ପର୍ଯ୍ୟଟନର ବିକାଶ ଅନେକ ଓଡ଼ିଆ ଯୁବକଙ୍କୁ ରୋଜଗାର ଦେଇପାରିବ

ରୋଜଗାର ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଆଜି ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପଂଜାବ, କେରଳ ଓ ଗୁଜରାଟ ଆଦି ରାଜ୍ୟରେ  କାମ କରୁଛନ୍ତି I  ଆଣ୍ଡାମାନ ନିକୋବରରେ ମଧ୍ୟ ଅନେକ ଓଡ଼ିଆ ହୋଟେଲ, ଟ୍ୱିମ୍ବର କାରଖାନା ଓ ଛୋଟ ଛୋଟ ଦୋକାନରେ କାମକରୁଥିବାର ଦେଖିବାକୁ ମିଳେ I ବାହାର ରାଜ୍ୟରେ ସରକାରୀ ଚାକିରୀ, ବ୍ୟାଙ୍କ ଚାକିରୀ କିମ୍ବା ଆଇଟି କମ୍ପାନୀରେ ଭଲ ଦରମାରେ କାମ କରିବାର ଯଥାର୍ଥତା ଅଛି I କିନ୍ତୁ ମାସିକ ୫୦୦୦ ରୁ ୧୦୦୦୦ ଟଙ୍କା ପାଇଁ  ପରିବାର ଛାଡି ଦୂର ଦୁରାନ୍ତରକୁ ଯାଇ କାମ କରିବାର କୌଣସି ଯଥାର୍ଥତା ନାହିଁ I  ଏହାର ଅର୍ଥ ଓଡିଶାରେ  ରୋଜଗାରର ଅନେକ ସାମ୍ବଭନା ଥିଲେ ମଧ୍ୟ  ରାଜ୍ୟର ସାମାଜିକ ଓ ଆର୍ଥିକ ବାତାବରଣ ଆମର ଯୁବପିଢୀଙ୍କ  ପାଇଂ କର୍ମସଂସ୍ଥାନ ଯୋଗାଇବାରେ ସକ୍ଷମ ହୋଇ ପରିନାହିଁ I  

ଓଡିଶାର ପ୍ରାକୃତିକ ସୌନ୍ଦର୍ୟକୁ ଆଖିଆଗରେ ରଖି  ଏକ  ସୁପରିକଳ୍ପିତ   ପର୍ଯ୍ୟଟନ ଯୋଜନା ଓଡିଶାବାସୀଙ୍କୁ ରୋଜଗାର ଯୋଗାଇବାପାଇଁ  ଅନେକ ସମ୍ଭାବନା ସୃଷ୍ଟି କରିପାରିବ I କିନ୍ତୁ ଏଥିପାଇଁ ଦରକାର ସଚ୍ଚୋଟ ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ଗଭୀର ଜ୍ଞାନ ଥିବା ବ୍ୟକ୍ତି ଯିଏ କି ଓଡିଶାର ସାଂସ୍କୃତିକ, ସାମାଜିକ ଓ ପର୍ଯାବରଣକୁ ଆଖି ଆଗରେ ରଖି ଏକ ଯୋଜନା ବନାଇ ପାରିବ I  

ଏକ ସୁସ୍ଥ ସାଂସ୍କୃତିକ ଓ ସାମାଜିକ ବାତାବରଣ ଅନେକ ପ୍ରକାର ରୋଜଗାରର ବାଟ ଖୋଲି ଦେଇଥାଏ I  ଉଦାହରଣ ସ୍ୱରୂପ ଓଡିଶାରେ ଅନେକ ପ୍ରାଚୀନ ଧର୍ମପୀଠ ଅଛି I  ଏହାର ବାହ୍ୟ ପରିବେଶକୁ ଯେତେ କୃତ୍ରିମ ଉପାୟରେ ସଜାଇଲେ ମଧ୍ୟ ଏହା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରେ ନାହିଁ I ସୁନ୍ଦର ପ୍ରାକୃତିକ ପରିବେଶ, ସୁସ୍ଥ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ବାତାବରଣ ହିଁ ଧାର୍ମିକ ପୀଠ ଗୁଡିକର ପ୍ରକୃତ ଆକର୍ଷଣ I   ସ୍ୱଚ୍ଛତା ଓ ସୁରକ୍ଷା ମଧ୍ୟ ଧର୍ମପୀଠ ପ୍ରତି ଲୋକଙ୍କୁ ଆକର୍ଷିତ କରିଥାଏ I  ଉଦାହରଣ 
ଚାନ୍ଦିପୁର, ପର୍ଯ୍ୟଟକମାନେ ସମୁଦ୍ର ଭିତରକୁ ପାଞ୍ଚ କିଲୋମିଟର ଚାଲିକରି ଯାଇପାରିବେ 

