମୃତ୍ୟର ତାଣ୍ଡବଲୀଳା କରୁଥିଲା ସେତେବେଳେ ସବୁ ରାଜନୈତିକ ଦଳର ନେତାମାନେ ଆସାମ, ପଶ୍ଚିମ ବଙ୍ଗ, କେରଳ, ତାମିଲନାଡୁ ଓ ପଣ୍ଡିଚେରୀରେ ନିର୍ବାଚନ ରାଲି କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଥିବା ସେମାନଙ୍କ ଉଦାସୀନତାର ପ୍ରମାଣ ଦେଇଥିଲେ। ଯଦି ନେତା ଲୋଭ ବିକାରର ବଶବର୍ତ୍ତୀ ହୋଇ ଧର୍ମ, ଜାତି ଓ ଭାଷାକୁ ନେଇ ସଂକୀର୍ଣ୍ଣ ରାଜନୀତିରେ ଲିପ୍ତ ରହି ଭୋଟ ବ୍ୟାଙ୍କ ତିଆରି କରେ ତେବେ ସେ ସମାଜକୁ କଳୁଷିତ କରିଥାଏ। ଦେଶରେ ଲୋକ ସଚେତନତାର ଅଭାବ, ନିରକ୍ଷରତା, ଗରିବୀ, ଜାତୀୟତା ଭାବର ଅଭାବ ଓ ସମାଜ ସଂସ୍କାରକମାନଙ୍କର ଅଭାବ ଯୋଗୁଁ  ଭାରତୀୟ ରାଜନୀତି ଅତି ନୀଚ ସ୍ତରକୁ ଯାଇଥିବାର ଲକ୍ଷ୍ୟ କରାଯାଏ। ଗରିବ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କୁ ନେଇ ନେତାମାନେ ଛୋଟ ଭୋଟ ପକେଟ ତିଆରି କରିଥାନ୍ତି।  ନିର୍ବାଚନ ବେଳେ ଏହି ଭୋଟ ପକେଟରେ ମଦ, ମାଂସ ଓ ନୋଟ ବିଡ଼ା ବଣ୍ଟା ଯାଇ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରାଯାଇଥାଏ। ମୁସଲମାନ ଓ ହିନ୍ଦୁ ଭୋଟ ପାଇଁ କେଉଁ ନେତା ନଦୀରେ ଡୁବ ମରିଲାଣି ତ, କିଏ ମନ୍ଦିରରେ ଯଜ୍ଞ କଲାଣି, କିଏ ତା’ର ଗୋତ୍ର କହି ବୁଲିଲାଣି ତ  କିଏ ଇଫତାର ପାର୍ଟିରେ ସାମିଲ ହେଲାଣି ତ କିଏ  ଗୋଲ ଟୋପି ପିନ୍ଧି ନମାଜ ପଢ଼ିଲାଣି ଓ କିଏ ଗୁରୁଦ୍ୱାର ଭିତରେ ପଶିଲାଣି। ନେତାଙ୍କର ଏହି ଧର୍ମ ଭାବ ଠିକ ନିର୍ବାଚନ ସମୟରେ ଉଦ୍ରେକ ହୋଇଥାଏ। କର୍କଟ ରୋଗ ଭଳି ମାଡ଼ୁଥିବା ଏହି ଭୋଟ ବ୍ୟାଙ୍କ ରାଜନୀତି ଦେଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପୂର୍ବରୁ ପ୍ରକୃତ ଦେଶପ୍ରେମୀ ନେତା ଓ ଶିକ୍ଷିତ ଯୁବପିଢ଼ି ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ନିପଥରେ ଯିବା ପାଇଁ ନିଜକୁ ତିଆରି କରିବା ଉଚିତ।