ସ୍ୱରୂପ ପୁରୀ ଏକ ପ୍ରାଚୀନ ସହର I ପୁରୀ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ୟ, ଲୋକନୃତ୍ୟ, ପାରମ୍ପାରିକ ପଥରକାମ, ପଟ୍ଟଚିତ୍ର, ତାଳପତ୍ର ଚିତ୍ର, ସୋଲକାମ, ପୁରୀର ପ୍ରସିଦ୍ଧ ରଶାବଳୀ, ଖିରା, ରାବିଡି, ମାଲପୁଆ ଓ ଡାଲମା ଇତ୍ୟାଦି ଏହାର ଗୁଣାତ୍ମକ ମାନ ବଜାୟ ରଖିଲେ ଦେଶ  ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିପାରିବ I  ଗୁଣାତ୍ମକ ମାନ ନଥିଲେ କିଣିବା ତ ଦୂରର କଥା ସାଧାରଣ ପଦାର୍ଥକୁ କେହି ନଜର ମଧ୍ୟ ପକାଇ ନଥାନ୍ତି I  ପୁରୀର ହସ୍ତଶିଳ୍ପ ପଦାର୍ଥ ଓ ଲୋକ ନୃତ୍ୟରେ ଯଦି ଗୁଣାତ୍ମକ ମାନ ରଖାଯାଇ ପାରନ୍ତା ତେବେ ଏହା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସଂଗେ ସଂଗେ ଶିଳ୍ପୀମାନଙ୍କର ଆୟ ଭି ବଢ଼ାଇ ପାରନ୍ତା I  ଦେଶ ବିଦେଶରୁ ପର୍ଯ୍ୟଟକ ମାନେ କୋଠାବାଡି, ରାସ୍ତା, ସାଜ ସଜ୍ଜା  ଓ  କୁତ୍ରିମ ପାର୍କ ଦେଖିବାକୁ ଆସିନଥାନ୍ତି I ଏ ସମସ୍ତ ଜିନିଷ ସବୁ ଜାଗାରେ ଦେଖିବାକୁ ମିଳିଥାଏ I ଯେକୌଣସି ଜାଗାର ସାଂସ୍କୃତିକ ବିଶେଷତା ଥିଲେ ଏହା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ .

ଭାରତର ଅନେକ ରାଜ୍ୟ ଦୁରଦୃଷ୍ଟିର ଅଭାବରୁ ତାହାର ଅନେକ ପ୍ରାକୃତିକ ସୌନ୍ଦର୍ୟ ହରାଇ ଛନ୍ତି I  କେରଳର   ବିଶ୍ୱପ୍ରସିଦ୍ଧ କୋବୋଲମ ଓ ଭେଲି ହ୍ରଦ ଆଜି ଆଉ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁନାହିଁ I ୧୯୯୦ ର ହ୍ରଦ ଓ ନଦୀ ଗୁଡିକୁ ଆଜି ଦେଖିଲେ ମନରେ ହତାଶ ଭାବ ଆସେ I କେତେକ ଅର୍ଥ ପିପାସୁ ବେପାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କେରଳ ସରକାର ଅନେକ ଲୋକଙ୍କର ଜୀବିକାକୁ ହରାଇ ବସିଛନ୍ତି I ମାଙ୍କଡ଼ ଯେମିତି ଫଳ ବଗିଚାକୁ କରି ଥାଏ ଅର୍ଥ ପିପାସୁ ମନୁଷ୍ୟ ଆଜି କେରଳକୁ ସେ ଅବସ୍ଥାକୁ ଟାଣି ଆଣିଛି I କେରଳର ସୁନ୍ଦର ବେଳାଭୂମି, ହ୍ରଦ ଓ ନଦୀତଟରେ ଆଜି ଅନେକ ହୋଟେଲ, କୃତ୍ରିମ ପାର୍କ, ଘର ଓ ଛୋଟ ବଡ ଅନେକ ଦୋକାନ  ଦେଖିବାକୁ ମିଳେ I  କେରଳ ରାଜ୍ୟ ସରକାର ଲୋଭି ବେପାରୀ ମାନଙ୍କୁ ପ୍ରାକୃତିକ ସୌନ୍ଦର୍ୟ ଭିତରେ ତାଣ୍ଡବ ନୃତ୍ୟ କରିବାକୁ ଛାଡି ଦେଇଛି I ଏହା ପ୍ରାକୃତିକ ସୌନ୍ଦର୍ୟକୁ ବିକୃତ କରିବା ସଂଗେ ସଂଗେ ସ୍ଥନୀୟ ଲୋକଙ୍କ ରୋଜଗାରର ସମ୍ଭାବନା କୁ ନଷ୍ଟ କରିଦେଇଛି I  ପ୍ରକୃତି ଭିତ୍ତିକ ଆର୍ଥିକ ଗତିବିଧିର ନଷ୍ଟ ହେବା ଫଳରେ ଲକ୍ଷ  ଲକ୍ଷ କେରଳି ନିଜ ରାଜ୍ୟ ଛାଡି ବାହାର ଦେଶରେ ଓ ଭାରତର ଅନେକ ରାଜ୍ୟରେ କାମ କରୁଛନ୍ତି I ଓଡିଶାର ଅବସ୍ଥା ମଧ୍ୟ ସେଆଡକୁ ଗତି କରୁଥିବାର ମନେ ହୁଏ I 

ପର୍ଯ୍ୟଟନର ବିକାଶପାଇଂ ଓଡିଶାରେ ଅନେକ ସମ୍ଭାବନା ଥିଲେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ରୋଜଗାର ସୃଷ୍ଟି କରିପାରୁନାହିଁ I ଏହାର ପ୍ରଧାନ କାରଣ ହେଲା ରାଜ୍ୟରେ କର୍ମଠ ଓ  ଉଦ୍ୟୋଗୀ ଲୋକଙ୍କ ପାଇଁ ସେଭଳି ପରିବେଶ ସୃଷ୍ଟି ହୋଇନାହିଁ I  I ପରିଶ୍ରମ କାତର ଓ ନିଜର କୃତ୍ରିମ ସ୍ଥିତି(false ego ) ପ୍ରତି ବେଶୀ ଧ୍ୟାନ ଦେଉଥିବାରୁ ଓଡ଼ିଆ ଯୁବକ ନିଜ ରାଜ୍ୟ ଛାଡି ବାହାର ରାଜ୍ୟକୁ ଛୋଟ ଛୋଟ କାମ କରିବାକୁ ଯାଉଛନ୍ତି ପଛେ ନିଜ ରାଜ୍ୟରେ କିଛି କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି I ଓଡିଶାର ପଡୋଶୀ ରାଜ୍ୟରୁ ଲୋକେ ଆସି ଓଡିଶାରେ ଧନ ସମ୍ପତି ଓ ପ୍ରତିପତ୍ତି କମାଇ ପାରୁଛନ୍ତି କିନ୍ତୁ ଓଡିଶାର ଲୋକେ ନିଜ ରାଜ୍ୟରେ ଗର୍ବର ସହିତ କାମ କରିବାକୁ ଚାହୁଁ ନାହାନ୍ତି  I ସମସ୍ତେ ଚାହାନ୍ତି ଟେବୁଲ ଚେୟାରରେ ବସି ଅଫିସରେ କାମ କରିବାକୁ I  ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଟିକସ ଦାତାଙ୍କ ପଇସାରେ ମୁକ୍ତରେ ବଣ୍ଟା ଯାଉଥିବା ପଦାର୍ଥ ଗୁଡିକ ଓଡିଶାକୁ ଆଳସ୍ୟର ଚରମ ସୀମାରେ ପହଂଚାଇ ଦେଇଛି I ଏହି ମାନସିକତାର ପରିବର୍ତନ ନହେଲେ ଓଡିଶାବସି କେବେବି ଆତ୍ମନିର୍ଭର ହୋଇ ପାରିବେ ନାହିଁ I  ମୁକ୍ତରେ ଲୋକଙ୍କୁ ଚାଉଳ, ଡାଲି , ପରିବା, ପୋଷାକ, ସାଇକେଲ ଓ ଜୋତା ଆଦି ପଦାର୍ଥ ବାଣ୍ଟିଲେ ଲୋକଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତନ ହୁଏନାହିଁ I ଲୋକଙ୍କୁ ରୋଜଗାରର ବାଟ ଦେଖାଇବାରେ ରହିଛି ରାଜନୈତିକ ନେତାମାନଙ୍କର ପ୍ରକୃତ ପାରଦର୍ଶିତା I  ପ୍ରକୃତି ଓଡିଶାକୁ ଅନେକ ପ୍ରାକୃତିକ ସୌନ୍ଦର୍ୟରେ ବିମଣ୍ଡିତ କରିଛି I ଏହି ପ୍ରାକୃତିକ ସୌଦର୍ଯ୍ୟକୁ ବଞ୍ଚାଇ ରଖି ଏକ ସୁସ୍ଥ ସାମାଜିକ ଓ ସାଂସ୍କୃତିକ ବାତାବରଣ ତିଆରି ହେଲେ  ଓଡିଶା ପର୍ଯ୍ୟଟନ କ୍ଷେତ୍ର ରୁ ଲାଭବାନ ହୋଇପାରିବ I  