ନିଜକୁ ଦେଶପ୍ରେମୀ କହୁଥିବା ନେତା, ବୁଦ୍ଧିଜୀବୀ, ଯୁବପିଢ଼ି ଓ ରାଜନୈତିକ କର୍ମୀଙ୍କ ପାଇଁ ପ୍ରକୃତ ସମୟ ଆସିଛି ନିଜର ଦେଶପ୍ରେମକୁ  ସିଦ୍ଧ କରିବା ପାଇଁ। ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତରେ ବିଶ୍ୱର ସବୁଠାରୁ ଅଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି। ବିଶ୍ୱର ସବୁଠାରୁ ଅଧିକ ଭାରତୀୟ ମହିଳା ରକ୍ତହୀନତାର ଶିକାର ହୋଇଥାନ୍ତି ଓ ବିଶ୍ୱର ସବୁଠାରୁ ବେଶୀ ଦୃଷ୍ଟିହୀନ ଭାରତରେ ଅଛନ୍ତି। ବିଶ୍ୱର ସବୁଠାରୁ ଅଧିକ ଲୋକେ ଭାରତରେ ଅଙ୍ଗ ବିଫଳତାର ଶିକାର ହୋଇଥାନ୍ତି। ଭାରତରେ ବିଶ୍ୱର ସବୁଠାରୁ ବେଶୀ ଅଶିକ୍ଷିତ ଯୁବକ ଅଛନ୍ତି। ଦେଶର ଏହି ବିକଟ ପରିସ୍ଥିତିରେ ମଧ୍ୟ ନେତାମାନେ ନିର୍ବାଚନ ପ୍ରଚାରରେ ପ୍ରବଳ ଅର୍ଥ ବ୍ୟୟ କରିବା ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଛି। ସେଣ୍ଟର ଅଫ ମିଡ଼ିଆ ଷ୍ଟଡିର ଏକ ରିପୋର୍ଟରେ ଦର୍ଶା ଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ରାଜନୈତିକ ଦଳମାନେ  ୮୦୦ କୋଟି ଡଲାର ଖର୍ଚ କରିଥିଲେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ। ଏହା ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଥିଲା। ଭାରତୀୟ ଗଣତନ୍ତ୍ରର ଏହି ଅବକ୍ଷୟକୁ ରୋକିବା ପାଇଁ ପ୍ରତ୍ୟେକ ଶିକ୍ଷିତ ଭାରତୀୟ ସମାଜରେ ଲୋକ ସଚେତନତା ସୃଷ୍ଟି କରିବା ଦରକାର। ଭାରତର ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମ ଲୋକଙ୍କ ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ ବିଚାରଧାରାର ବିକାଶ ପାଇଁ ଉଦ୍ଦିଷ୍ଟ ହେବା ଦରକାର।

ଓଡ଼ିଶାର ଦେଶପ୍ରେମୀ ନେତାଗଣ ପ୍ରଥମେ ନିଜ ସାହିବସ୍ତି ଓ ଗାଁ ଗୁଡ଼ିକର ପ୍ରକୃତ ସମସ୍ୟା ଅନୁଧ୍ୟାନ କରିବା ଦରକାର। ନିଜ ନିଜ ଇଲାକାରେ କେତୋଟି ହ୍ରଦ, ପୋଖରୀ ଓ କୂଅ ପୋତି ହୋଇଗଲାଣି ଏହାର ଚିଠା ପ୍ରସ୍ତୁତ କରି ଏହାର ସୁରକ୍ଷା କିଭଳି କରାଯିବ ଏହାର ଯୋଜନା ପ୍ରସ୍ତୁତ କରିବା ଉଚିତ। ଯଦି ଏହି ଦେଶପ୍ରେମୀ ନେତା ଓ କର୍ମୀମାନେ ନିଜ ଇଲାକାରେ ଥିବା ଜଳଧନର ସୁରକ୍ଷା କରିପାରନ୍ତେ ତେବେ ଏହା ଏକ ଉତ୍ତମ ଦେଶ ପ୍ରେମର ଦୃଷ୍ଟାନ୍ତ ହୋଇପାରନ୍ତା। ପ୍ରକୃତ ନେତା ଟିକସଦାତାଙ୍କ ଅର୍ଥକୁ ବ୍ୟୟ ନକରି ଗ୍ରାମବାସୀଙ୍କୁ ଏକଜୁଟ କରି ସେମାନଙ୍କ ସହଯୋଗରେ ଜଳଧନର ବିକାଶ କରିପାରିଲେ ଏହା ଲୋକ ଉପଯୋଗୀ ହୁଅନ୍ତା ଓ ଏହା ଦେଶପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ହୋଇ ନୂତନ ଯୁବପିଢିଙ୍କୁ ପ୍ରେରଣା ଦିଅନ୍ତା।