ରୋଗ ପ୍ରତିଶୋଧକ ଶକ୍ତି କରୋନା ଆକ୍ରମଣରୁ ଲୋକଙ୍କୁ ବଞ୍ଚାଇବ   

ଅନେକ ଭାରତୀୟ ଓ ବିଦେଶୀ ଖବର କାଗଜରେ ପ୍ରକାଶିତ  ରିପୋର୍ଟରୁ ଜଣାପଡୁଛି କେବଳ ଟୀକାକରଣ କରୋନା ସଂକ୍ରମଣକୁ ପୁରାପୁରି ରୋକିପାରିବ ନାହିଁ  I  ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ   ମତରେ  ମନୁଷ୍ୟ ଦେହରେ ଥିବା ରୋଗ ପ୍ରତିରୋଧକ ଶକ୍ତି କରୋନା ସଂକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ଅନେକ ସାହାଯ୍ୟ କରିଥାଏ  I   କରୋନା ସମୟରେ ସରକାର, ବୁଦ୍ଧିଜୀବୀ ଓ ଶିକ୍ଷିତ ଯୁବପିଢୀ ନିଜ ଭିତରେ ସହଯୋଗ ରକ୍ଷା କରି ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଉଦ୍ୟମ କରିବା ଦରକାର  I
ରାଜ୍ୟରେ ଥିବା ସମସ୍ତ  ଖୋଲା ଜାଗା ଓ ଖେଳପଡିଆ ଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ବିଭିର୍ଣ୍ଣ ଶାରୀରିକ କାର୍ଯ୍ୟକ୍ରମ ଯଥା ଖେଳ, କସରତ , ଯୋଗ ଓ ବ୍ୟାୟାମ ଆଦିର ଆୟୋଜନ କରୋନା ସମ୍ବନ୍ଧିତ  ସମସ୍ତ ନିୟମକୁ ଆଖିଆଗରେ ରଖି କରାଯାଇପାରିବ  I ଓଡ଼ିଶାରେ ଥିବା ସମସ୍ତ ହ୍ରଦ, ପୋଖରୀ ଓ କୂଅଗୁଡିକୁ ବିଶୁଦ୍ଧିକରଣ ଯୁଦ୍ଧକାଳୀନ ଭିତ୍ତିରେ କରିବା ସଂଗେ ସଂଗେ ଏହାକୁ ସନ୍ତରଣ ଉପଯୋଗୀ କରିବା ଦରକାର  I    ଓଡ଼ିଶାରେ ଥିବା ପ୍ରତ୍ୟେକ ଖବର କାଗଜ ଓ ଖବର ଚ୍ୟାନେଲ ରାଜ୍ୟର ଜଳଧନର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କାରିବା ଦରକାର  I  ଜଳଧନର ବିକାଶରେ ଫସଲ ବିଭିର୍ଣ୍ଣତାର ସୁରକ୍ଷା ହେବ ଓ ଫସଲ ବିଭିର୍ଣ୍ଣତା ଲୋକଙ୍କ ମଧ୍ୟରେ କ୍ୟାଲୋରୀ ଅଭାବ ଦୂର କରିବା ସଂଗେ ସଂଗେ ରୋଗ ପ୍ରରିରୋଧକ ଶକ୍ତି ବୃଦ୍ଧି କରିବ  I


    ଦେଶୀ ଖାଦ୍ୟରେ ଅଚ୍ଛି ଶକ୍ତି

ତିରିଶ ବର୍ଷ ତଳେ ଓଡ଼ିଶାର ପ୍ରାଚୀନ ସହର କଟକ ଓ ପୁରୀର ପ୍ରତ୍ୟେକ ସାହିରେ କୁସ୍ତି, କବାଡି ଓ  ଭଲିବଲ ଆଦି ଅନେକ ଦେଶୀ ଖେଳର ଆୟୋଜନ କରାଯାଉଥିଲା  I   ସାର୍ବଜନିକ ଖେଳ ପଡିଆର ଅଭାବ, ଖେଳର ବ୍ୟବସାୟୀକରଣ , ନେତୃତ୍ବର ଅଭାବ , ସ୍ମାର୍ଟ ଫୋନ  ଓ ଟିଭିର କୁପ୍ରଭାବ ଓ ଭଲ ନମ୍ବର ରଖିବା ପାଇଁ ପିଲାଙ୍କ ଉପରେ ପରିବାରର ଚାପ ଇତ୍ୟାଦି ନୂତନ ଯୁବପିଢୀଙ୍କର   ଶାରୀରିକ ବିକାଶ ପାଇଁ ବାଧା ସୃଷ୍ଟି କରୁଛି   I ସହର ଓ ଗାଁ ଗୁଡିକରେ ଯେଉଁ କ୍ଳବଗୁଡିକ ସରକାରଙ୍କ ଅନୁଦାନ ନେଉଛନ୍ତି ସରକାର ସେମାନଙ୍କୁ ଖେଳ ସଂସ୍କୃତିର ବିକାଶ କରିବା ପାଇଁ ନିର୍ଦେଶ ଦେବା ଉଚିତ I  
ସହର ଓ ଗାଁ ଗୁଡିକରେ ଖେଳ ପଡ଼ିଆ ଓ ଖୋଲା ଜାଗାର ଜବର ଦଖଲ ହେବାରୁ ଲୋକେ ନିଜର ଶାରୀରିକ ବିକାଶ ନକରିପାରି ରୋଗ ପ୍ରତିରୋଧକ ଶକ୍ତି ହରାଉଛନ୍ତି   I  ସବୁକିଛି ସରକାରଙ୍କଠାରୁ ଆଶାକରିବା ମଧ୍ୟ ବୃଥା I  ତେଣୁ   ସମାଜରେ ଥିବା ଶିକ୍ଷିତ ଲୋକେ ସକ୍ରୀୟ ହୋଇ ନିଜ ଇଲାକାରେ କିଭଳି ଖେଳ ସଂସ୍କୃତିର ବିକାଶ ହେବ ତାହାର ଉପାୟ ବାହାର କରିବା ଉଚିତ I କରୋନା ସମୟରେ ଆର୍ଥିକ ଗତିବିଧିଗୁଡିକ ବଂଚି ରହିଲେ ଖେଳ ସଂସ୍କୃତିର ବିକାଶ ମଧ୍ୟ ସମ୍ଭବ ହୋଇ ପାରିବ  I  
ଶାରୀରିକ ବିକାଶ ପାଇଁ ଭେଜାଲ ମୁକ୍ତ ଖାଦ୍ୟର ନିହାତି ଦରକାର  I  କିଛିଦିନ ତଳେ ସରକାର ଓଡ଼ିଶାର ବିଭିର୍ଣ୍ଣ ଜାଗାରେ ଭେଜାଲ ଖାଦ୍ୟର ଉତ୍ପତି ସ୍ଥଳ ଉପରେ ରେଡ କରି  ଅନେକ ଭେଜାଲ ଖାଦ୍ୟ ନଷ୍ଟ କରିଥିଲେ  I  ଓଡିଶାକୁ ସମ୍ପୂର୍ଣ ଭେଜାଲ ମୁକ୍ତ କରିବା ପାଇଁ ଏହି ରେଡ ଲୋକ ଦେଖାଣିଆ ନହୋଇ ନିରନ୍ତର  ଚାଲିବା ଦରକାର  I  କରୋନା ସଂକ୍ରମଣ ଠାରୁ ଭେଜାଲ ଖାଦ୍ୟ ଖାଇ ଲୋକେ ଅନେକ ବ୍ୟାଧିର ଶିକାର ହୋଇଥାନ୍ତି  I  ଆଜି ଭାରତରେ ବିଶ୍ୱର ସବୁଠାରୁ ଅଧିକ  ଲୋକ ଅଙ୍ଗ ବିଫଳତାର (organ  failure )   ଶିକାର ହୋଇଛନ୍ତି    I  ଏହାର ମୂଳ କାରଣ ହେଲା ଭେଜାଲ ଖାଦ୍ୟ ଓ ବିଶୁଦ୍ଧ ଜଳର କୁପ୍ରଭାବ  I  କରୋନା ସମୟରେ ଭେଜାଲ ଖାଦ୍ୟ ଓ ବିଶୁଦ୍ଧ ଜଳ ଘାତକସିଦ୍ଧ ହୋଇଥାଏ   I  
ଭେଜାଲ ଖାଦ୍ୟ ବନ୍ଦ କରିବା ସଂଗେ ସଂଗେ ସରକାର ରାଜ୍ୟରେ ଥିବା ପ୍ରତ୍ୟେକ ଜିଲାର ଫସଲ ବିଭିର୍ଣ୍ଣତାକୁ ପଞ୍ଜିକରଣ କରି ଏହାର ସୁରକ୍ଷା କଲେ ଏହା  ପୁଷ୍ଟିସାର ଜାତୀୟ ଖାଦ୍ୟର ଅଭାବ ପୁରଣ କରିବ  I  ଜିନ ବିକୃତିକରଣ, ଲୋକ ସଚେତନତା ଓ ନେତୃତ୍ୱର ଅଭାବରୁ ଓଡିଶା ଆଜି ତାହାର ଫସଲ ବିବିଧତାକୁ ହରାଇବାକୁ ଯାଉଛି  I  ଫସଲ ବିବିଧତାକୁ ରକ୍ଷା କରିବାପାଇଁ ସରକାର ପ୍ରଥମେ  ଉର୍ବର ଚାଷଜମି ନ ବିକିବାପାଇଁ ଦୃଢ ପଦକ୍ଷେପ ନେବା ଉଚିତ  I ଅନେକ ଜାଗାରେ ଚାଷୀମାନେ ଲୋଭରେ ପଡି ନିଜ ଜମି ବିକି ପ୍ରାପ୍ତ ଧନରାଶିକୁ  ହରାଇ  ନିଜ ଜମିରେ ମୂଳ ଲାଗୁଥିବାର ଦେଖିବାକୁ ମିଳୁଛି  I  
ଶିକ୍ଷା , ଆବାସ ଓ ସ୍ୱାସ୍ଥ୍ୟ ବାବଦରେ ସାଧାରଣ ଲୋକେ ଆୟର ଅଧିକାଂଶ ଅଂଶ ଖର୍ଚ୍ଚ କରୁଥିବାରୁ ପରିବାର ପିଛା ଦିନକୁ ଯେତିକି କ୍ୟାଲୋରୀ ଖାଦ୍ୟ ଦରକାର ତାହା ସେମାନେ ପାଉନାହାନ୍ତି   I   ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO ) ର କହିବା ଅନୁସାରେ ଜଣେ ପୁରୁଷ ଦିନକୁ ୨୫୦୦ କ୍ୟାଲୋରୀ ଓ ସ୍ତ୍ରୀ ଦିନକୁ ୨୦୦୦ କ୍ୟାଲୋରୀ ଦରକାର କରେ  I  ଜଣେ ମଧ୍ୟବିତ୍ତ କିମ୍ବା ନିମ୍ନ ମଧ୍ୟବିତ୍ତ ପରିବାର  ତାହାର ସମସ୍ତ ସଦସ୍ୟଙ୍କୁ    ନିର୍ଧାରିତ କ୍ୟାଲୋରୀର ଖାଦ୍ୟ ଯୋଗାଇବା ଅସମ୍ଭବ I  ଏହା ଭାରତର ସମସ୍ତ ରାଜ୍ୟରେ ଏକ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି  I  ଫସଲ ବିବିଧତା ରକ୍ଷାକଲେ ଓ ଘର ତିଆରି ପୁଷ୍ଟିକର ଖାଦ୍ୟର ପ୍ରଚାର ପ୍ରସାର ହେଲେ ଏହା ଲୋକଙ୍କର କ୍ୟାଲୋରୀ ଅଭାବ ପୂରଣ କରି  ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିବ  I   ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକର ଗୁଣାତ୍ମକ ମାନ ବଢିଲେ ଅନେକ ଲୋକ କମ ଖର୍ଚ୍ଚରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ କରି ଉତ୍ତମ ଖାଦ୍ୟ ପାନୀୟରେ ବେଶୀ ଖର୍ଚ୍ଚ କରିପାରନ୍ତେ   I     ରୋଗ ପ୍ରତିଶୋଧକ  ଶକ୍ତି କେବଳ କରୋନା ନୁହେଁ ଏହା ଲୋକଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା  କରିପାରିବ I  