ପ୍ରକୃତ ଦେଶପ୍ରେମୀ ନେତା ଓ ସନ୍ନ୍ୟାସୀ ମଧ୍ୟରେ କୌଣସି ଫରକ ନଥାଏ। ପ୍ରକୃତ ଦେଶପ୍ରେମୀ ନେତା ନିଜର ବିଳାସ ବ୍ୟାସନକୁ ତ୍ୟାଗ କରି ଲୋକଙ୍କ ସଂଗେ କାନ୍ଧକୁ କାନ୍ଧ ମିଳାଇ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଗତିବିଧିର ଵିକାଶ କରିବାରେ ନିଜକୁ ନିୟୋଜିତ କରିଥାଏ। ନେତା ଯଦି ନିଜେ ଏସି କାର କିମ୍ବା ହେଲିକପ୍ଟରରେ ଚଢି ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରେ ଏହା ଲୋକଙ୍କ ସମସ୍ୟାକୁ  ବିଦ୍ରୁପ କଲାଭଳି ଲାଗେ। ପାଦରେ ଚାଲି ଚାଲି ଲୋକଙ୍କ ଘରକୁ ଯାଇ ଓ ସେମାନଙ୍କ ସାଙ୍ଗରେ ଦିନ ରାତି ବିତାଇ ଲୋକଙ୍କ ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ କରି ବିକାଶ ଯୋଜନାର ରୂପରେଖ ତିଆରି କଲେ ଏହା ଫଳପ୍ରଦ ହୋଇଥାଏ।

ରାଜନୀତି ନେତାଙ୍କୁ ଲୋକ ସେବା କରିବା ପାଇଁ ଏକ ସୁଯୋଗ ଦେଇଥାଏ। ନେତା ଏହାର ଅପବ୍ୟବହାର କଲେ ଲୋକଙ୍କର ଅଭିଶାପ ପ୍ରାପ୍ତ କରିଥାଏ। ଲୋକ ସେବା କରିବାର ଏହି ସୁଯୋଗକୁ  ଅପବ୍ୟବହାର କରି ଆଜି ଭାରତର ଅନେକ ନେତା ନିଜର ରାଜନୈତିକ ଜୀବନକୁ କବର ଦେଉଛନ୍ତି। ନେତା ଯେତେ ଚତୁର ହେଲେ ମଧ୍ୟ ସେ ବେଶିଦିନ ଲୋକଙ୍କୁ ପ୍ରତାରିତ କରିପାରେ ନାହିଁ। ପ୍ରକୃତ ଦେଶପ୍ରେମୀ ସଚ୍ଚରିତ୍ର ଓ ସାତ୍ତ୍ଵିକ ବିଚାରର ନେତା ରାଜନୈତିକ ଜୀବନକୁ ଏକ ଅଗ୍ନିପଥରେ ପରିଣତ କରିଥାଏ।

ଭୋପାଳରେ ରାଜତ୍ୱ କରିଥିବା କ୍ୱିଦିଶା ବେଗମ ନିଜେ ସୁତାକାଟି ସେ ପଇସାରେ ନିଜର ଖର୍ଚ କରୁଥିଲେ ଓ ରାଜସ୍ୱରୁ ଗୋଟିଏ ପଇସା ବି ସେ ନିଜପାଇଁ ଖର୍ଚ୍ଚ କରୁନଥିଲେ। କ୍ୱିଦିଶା ବେଗମ ଭୋପାଳରେ ଅନେକ ସଂସ୍କାରମୂଳକ କାମ କରୁଥିଲେ ଓ ସେ ମହିଳାମାନଙ୍କ ବିକାଶ ପାଇଁ ଅନେକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ।