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର  

ଭାରତୀୟ ଜନତା ପାର୍ଟିର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସରକାରଙ୍କୁ ପୁରୁଣା ଭୁବନେଶ୍ୱରକୁ ନବୀକରଣ କଲାବେଳେ ପରିପାର୍ଶ୍ୱରେ ଥିବା ଛୋଟ ଛୋଟ ପୁରାତନ ମନ୍ଦିର ଗୁଡିକୁ ନଷ୍ଟ ନକରିବା ପାଇଁ କହିଛନ୍ତି  I  ପୁରୁଣା ଭୁବନେଶ୍ୱରରେ  ସୁକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ ଅନେକ ପୁରାତନ ଛୋଟ ଛୋଟ ମନ୍ଦିର ଅଛି  I  ଅନେକ ଜାଗାରେ ଏହି ମନ୍ଦିରଗୁଡିକ ରକ୍ଷଣାବେକ୍ଷଣର ଅଭାବରୁ ଓ ଜବର ଦାଖଲ ଯୋଗୁଁ ଧ୍ୱଂସ ସ୍ତୁପରେ ପରିଣତ ହେଲାଣି   I  ଏହି ମନ୍ଦିରଗୁଡ଼ିକରୁ ଅସଂଖ୍ୟ ପୁରାତନ ପ୍ରସ୍ତର ମୂର୍ତ୍ତି ଚୋରିହୋଇଯାଇଛି ବୋଲି ସ୍ଥାନୀୟ ଲୋକେ କହିଥାନ୍ତି  I  ମନ୍ଦିରଗୁଡିକୁ ଭଲଭାବରେ ଅନୁଧ୍ୟାନ କଲେ ଜଣାପଡେ ଏଥିରୁ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଉଭାନ ହୋଇ ଯାଇଥିବାର ଜଣାପଡେ  I  ନିଜର କଳା ସଂସ୍କୃତିକୁ ଏତେ କୃରତାର  ସହିତ ଧ୍ୱଂସ କରିବାର ଉଦାହରଣ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳେ  I   ଏହି ସାଂସ୍କୃତିକ ବିନାଶ ପାଇଁ କେବଳ ସରକାର ନୁହନ୍ତି ପୁରୁଣା ଭୁବନେଶ୍ୱରର ସାହିବାସିନ୍ଦା, ଯୁବପିଢୀ , ବୁଦ୍ଧିଜିବୀ , ସମସ୍ତ ଦଳର ନେତୃବୃନ୍ଦ ଓ ମିଡ଼ିଆ ମଧ୍ୟ ଦାୟୀ  I   ପୁରୁଣା ଭୁବନେଶ୍ୱରର ନବୀକରଣ ସମୟରେ ଯେଭଳି ଏ ଭୟଙ୍କର ଭୁଲ ନହୁଏ ସେଥିପାଇଁ ସମସ୍ତେ ସଜାଗ ରହିବା ଉଚିତ  I


ଓଡିଶା ଇତିହାସ ସାଙ୍ଗରେ ଜଡିତ ପ୍ରତ୍ୟେକ ପଥରଖଣ୍ଡକୁ ସୁରକ୍ଷିତ ରଖିବା ଦରକାର 

ଯଦିଓ ବିଜେପି ନେତା ଅପରାଜିତା ଷଡ଼ଙ୍ଗୀ ଓଡିଶା ସଂସ୍କୃତିର ବିକୃତିକରଣ ମୁଦ୍ଦାକୁ ଉଠାଇଛନ୍ତି କିନ୍ତୁ ଭୂମି ସ୍ଥରର ପ୍ରକୃତ ତଥ୍ୟର ଅଭାବରୁ ଏହି ମୁଦ୍ଦାଟି ଓଡ଼ିଶାବାସୀଙ୍କୁ ବିଶେଷ ଭାବରେ ପ୍ରଭାବିତ କରିପାରୁନାହିଁ   I   ନିଜକୁ ଭାରତୀୟ ସାଂସ୍କୃତିର  ରକ୍ଷକ କହୁଥିବା ବିଜେପି ଭୁବନେଶ୍ୱରରେ ସମୁଦାୟ ୫୦୦୦ ରୁ ଉର୍ଦ୍ଧ ମନ୍ଦିରରୁ ବର୍ତ୍ତମାନ କେତୋଟି ମନ୍ଦିର ଅଛି ତାର କୌଣସି ତଥ୍ୟ ରଖିନାହିଁ  I  କେତୋଟି ମନ୍ଦିର ଜବର ଦଖଲ ହୋଇଛି ଓ କୋଉ ମନ୍ଦିରରେ ମୂର୍ତି ଉଭାନ ହୋଇଯାଇଛି ଏହାର କୌଣସି ତଥ୍ୟ ନାହିଁ   I  ଲିଙ୍ଗରାଜ ମନ୍ଦିରର ପରିବେଶର ନବୀକରଣ ବେଳେ କେଉଁ ପୁରୁଣା କୀର୍ତ୍ତି ଭୂମିତଳେ ସମାଧି ନେଉଛି ଏହାର କୌଣସି ଚିତ୍ର ସେ ସରକାରଙ୍କ ଆଗରେ ପ୍ରସ୍ତୁତି କରିପାରୁନାହାନ୍ତି   I    ଏହି ପୁରୁଣା କୀର୍ତ୍ତିଗୁଡିକର ବିଲୁପ୍ତିକରଣଦ୍ୱାରା ଓଡ଼ିଶାର କେତେ ଆର୍ଥିକ କ୍ଷତି ହେବ ଏହାର କୌଣସି ଆଂକଲନ କେହି କରିନାହାନ୍ତି  I  ମନ୍ଦିରଗୁଡ଼ିକରୁ ଚୋରି ହୋଇଥିବା ମୂର୍ତ୍ତିଗୁଡିକର ମୂଲ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଏ  ଓ ଏ ମୂର୍ତ୍ତିଗୁଡିକ ଚୋରି କରିବାରେ କେଉଁମାନେ ସମ୍ପୃକ୍ତ ଏହାର ଯାଞ୍ଚ ନିହାତି ହେବା ଦରକାର  I   ପୁରୁଣା ଭୁବନେଶ୍ୱରରେ ଥିବା ପ୍ରତ୍ୟେକ ମନ୍ଦିରରେ ଥିବା ମୂର୍ତ୍ତିଗୁଡିକର ଡିଜିଟାଲ ପଞ୍ଜିକରଣ ହେବା ନିହାତି ଆବଶ୍ୟକ   I  