ଓଡ଼ିଶାର ଦେଶପ୍ରେମୀ ନେତାମାନେ ଏକାଠି ହୋଇ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବା ଉଚିତ। ଗାଁରେ ରହୁଥିବା ଯେକୌଣସି ପିଲା ଯେପରି ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପାଇପାରିବ ସେଥିପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ। କରୋନା ମହାମାରୀ ସମୟରେ ଓଡ଼ିଶାର ଫସଲ ବିବିଧତା ଓଡ଼ିଶାର ରୋଜଗାରର ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାରେ ହେଉଥିବା ଛୁଇଁ, କଖାରୁ, ଦେଶୀ ପୋଟଳ, ଛତୁ, ପଣସ, ବାସୁମତି ଚାଉଳ, ଛୋଟ କାଜୁ, ଚମ୍ପା ଓ ପାଟକପୁରା କଦଳୀ, ଜାମୁକୋଳି, କରମଙ୍ଗା ଓ ଦେଶୀ ଆଳୁ ଇତ୍ୟାଦି ବାହାର ରାଜ୍ୟରେ ବହୁ ଅଧିକ ଦାମରେ ବିକ୍ରି ହୋଇଥାଏ। ଓଡ଼ିଶାରୁ ସବୁ ମେଟ୍ରୋ ନଗର ଯଥା ମୁମ୍ବାଇ, ପୁନେ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ଯଦି ଦ୍ରୁତଗାମୀ ରେଳର ସୁବିଧା ହୋଇପାରନ୍ତା ତେବେ ଓଡ଼ିଶାର ଅନେକ ଚାଷୀ ହଜାର ହଜାର ଟନ କୃଷିଜାତ ପଦାର୍ଥ ଏହି ମେଟ୍ରୋ ନଗରଗୁଡ଼ିକୁ ପଠାଇ ପାରନ୍ତେ। ଓଡ଼ିଶାର ପ୍ରତ୍ୟେକ ଜିଲାରେ କିଛି ନା କିଛି ବିଶେଷ କୃଷିଜାତ ଦ୍ରବ୍ୟ ଦେଖିବାକୁ ମିଳେ ଓ ଏଗୁଡ଼ିକ ଯଦି କାର୍ଗୋ ପ୍ଲେନ କିମ୍ବା ରେଳ ୱାଗନ ଦ୍ୱାରା ବାହାର ରାଜ୍ୟକୁ ପଠାଯାଇପାରନ୍ତା ତେବେ ଓଡ଼ିଶାରେ ରୋଜଗାରର ସମ୍ଭାବନା ଓ ସୁଯୋଗ ବୃଦ୍ଧି ପାଆନ୍ତା।

ପ୍ରକୃତ ଦେଶପ୍ରେମୀ ନେତା ଓଡ଼ିଶାର କଳା ସଂସ୍କୃତିକୁ ରକ୍ଷା କରିବା ପାଇଁ ଆଗେଇ ଆସିବା ଦରକାର। ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ମଙ୍ଗଳାବାଗରେ ଶିଙ୍ଘ କାରିଗରମାନେ ଅତି ଉଚ୍ଚ କୋଟିର ଶିଙ୍ଘ କାମ ତିଆରି କରୁଥିଲେ। ଆଜି ଶିଙ୍ଘ କାମ ପ୍ରାୟ ଲୋପ ପାଇଗଲାଣି। ବାହାର ରାଜ୍ୟର ଶିଙ୍ଘ କାମ କଟକରେ ବିକ୍ରି ହେଲାଣି। କଟକର ଶିଙ୍ଘ କାମ, ତାରକସି କାମ ଓ ମୃତ୍ତିକା ଶିଳ୍ପର ବିକାଶ ପାଇଁ  କଟକର ଦେଶପ୍ରେମୀ ନେତା ନିରନ୍ତର ପ୍ରୟାସ କରିବା ଉଚିତ। ଶିଳ୍ପୀମାନଙ୍କ ପାଖକୁ ଯାଇ ସେମାନଙ୍କର ମୌଳିକ ସମସ୍ୟାକୁ ବୁଝି ଏହାର ନିରାକରଣ କରିପାରିଲେ ଏହା ଦେଶପ୍ରେମର ଏକ ଦୃଷ୍ଟାନ୍ତ ହୋଇପାରିବ। ମିଡ଼ିଆ ମଧ୍ୟ ନିଜ ନିଜ ଇଲାକାର ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷା ଅନୁଷ୍ଠାନ, ସାଂସ୍କୃତିକ କେନ୍ଦ୍ର, ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ରିପୋର୍ଟ ପ୍ରସ୍ତୁତ କଲାବେଳେ ସମସ୍ୟାର ସମାଧାନର ବାଟ ଦେଖାଇବା ଦରକାର। ରିପୋର୍ଟରେ ସମସ୍ୟାକୁ ଦେଖାଇବା ସଂଗେ ସଂଗେ ସମସ୍ୟାର ମୂଳକାରଣକୁ ଲୋକଲୋଚନକୁ ଆଣିବା ଦରକାର। ପ୍ରଶାସନ, ପୋଲିସ ଓ ଦେଶପ୍ରେମୀ ନେତା ଧର୍ମସ୍ଥଳୀଗୁଡ଼ିକରେ ଧର୍ମଗୁରୁମାନେ ଯେଭଳି ଅନ୍ୟ ଧର୍ମର ଲୋକଙ୍କ ପ୍ରତିହିଂସା ଭାବ ସୃଷ୍ଟି ନକରନ୍ତି ଏଥିପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ। କୌଣସି ଧର୍ମ ଯେଭଳି ଦେଶ ଓ ରାଜ୍ୟକୁ ଅସୁରକ୍ଷିତ ନକରେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ।