                                                           କେତେଗୁଡିଏ ଶିବଲିଙ୍ଗ ଥିବା ଛୋଟ ଛୋଟ ମନ୍ଦିର ଆଉ ନାହିଁ 

ଓଡ଼ିଶାର ଗୌରବଜ୍ୱଲ୍ୟ ଐତିହ୍ୟ କାହାର ବ୍ୟକ୍ତିଗତ ସମ୍ପତି ନୁହେଁ ଓ ଏହାକୁ ରକ୍ଷା କରିବା ଦାୟିତ୍ୱ କେବଳ ସରକାରଙ୍କ ନୁହେଁ I  ବିରୋଧୀ ଦଳର ନେତା, କର୍ମୀ , ପୁରୁଣା ଭୁବନେଶ୍ୱରର ଯୁବପିଢୀ , ବୁଦ୍ଧିଜୀବୀ ଓ  ମିଡ଼ିଆ  ଓଡିଶା ଇତିହାସର ଅମରଗାଥାକୁ ରକ୍ଷା କରିବାପାଇଁ ଅଂଟାଭିଡିବା ଦରକାର  I    ଯଦିଓ ଓଡ଼ିଶାର ଅଧିକାଂଶ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ଗୁଡିକ ଲୋକସଚେତନାତା ଓ ସରକାରଙ୍କ ନିଷ୍କ୍ରିୟତା ଯୋଗୁ  ବିଲୁପ୍ତ ହୋଇଗଲାଣି  ଯେଉଁ କେତୋଟି ବଂଚିଛି ତାକୁ ବଞ୍ଚାଇ ରଖିବା ପ୍ରତ୍ୟେକ ଓଡିଶାବାସୀର କର୍ତବ୍ୟ  I     ସାଂସ୍କୃତିକ ବିକାଶ ପାଇଁ ରୋଡ଼ , ସୁସ୍ଥ ବାତାବରଣ ଓ ସ୍ୱଛତା ଦରକାର  I  ରୋଡ଼ ଓ ନବୀକରଣ ପ୍ରକ୍ରିୟା ପୁରାତନ କୀର୍ତ୍ତିକୁ ଯେପରି ନଷ୍ଟ ନକରିବ ସେଥିପାଇଁ ତୀକ୍ଷ୍ଣ ଦୃଷ୍ଟିଦେବା ଉଚିତ I  ରୋଡ଼ , ପାର୍କ , ହୋଟେଲ ଓ କୋଠା ଦେଖିବାକୁ କେହି ଆସିନଥାନ୍ତି  I      ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୁରାତନ କୀର୍ତ୍ତି ଓ ଧର୍ମ ସ୍ଥଳର ବିଶେଷ ମହତ୍ୱକୁ  ଶୁଣି ଆସିଥାନ୍ତି   I

                                                         ୮ ମ ଶତାବ୍ଦୀର ବୋଇତାଳ ମନ୍ଦିର, ଭୁବନେଶ୍ୱର, ଚାରିପଟରେ ଘର 

କଳା ଭାସ୍କର୍ଯ୍ୟର ରାଜ୍ୟ ଓଡିଶା ତାହାର ସାହସ , ପରାକ୍ରମ ଓ ପ୍ରାଚୁର୍ୟ ଏହି ପୁରାତନ ମନ୍ଦିରର ପ୍ରସ୍ତର କାନ୍ଥରେ ହଜାର ହଜାର ବର୍ଷ ଧରି ସାଇତି ରଖିଛି  I ଭାରତୀୟ ସଂସ୍କୃତିର ରକ୍ଷକ କହୁଥିବା ବିଜେପିର ସହ ସହ କାର୍ଯ୍ୟକର୍ତ୍ତା ପୁରୁଣା ଭୁବନେଶ୍ୱରର ସାହିବାସିନ୍ଦାଙ୍କ ଭିତରେ ନିଜ ଐତିହ୍ୟକୁ ରକ୍ଷା କରିବାପାଇଁ ସଚେତନତା ସୃଷ୍ଟି କରିବା ସଂଗେ ସଂଗେ ପ୍ରତ୍ୟେକ ପୁରାତନ ମନ୍ଦିରର ପଞ୍ଜିକରଣ କରିବା ଉଚିତ   I   ଭୂମି ସ୍ଥରର ତଥ୍ୟ ବିନା କୌଣସି ସମସ୍ୟାକୁ ଉଠାଇବା ଅନ୍ଧାରରେ ବାଡ଼ିବୁଲାଇଲା ଭଳି ହୋଇଥାଏ  I   ଭୂମି ସ୍ଥରର ତଥ୍ୟପାଇଁ ଦରକାର ନିଷ୍ଠା , ନିରନ୍ତର ପ୍ରୟାସ , କଠୋର ପରିଶ୍ରମ , ଓଡିଶାର ଐତିହ ଉପରେ ଜ୍ଞାନ,  ପାରଦର୍ଶିତା  ଓ ଓଡିଶା ପ୍ରତି ଶ୍ରଦ୍ଧା I  ଯଦି ଓଡିଶାବାସୀ ତାଙ୍କର କଳା-ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବେ ତେବେ ଏହା ଓଡିଶାର ଯୁବପିଢ଼ିକୁ ଏକ ସମୃଦ୍ଧ ଓଡିଶା ତିଆରି କରିବାକୁ ପ୍ରେରଣା ଯୋଗାଇବା  I          

ପ୍ରାଚୀନ ମନ୍ଦିର ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିହାତି ଦରକାର

Chemical free Natural Farming - an eye opener

  Chemical free Natural Farming - an eye opener (Organizer weekly has published this article on 20.03.2023) The Union Budget 2022-23 has ann...