ଓଡ଼ିଶାର ଜଙ୍ଗଲ, ପାହାଡ଼ ଓ ହ୍ରଦଗୁଡ଼ିକର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିଲେ ଏହା ଓଡ଼ିଶାରେ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ। ପର୍ଯ୍ୟଟନର ବିକାଶ ପାଇଁ ପ୍ରଥମେ ଦରକାର ଏକ ମନୋରମ ପ୍ରାକୃତିକ ପରିବେଶ। ଦୂର ଦେଶରୁ ପର୍ଯ୍ୟଟକ ଓଡ଼ିଶାକୁ କଂକ୍ରିଟ ଜଙ୍ଗଲ ଦେଖିବାକୁ ଆସିନଥାନ୍ତି। ଦୁଃଖର କଥା ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥାଇ ମଧ୍ୟ ଓଡ଼ିଶା ବିଦେଶୀ ପର୍ଯ୍ୟଟକଙ୍କୁ ସେତେ ଅଧିକ ଆକୃଷ୍ଟ କରିପାରୁନାହିଁ। ରାଜ୍ୟର ପ୍ରକୃତ ଦେଶଭକ୍ତ ନେତା ଓ ଶିକ୍ଷିତ ଯୁବପିଢ଼ି ଯଦି ରାଜ୍ୟର  ଜଙ୍ଗଲ ଓ ଜଙ୍ଗଲରୁ ମିଳୁଥିବା ଶହେରୁ ଅଧିକ ଜଙ୍ଗଲ ଜାତ ଦ୍ରବ୍ୟ, ଆଦିବାସୀମାନଙ୍କର ଶିଳ୍ପକଳାକୁ ସୁରକ୍ଷିତ କରିବା ସଂଗେ ସଂଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ ନକରି ପର୍ଯ୍ୟଟନର ବିକାଶ କରିପାରନ୍ତେ ଏହା ରାଜ୍ୟ ଉପଯୋଗୀ ହୁଅନ୍ତା। ଓଡ଼ିଶାର ସାମୂହିକ ବିକାଶ ପାଇଁ ଅନେକ ସମ୍ଭାବନା ଥାଇ ମଧ୍ୟ ଏହା ଭାରତର ଏକ ପଛୁଆ ରାଜ୍ୟ ଭାବରେ ଗଣା ହେଉଛି। ରାଜ୍ୟର ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ ଗତିବିଧିକୁ ଆଖିଆଗରେ ରଖି ଏକ ସୁପରିକଳ୍ପିତ ରାଜ୍ୟ ଉପଯୋଗୀ ବିକାଶ ମଡେଲର ନିର୍ମାଣ କରିବାର ସମୟ ଆସିଛି।

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...